Posted inଖେଳ

ଫେଡରରଙ୍କୁ ହରାଇଲେ ଜୋକୋଭିଚ୍‌

ମେଲବୋର୍ନ, ୩୧ା୧ (ଏଏଫ୍‌ପି)-ରୋଜର ଫେଡରରଙ୍କୁ ସିଧାସଳଖ ସେଟ୍‌ରେ ହରାଇ ନୋଭାକ ଜୋକୋଭିଚ୍‌ ୮ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଟପ୍‌ ସିଡ୍‌ ଆଶଲେ ବାର୍ଟିଙ୍କ ବିପକ୍ଷରେ ବିଜୟ ହାସଲ କରି ଆମେରିକାର ସୋଫିଆ କେନିନ୍‌ ମହିଳା ସିଙ୍ଗଲ୍ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ସେଟ୍‌ରେ ଏକ ବ୍ରେକ୍‌ ଡାଉନ୍‌ରୁ ଜୋକୋଭିଚ୍‌ ଦୁଇଥର ଲଢୁଆ ପ୍ରତ୍ୟାବର୍ତ୍ତନ କରିଥିଲେ। ଏକ ଟାଇବ୍ରେକରରେ ପ୍ରାଧାନ୍ୟ ବିସ୍ତାର ପରେ ଆଉ ପଛକୁ ଫେରି ନ ଥିଲେ। ମ୍ୟାଚକୁ ସେ ୭-୬ (୭/୧), ୬-୪, ୬-୩ରେ ଜିତି ନେଇଥିଲେ। ମ୍ୟାଚ ବେଳେ ଫେଡରର ଥରେ ମେଡିକାଲ ଟାଇମ୍‌ ଆଉଟ୍‌ର ଆବଶ୍ୟକ କରିଥିଲେ। ମେଲବୋର୍ନ ପାର୍କରେ ୬ଥର ଚାମ୍ପିୟନ ୩୮ବର୍ଷୀୟ ଫେଡରର ଟେନିସ ସ୍ୟାଣ୍ଡ୍‌ଗ୍ରେନ୍‌ଙ୍କ ବିପକ୍ଷ ୫ ସେଟ୍‌ ବିଶିଷ୍ଟ କ୍ୱାର୍ଟରଫାଇନାଲ ମ୍ୟାଚ ଖେଳୁଥିବାବେଳେ ତାଙ୍କ ଉରୁସନ୍ଧିରେ ଆଘାତ ଲାଗିଥିଲା। ତେଣୁ ସେମିଫାଇନାଲରୁ ସେ ଓହରିଯାଇପାରନ୍ତି ବୋଲି ଶୁଣିବାକୁ ମିଳିଥିଲା। ଶୁକ୍ରବାର ଅନ୍ୟ ସେମିଫାଇନାଲ ମୁକାବିଲା ଡୋମିନିକ୍‌ ଥିମ୍‌ ଏବଂ ଆଲେକ୍‌ଜାଣ୍ଡର ଜେଭରେଭଙ୍କ ମଧ୍ୟରେ ହେବ। ଥିମ୍‌ ବୁଧବାର ବିଶ୍ୱର ନମ୍ବର ଓ୍ବାନ ଖେଳାଳି ରାଫାଲ ନାଡାଲଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ମହିଳା ବିଭାଗରେ ୨୧ ବର୍ଷୀୟା କେନିନ୍‌ ଅଷ୍ଟ୍ରେଲିଆର ବାର୍ଟିଙ୍କୁ ୭-୬, (୮/୬), ୭-୫ ସେଟ୍‌ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଫାଇନାଲରେ ସେ ଗାର୍ବିନ ମୁଗୁରୁଜାଙ୍କୁ ଭେଟିବେ। ମୁଗୁରୁଜା ଅନ୍ୟ ଏକ ସେମିଫାଇନାଲରେ ଓ୍ବିମ୍ବେଲଡନ ଚାମ୍ପିୟନ ସିମୋନା ହାଲେପ୍‌ଙ୍କୁ ୭-୬ (୧୦/୮), ୭-୫ ସେଟ୍‌ରେ ପରାସ୍ତ କରିଛନ୍ତି। ଏଥର ଟୁର୍ନାମେଣ୍ଟରେ ଆମେରିକାର ସେରେନା ଓ୍ବିଲିୟମ୍ସ ଏବଂ ୧୫ ବର୍ଷୀୟା କୋକୋ ଗଫ୍‌ଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଥିଲା। କେନିନଙ୍କ କଥା ଆଲୋଚନା ପରିସରରେ ନ ଥିଲା। ମାତ୍ର ସେ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ରାଭିଡଙ୍କୁ ଆମେରିକାର ନିମନ୍ତ୍ରଣ: ଜାଣନ୍ତୁ କାହିଁକି

ବେଙ୍ଗାଲୁରୁ,୭।୪: ଭାରତର ମହାନ କ୍ରିକେଟର ରାହୁଲ ଦ୍ରାଭିଡଙ୍କୁ ଆମେରିକାରେ ଏମଆଇଟି ସ୍ପୋର୍ଟସ ଆନାଲିସିସ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ପ୍ରଥମ ଥର ପାଇଁ ଏଠାରେ କ୍ରିକେଟ...

କ୍ରିକେଟରୁ ନମନ ଓଝାଙ୍କ ଅବସର

ଭୋପାଳ, ୧୬ା୨ (ପି.ଟି.)- ଭାରତର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ନମନ ଓଝା ସୋମବାର କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଏହାଦ୍ୱାରା ଦୁଇ...

ଓଡ଼ିଶା କ୍ରୀଡ଼ାରେ କରୋନା ପ୍ରଭାବ

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)- ମାରାତ୍ମକ କରୋନା ଭାଇରସ୍‌ ପ୍ରଭାବରେ ବିଶ୍ୱର ଅନେକ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ଗେମ୍‌କୁ ବାତିଲ କରାଯାଇଥିବାବେଳେ କେତେକ ସାମୟିକ ସମୟ...

ପ୍ରଥମ ମୁମ୍ବାଇ ଖେଳାଳି ଭାବେ ଏହି କିର୍ତ୍ତୀମାନ ସ୍ଥାପନ କଲେ କିରନ ପୋଲାର୍ଡ

ଆବୁଧାବି, ୨୩।୯: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଇପିଏଲ୍‌-୧୩ର ୫ମ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶେଖ୍‌...

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ: ଭାରତୀୟ ମହିଳା ଦଳ ଘୋଷିତ; ଶିଖାଙ୍କୁ ଅଣଦେଖା, ଦିନିକିଆରୁ ଶେଫାଳି ବାଦ୍‌

ନୂଆଦିଲ୍ଲୀ,୨୮।୨(ପି.ଟି.): ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟୁଇନ୍‌ ସିରିଜ (ଦିନିକିଆ ଓ ଟି୨୦) ପାଇଁ ଭାରତୀୟ ମହିଳା ଦଳ...

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୧୭ା୩: ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ଭାରତର ଅଧିନାୟକ ଅଲ୍‌ରାଉଣ୍ଡର ହାର୍ଦ୍ଦିକ...

ଆଇପିଏଲ୍‌ରେ ପ୍ରଥମ କ୍ରିକେଟ୍‌ର ଭାବେ ‘ବିରାଟ’ ରେକର୍ଡ କଲେ କୋହଲି

ମୁମ୍ବାଇ,୨୩।୪: ବିରାଟ କୋହଲି ତାଙ୍କ ନାମରେ ଅନେକ ବ୍ୟାଟିଂ ରେକର୍ଡ କରିଛନ୍ତି। ସେ ଏବେ ଆଇପିଏଲରେ ଏକ ସ୍ବତନ୍ତ୍ର ରେକର୍ଡ ସ୍ଥାପନ କରିଛନ୍ତି। ସେ ଆଇପିଏଲରେ...

ମାର୍ଚ୍ଚ ୨୬ରୁ ଆଇପିଏଲ୍‌

ନୂଆଦିଲ୍ଲୀ, ୨୪ା୨: ୧୦ଟି ଦଳକୁ ନେଇ ଇଣ୍ଡିଆନ ପ୍ରିମିୟର ଲିଗ୍‌-୧୫ (ଆଇପିଏଲ୍‌) ଆସନ୍ତା ମାର୍ଚ୍ଚ ୨୬ ଶନିବାର ମୁମ୍ବାଇଠାରେ ଆରମ୍ଭ ହେବ ଏବଂ ମେ ୨୯ରେ...

Advertisement
Archives

Model This Week