ଫୁଲଚାଷକୁୁ କରୋନା ମାଡ଼

ଲୋଇସିଂହା, ୧୬।୪(ଡି.ଏନ.ଏ.) ବଗିଚାରେ ନାନାଦି ଫୁଲର ସମ୍ଭାର। ହେଲେ ସବୁ ଫୁଟି ମଉଳି ଯାଉଛି। ଲକ୍‌ଡାଉନ କଟକଣା ଯୋଗୁ ଫୁଲଚାଷ ଆଜି ସଙ୍କଟରେ ପଡିଛି। ଏଥିରେ ପ୍ରଭାବିତ ହୋଇଛନ୍ତି ବଲାଙ୍ଗୀର ଜିଲା ଆଗଲପୁର ଅଞ୍ଚଳର ଫୁଲଚାଷୀ ସୁଶୀଲ ବିଶ୍ୱାଳ। ସୁଶୀଲ(୩୫)ଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ। ପାଠ ସରିବା ପରେ ରୋଜଗାର ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇ ଏକ କମ୍ପାନୀରେ କାମ କରୁଥିଲେ। ହେଲେ ସେଠାରେ ମନ ଲାଗିଲା ନାହିଁ । ୨୦୧୩ରେ ଗାଁକୁ ଫେରି ନିଜ ପୈତୃକ ୨ ଏକର ଜମିରେ ଚାଷ କାମ ଆରମ୍ଭ କରିଥିଲେ। ସେଥିରୁ ଅଧ ଏକର ମାଳଜମି। ସେହି ଜମିରେ ପ୍ରଥମେ ସେ ଗେଣ୍ଡୁଫୁଲ ଚାଷ କରିଥିଲେ। ସୁଶୀଲଙ୍କ ଫୁଲଚାଷ ଦେଖି ସ୍ଥାନୀୟ ଉଦ୍ୟାନ ବିଭାଗ ପକ୍ଷରୁ ୨୦୧୪ରେ ତାଙ୍କୁ ଗୋଲାପ ଫୁଲଚାରା ଯୋଗାଇ ଦିଆଯାଇଥିଲା। ଏହାପରେ ଫୁଲଚାଷ ପାଇଁ ଖୁବ୍‌ ଉତ୍ସାହିତ ହୋଇଥିଲେ ସୁଶୀଲ। ସୁଶୀଲଙ୍କ ସହିତ ୨ ମହିଳା ଓ ଜଣେ ପୁରୁଷ ଶ୍ରମିକ କାମ କରୁଛନ୍ତି । ଜାନୁୟାରୀରୁ ଜୁନ ପର୍ଯ୍ୟନ୍ତ ୬ ମାସ ତାଙ୍କର ଭଲ ବ୍ୟବସାୟ ହୁଏ। ବାର୍ଷିକ ସେ ୪୦ ରୁ ୫୦ ହଜାର ଟଙ୍କା ରୋଜଗାର କରନ୍ତି ବୋଲି ସୁଶୀଲ କୁହନ୍ତି।
ସୁଶୀଲଙ୍କ ସୂଚନା ମୁତାବକ ଏବେ ତାଙ୍କ ବଗିଚାରେ ୨ହଜାର ଗୋଲାପ, ୨ହଜାର ଗେଣ୍ଡୁ, ୧ ହଜାର ବାସନ୍ତୀ, ୫ଶହ ଚେରି ଓ ୫ଶହ ଚିନା ଚାରା ରୋପଣ କରିଛନ୍ତି। ଚଳିତବର୍ଷ କଲିକତାରୁ ଗେଣ୍ଡୁ ଚାରା ଆଣି ସେ ରୋପଣ କରିଥିଲେ। ଚାରା, ସାର, କୀଟନାଶକ ବାବଦକୁ ୧୨ରୁ ୧୫ ହଜାର ଖର୍ଚ୍ଚ ହୋଇଛି। ଅମଳ ଗେଣ୍ଡୁଫୁଲ ମାର୍ଚ୍ଚ ୨୦ରୁ ବିକ୍ରି ହେବ ବୋଲି ଆଶା ରଖିଥିଲେ ସୁଶୀଲ। ଲକ୍‌ଡାଉନ ଯୋଗୁ ତାଙ୍କର ସବୁ ଆଶା ଯେମିତି ମଉଳି ଯାଉଥିଲା। ମନ୍ଦିର ଖୋଲା ରହୁ ନ ଥିବାରୁ ଫୁଲର ଚାହିଦା କମିଛି। ଏଣେ ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ବନ୍ଦ ରହିଛି। ଏପରି ପରିସ୍ଥିତିରେ ବଲାଙ୍ଗୀରର ଫୁଲ ଦୋକାନୀ କିମ୍ବା ସ୍ଥାନୀୟ ଡେକୋରେଟରମାନେ ଫୁଲ ନେଉନାହାନ୍ତି। ବଗିଚାରେ ଫୁଟିଥିବା ଫୁଲ ବିକ୍ରି ହୋଇ ନ ପାରି ମଉଳିଯାଉଛି । ଏପରି କ୍ଷତି ଯୋଗୁ ଫୁଲଚାଷୀମାନଙ୍କୁ ସରକାର ସହାୟତା ଯୋଗାଇ ଦେବା ପାଇଁ ସୁଶୀଲ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri