ଫୁଟିଲା ପାରିଜାତ

ଚିତ୍ରଡ଼ା,୩୦।୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ନୂଆଝାଳିଆ ପଞ୍ଚାୟତ କାନ୍ଦଣା ଗ୍ରାମର ଶିକ୍ଷକ ମେଘନାଦ ସିଙ୍କ ବଗିଚାରେ ବିରଳ ପାରିଜାତ ଫୁଲ ଫୁଟିଛି। ଏହାକୁ ଦେଖିବା ପାଇଁ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି। ମେଘନାଦ ବର୍ତ୍ତମାନ ଉଫାଲ ଗଡ଼ିଆ ଉପ୍ରା ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ବିଭିନ୍ନ ପ୍ରକାର ଫୁଲ ଏବଂ ଫଳ ଗଛ ଲଗାଇବାରେ ସେ ଖୁସି ଅନୁଭବ କରିନ୍ତି। ସେ ତାଙ୍କ ବଗିଚାରେ ପାରିଜାତ ସମେତ ଲିଚୁ, ରୁଦ୍ରାକ୍ଷ, ସପେତା, ଓଉ, ବଉଳ, ନାଗେଶ୍ୱର, ଅଶୋକ, କାମିନୀ, ଚମ୍ପା, ତେଜପତ୍ର, ସ୍ଥଳପଦ୍ମ, ରବର, ଅପରାଜିତା ଆଦି ବିଭିନ୍ନ ଗଛ ଲଗାଇଛନ୍ତି। ମଙ୍ଗଳବାର ଭୋର ସମୟରେ ପାରିଜାତ ଫୁଲଟି ଫୁଟି ଥିବା ଦେଖିବାକୁ ମିଳିଥିଲା। ମେଘନାଦ ସେହି ଗଛଟିକୁ ପଶ୍ଚିମବଙ୍ଗର କାଁଥିରୁ ଗତ ୫ ବର୍ଷ ତଳେ ଆଣିଥିଲେ। ଏହି ଫୁଲଟିକୁ ଚିତ୍ରଡା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଅନୁପ କୁମାର ମହାକୁଡ଼ଙ୍କୁ ଦେଖାଇବାରୁ ଏହା ପାରିଜାତ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିପ୍‌ରେ ପରୀକ୍ଷାର୍ଥୀଙ୍କୁ ଘରେ ଛାଡ଼ିଲେ ତହସିଲଦାର

ଦିଗପହଣ୍ଡି,୨୫ା୨(ଡି.ଏନ.ଏ.)-ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ ସୋମବାର ମଧ୍ୟାହ୍ନରେ ଫାଶିଗୁଡା ଗ୍ରାମ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ଫେରୁଥିବା ବେଳେ ଭୀଷ୍ମଗିରି-ନିମଖଣ୍ଡି ପେଣ୍ଠ ମୁଖ୍ୟ...

ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ: ପରିବେଶ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ ହେବ

କେନ୍ଦ୍ରାପଡା ଅଫିସ/ରାଜକନିକା/ଆଳି,୪ା୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ବରୁଣାଡିହାଠାରେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପରୁ ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ ନେଇ...

ଭଦ୍ରକରେ ପୁଣି ୧୬ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୨୬୨ରେ ପହଞ୍ଚଲା

ଭଦ୍ରକ ଅଫିସ,୫ା୭: ଭଦ୍ରକ ଜିଲାରେ ରବିବାର ୧୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୬୨ରେ ପହଞ୍ଚିଛି।...

ମା’ଙ୍କ ପରେ ହାତ ଛାଡିଦେଲେ ବାପା; ବ୍ୟାଙ୍କ ବାରଣ୍ଡାରେ ୨ ଶିଶୁ

ବନ୍ତଳା,୧୬।୯(ଡି.ଏନ.ଏ.) ୨ ନୀରିହ ଶିଶୁଙ୍କୁ ଛାଡି ମା’ କେଉଁଆଡେ ପଳାଇଥିବାବେଳେ ଏବେ ହାତ ଛାଡିଦେଇଛନ୍ତି ବାପା। ଫଳରେ ସମବାୟ ବ୍ୟାଙ୍କ ବାରଣ୍ଡାରେ ୫ ଦିନ ହେଲା ଅସହାୟ...

ରାସ୍ତାରେ ଶୋଚନୀୟ ସ୍ଥିତି: ଉପଜିଲାପାଳଙ୍କ ଅଫିସ ଘେରିଲେ ମହିଳା

ଆନନ୍ଦପୁର,୧୧।୯(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୩ ନଂ ଓ୍ବାର୍ଡ଼ ଜଅଁରା ମଧ୍ୟ ଦେଇ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଜଅଁରାବାସୀ ବୁଧବାର ଉପଜିଲାପାଳଙ୍କ...

ବରଗୋଛା-ଦପଲା ରାସ୍‌ତା: ନୂତନ ରାସ୍‌ତା ଲାଗି ଅଂଚଲବାସୀକର ଦାବି

ମନମୁଣ୍ଡା, ୧୬।୧୨ (ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅଧୀନ ବରଗୋଛା-ଦପଲା ୨୦ କି.ମି. ରାସ୍‌ତା ବହୁତ୍‌ ବଛର ହେଲା ଦେଖ୍‌ରେଖ, ମରାମତି ଅଭାବୁ ପିଚୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପଝିଅଙ୍କୁ ଆକ୍ରମଣ, ୩ ଗିରଫ

ଖଇରା, ୯।୩(ଡି.ଏନ.ଏ.)-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ରୁଢିଙ୍ଗିଆ ଗ୍ରାମର କୈଳାସ ବରାଳ ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରାଯାଇଛି।...

ବିନା ପାସ୍‌ରେ ଆଉ ଗଡିବନି ଗାଡି

ବରଗଡ଼ ଅଫିସ,୮।୪: ଘାତକ କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଦୋକାନ, ବଜାର ପରେ ବରଗଡ଼ ଜିଲା...

Advertisement

BGU

Archives

Model This Week

Why Dharitri