ଫୁଲବାଣୀ ଅଫିସ, ୨୬ା୯- ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ(କେସିସି) ଋଣ ପ୍ରଦାନରେ ଜାଲିଆତି ଘଟଣାରେ ୟୁନାଇଟେଡ୍ ବ୍ୟାଙ୍କ ଫୁଲବାଣୀ ଶାଖା ପରିଚାଳିକା ସାଗରିକା ନାୟକ ମଙ୍ଗଳବାର ଜେଲ ଯାଇଛନ୍ତି। ବୁଧବାର ବିଭାଗୀୟ ତଦନ୍ତ କରାଯାଇ ସାଗରିକାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ା ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ବ୍ୟାଙ୍କ ଶାଖା ପରିଚାଳକ ଭାବେ ନିଯୁକ୍ତି ଦିଆଯାଇଛି ା ସାଗରିକା ଗିରଫ ହୋଇ ଜେଲଯିବା ପରେ ୨ଦିନ ଧରି ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ସମ୍ବଲପୁର ଜୋନ ଆଞ୍ଚଳିକ ମୁଖ୍ୟ ମହାପ୍ରବନ୍ଧକ ଅଭିଯୋଗ ସମ୍ପର୍କରେ ବ୍ୟାଙ୍କ କର୍ମଚାରୀ, ଠକେଇର ଶୀକାର ହୋଇଥିବା କେତେଜଣ ହିତାଧିକାରୀଙ୍କୁ ପଚରାଉଚୁରା କରିଥିଲେ ା ଏହାପରେ ନିଲମ୍ବନ ସମ୍ପର୍କିତ ଚିଠି ସାଗରିକାଙ୍କ ଟେବୁଲ ଉପରେ ରଖିବା ସହ ବ୍ୟାଙ୍କର ସୁପରିଚାଳନା ପାଇଁ ଅନ୍ୟ ଜଣଙ୍କୁ ଶାଖା ପରିଚାଳକ ଦାୟିତ୍ୱ ଦେଇଥିଲେ ା ସୂଚନାଯୋଗ୍ୟ, ବ୍ୟାଙ୍କ ଶାଖା ପରିଚାଳିକା ସାଗରିକା ଟଙ୍କା ନେଇ ଚାଷୀଙ୍କ ଋଣ କରାଉଥିଲେ। ପ୍ରଥମ ପର୍ଯ୍ୟାୟରେ ଋଣ ଟଙ୍କା ଦେବା ପୂର୍ବରୁ ଗ୍ରାହକଙ୍କ ଏଟିଏମ୍ ମାଗି ନେଉଥିଲେ। ନିଜେ ଟଙ୍କା ଉଠାଇ ନେଇ ବାକି ଟଙ୍କା ଦିଆଯିବ ବୋଲି ଗ୍ରାହକଙ୍କୁ କହୁଥିଲେ ମଧ୍ୟ ପରେ ଦେଉ ନ ଥିଲେ। ଏ ନେଇ ଅସନ୍ତୁଷ୍ଟ ଚାଷୀମାନେ ଫୁଲବାଣୀ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଥିଲେ ା ଏହି ଘଟଣାର ତଦନ୍ତ କରି ପୋଲିସ ସାଗରିକା ଏବଂ ତାଙ୍କ ସ୍ବାମୀ ସୁଜିତ ଷଡ଼ଙ୍ଗୀଙ୍କୁ ଗିରଫ କରିଥିଲା ା ଘଟଣାରେ ସଂଶ୍ଳିଷ୍ଟ ଜଣେ ମଧ୍ୟସ୍ଥଙ୍କୁ ପୋଲିସ ମୁଖ୍ୟ ସାକ୍ଷୀ କରିଥିବା ଜଣାପଡିଛି ା
ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ
ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...
ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ
ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...
ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା
ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...
ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…
ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...
୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ: ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା
ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...
ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର
ଖଜୁରୀପଡ଼ା,୭।୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...
ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର
ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...
ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର: ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…
ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...
Archives


