ଫିଫା ବିଶ୍ୱକପ୍‌: ଷ୍ଟାଡିୟମ ନିର୍ମାଣ ସ୍ଥଳରେ କରୋନା ସଂକ୍ରମଣ

ଦୋହା,୧୭।୪(ଏଏଫ୍‌ପି): ୨୦୨୨ ଫିଫା ବଶ୍ୱକପ୍‌ ମଧ୍ୟପ୍ରାଚ୍ୟ ଦେଶ କାତାରରେ ଆୟୋଜନ ହେବ। ବିଶ୍ୱକପ୍‌ ପାଇଁ ନିର୍ମାଣାଧିନ ଷ୍ଟାଡିୟମ ନିକଟରେ କେତୋଟି କରୋନା ଭାଇରସ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଷ୍ଟାଡିୟମ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମକମାନଙ୍କ ମଧ୍ୟରୁ ୩ ଜଣ କରୋନ ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଇଛି। ଫଳରେ କାତାରରେ କୋଭିଡ-୧୯ କାରଣରୁ ୭ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୪, ୧୦୩ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ତେବେ ବୁଧବାର ପ୍ରଥମଥର ପାଇଁ କୌଣସି ଶ୍ରମିକ ସଂକ୍ରମିତ ହୋଇଛନ୍ତି ବୋଲି କୁହାଯାଇଛି। କରୋନା ଭାଇରସ ଆତଙ୍କ ସତ୍ତ୍ୱେ ବିଶ୍ୱକପ୍‌ ପାଇଁ ଷ୍ଟାଡିୟମ ଓ ଅନ୍ୟାନ୍ୟ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ଚାଲିଛି।
ଉଲ୍ଲେଖଥାଉ କି, ୨୦୨୨ ଫିଫା ବିଶ୍ୱକପ୍‌ ନଭେମ୍ବର ଓ ଡିସେମ୍ବର ମାସରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। କୋଭିଡ-୧୯ ସଂକ୍ରମଣ ପାଇଁ ଟୋକିଓ ଅଲିମ୍ପିକ୍ସ ଓ ୟୁରୋପିଆନ ଫୁଟବଲ ଚାମ୍ପିୟଶନିପ୍‌ ସ୍ଥଗିତ ହୋଇଥିଲେ ମଧ୍ୟ ଫିଫା ବିଶ୍ୱକପ୍‌ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆୟୋଜନ ହେବ। ଅଲିମ୍ପିକ୍ସ ଓ ୟୂରୋ କପ୍‌ ୨୦୨୧ରେ ଆୟୋଜନ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଉଥ୍‌ ସୁପରଷ୍ଟାର ପବନ କଲ୍ୟାଣଙ୍କୁ କରୋନା

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସ୍ଥିତି ଏଭଳି ହୋଇଯାଇଛି ଯେ, ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ...

ଭାରତ ବିପକ୍ଷ ଇଂଲଣ୍ଡର ଘରୋଇ ଟେଷ୍ଟ ସିରିଜରେ ଦର୍ଶକ ସାମିଲ ହେବେ

ଲଣ୍ଡନ,୧୯।୧୧(ପି.ଟି.): ୨୦୨୧ରେ ଏକ ୫ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦର୍ଶକ ସାମିଲ ହେବାର ଯଥେଷ୍ଟ...

ଲକ୍‌ଡାଉନ କଟକଣା କୋହଳ: ମାର୍କେଟ କମ୍ପ୍ଲେକ୍ସ, ସପିଂ ମଲ୍‌କୁ ଛାଡି ଅନ୍ୟ ସବୁ ଦୋକାନ ଖୋଲିବ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): କରୋନା(କୋଭିଡ-୧୯) ମୂକାବିଲା ପାଇଁ ସମଗ୍ର ଜିଲାରେ ଲକ୍‌ଡାଉନ ଜାରି ରହିଛି। ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର,...

ଓ୍ବିମ୍ବେଲଡନ ପୁରୁଷ ଫାଇନାଲରେ ପ୍ରଥମ ମହିଳା ଚେୟାର ଅମ୍ପାୟର

ଓି୍ବମ୍ବେଲଡନ, ୧୦ା୭ (ଏପି)-୧୮୭୭ରୁ ଖେଳାଯାଇ ଆସୁଥିବା ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲକୁ ପ୍ରଥମଥର ଜଣେ ମହିଳା ଚେୟାର ଅମ୍ପାୟର ମ୍ୟାଚ...

ଫେଡେରେଶନ କପ୍‌ ଆଥଲେଟିକ୍ସ ୧୦୦ ମି. ରେସ୍‌: ଦୂତୀଙ୍କୁ ରୌପ୍ୟ, ଅମିୟ ୭ମ

ଭୁବନେଶ୍ୱର, ୧୭।୩(କ୍ରୀଡ଼ା ପ୍ରତିନିଧି)- ପଟିଆଲାର ଏନ୍‌ଏସ ଏନ୍‌ଆଇଏସ୍‌ରେ ଆରମ୍ଭ ହୋଇଥିବା ୨୪ତମ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ଇଭେଣ୍ଟରେ...

ଫ୍ଲଡ୍‌ ଲାଇଟ୍‌ରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ

ଇନ୍ଦୋର, ୧୮।୧୧(ପି.ଟି.)- କୋଲକାତାର ଇଡେନ ଗାର୍ଡେନରେ ହେବାକୁଥିବା ଦିବାରାତ୍ର କ୍ରିକେଟ ଟେଷ୍ଟକୁ ଦୃଷ୍ଟିରେ ରଖି ଭାରତୀୟ ଖେଳାଳିମାନେ ଏଠାରେ ଫ୍ଲଡ୍‌ ଲାଇଟ୍‌ରେ ଅଭ୍ୟାସ କରିଛନ୍ତି। ଅଧିନାୟକ...

ଭାରତରେ ୮ ନୂଆ ଷ୍ଟ୍ରେନ୍‌

ନୂଆଦିଲ୍ଲୀ, ୩୦।୧୨: ୮ ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନ୍ୟୁରୋସାଇନ୍ସ,...

ଭାରତ ଆଗରେ ୪୯ ରନ୍‌ର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ,୨୫।୨ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ତୃତୀୟ ତଥା ଦିବାରାତ୍ର ଟେଷ୍ଟକୁ ଦୁଇ ଦିନରେ ହିଁ ଜିତି ନେଇପାରେ ଟିମ୍‌ ଇଣ୍ଡିଆ। ଅକ୍ଷର ପଟେଲ...

Advertisement
Archives

Model This Week