Posted inଖେଳ

ଫିଫା ବିଶ୍ୱକପ୍‌: ଭାରତୀୟ ଦର୍ଶକ ନେଇ କାତାରର ଆଶା

ମୁମ୍ବାଇ, ୨୨ା୪ (ପି.ଟି.)-କାତାର ୨୦୨୨ ଫିଫା ବିଶ୍ୱକପ୍‌ର ଆୟୋଜକ ହୋଇଛି। ସୌଦି ଆରବ ନେତୃତ୍ୱରେ କେତେକ ଦେଶ ଏହି ଦେଶକୁ ଅର୍ଥନୈତିକ ବାସନ୍ଦ କରିଥିଲେ ହେଁ ବହୁସଂଖ୍ୟାରେ ଭାରତୀୟ ମେଗା ଇଭେଣ୍ଟ ଦେଖିବା ଲାଗି ଦେଶକୁ ଆସିବେ ବୋଲି ବିଶ୍ୱକପ୍‌ ସିଇଓ ନାସେର ଅଲ୍‌ ଖାଟେର ଆଶାପ୍ରକାଶ କରି କହିଛନ୍ତି। ଦର୍ଶକଙ୍କ ଆଗମନ ପାଇଁ ଆମେ ଯଥାସମ୍ଭବ ଜଳପଥ ଏବଂ ଆକାଶ ପଥ ବ୍ୟବହାର କରିବୁ। ରୁଷିଆରେ ୨୦୧୮ ଫିଫା ବିଶ୍ୱକପ୍‌ ପାଇଁ ବହୁ ଭାରତୀୟ ଫୁଟ୍‌ବଲ ପ୍ରେମୀ ଯାଇଥିଲେ। ପ୍ରତିଯୋଗିତା ଲାଗି ଯୋଗ୍ୟତା ହାସଲ କରିପାରି ନ ଥିବା ଦେଶଗୁଡ଼ିକର ଦର୍ଶକଙ୍କ ମଧ୍ୟ ଭାରତୀୟଙ୍କ ସଂଖ୍ୟା ତୃତୀୟ ସର୍ବାଧିକ ଥିଲା। ସମସ୍ତ ଷ୍ଟାଡିୟମରେ ଅତ୍ୟାଧୁନୀକ କୁଲିଂ ବ୍ୟବସ୍ଥା କରାଯିବ। ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମର ଆଧୁନିକୀକରଣ କରାଯାଇଛି।ମ୍ୟାଚ ଖେଳାଯିବା ବେଳେ ଏହି ଷ୍ଟାଡିୟମର ବାହାରେ ତାପମାତ୍ରା ୪୦ଡିଗ୍ରୀ ସେଲସିଅସ ଥିବ। ମାତ୍ର ଅତ୍ୟାଧୁନୀକ କୁଲିଂ ସିଷ୍ଟମ ଦ୍ୱାରା ଷ୍ଟାଡିୟମ ଭିତର ତାପମାତ୍ରାକୁ ୨୩ ଡିଗ୍ରୀକୁ ହ୍ରାସ କରାଯିବ। ଭାରତୀୟଙ୍କ ଲାଗି ଭିଜାର ଅବଧି ବୃଦ୍ଧି କରାଯାଇଥିବା ଖାଟେର ସୂଚନା ଦେଇଛନ୍ତି। ବିଡ୍‌ ଉପସ୍ଥାପନ ବେଳେ ଆମେ ସୂଚାଇ ଦେଇଥିଲୁ ଯେ, ଅତ୍ୟାଧୁନୀକ କୁଲିଂ ବ୍ୟବସ୍ଥା ଦ୍ୱାରା ବିଶ୍ୱକପ୍‌ ବେଳେ ଷ୍ଟାଡିୟମର ତାପମାତ୍ରା ୨୦ରୁ ୩୦ ମଧ୍ୟରେ ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏନ୍‌ସିଏ ମୁଖ୍ୟ ପଦବୀ ପାଇଁ ପୁଣି ଆବେଦନ କଲେ ଦ୍ରାବିଡ

ବେଙ୍ଗାଲୁରୁ,୧୯।୮: ଭାରତୀୟ କ୍ରିକେଟଜଗତରେ ରାହୁଲ ଦ୍ରାବିଡ଼ ଅନ୍ୟତମ ସମ୍ମାନିତ ଖେଳାଳି। ସେ ଜଣେ ସକ୍ରିୟ କ୍ରିକେଟର ହିସାବରେ ତ କେବେ କୋଚିଂ କ୍ୟାରିୟରକୁ ନେଇ ଚର୍ଚ୍ଚାରେ...

ଟ୍ବିଲାଇଟ୍‌ ଟ୍ରେନିଂ: ଇନ୍ଦୋରରେ ଅଧିକ ୨ ଦିନ ରହିବେ କ୍ରିକେଟର

ଇନ୍ଦୋର,୧୭।୧୧(ପି.ଟି.)- ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୨ ତାରିତଖରୁ ଐତିହାସିକ ଇଡେନ ଗାର୍ଡେନରେ ଦିବାରାତ୍ର ଟେଷ୍ଟ ଖେଳିବ। ପିଙ୍କ୍‌ ବଲ୍‌ ବା ଗୋଲାପୀ...

ମତଦାନ ସାବ୍ୟସ୍ତ କଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୨୧।୧୦: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ସୋମବାର ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନ ପାଇଁ ଭୋଟିଂ ପ୍ରକ୍ରିୟା ଚାଲିଥିବାବେଳେ ସଚିନ ସ୍ତ୍ରୀ...

ଉମ୍ରାନଙ୍କୁ କାହିଁକି ଦେଇଥିଲେ ଶେଷ ଓଭର? ହାର୍ଦ୍ଦିକ କହିଲେ…

ଡବଲିନ,୨୯।୬: ଭାରତ ମଙ୍ଗଳବାର ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ସହ ୨ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଛି। ଦୀପକ...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା

ମୁମ୍ବାଇ,୧୨।୪: ଆଇପିଏଲ୍‌ ୨୦୨୨ରେ ପ୍ରତିଦିନ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳୁଛି। ଚଳି ଆଇପିଏଲ୍‌ର ୨୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୮ ଉଇକେଟ୍‌ରେ ଗୁଜରାଟ ଟାଇଟାନ୍ସକୁ ଦଳକୁ...

ଈଶାନ୍ତଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି

ଅହମ୍ମଦାବାଦ,୨୪।୨: ଭାରତୀୟ ପେସର ଈଶାନ୍ତ ଶର୍ମା ବୁଧବାର କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଛନ୍ତି। ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ ହୋଇଥିବା ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ...

ତୃତୀୟ ଟେଷ୍ଟରେ ଭାରତୀୟ କ୍ରିକେଟରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିବେ କି ପ୍ରୀତି ଜିଣ୍ଟାଙ୍କ ଏହି ବ୍ୟାଟ୍ସମ୍ୟାନ! ୪୮ ବଲ୍‌ରେ ମାରିଛନ୍ତି ଶତକ

ଲଣ୍ଡନ,୧୯।୮: ଭାରତ ବିପକ୍ଷରେ ଲର୍ଡସ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଘରୋଇ ଇଂଲଣ୍ଡ ଟିମ୍‌ ନିଜ ବ୍ୟାଟିଂ ସଜାଡ଼ିବା ଆରମ୍ଭ କରିଛି। ଟି-୨୦...

ସାଥୀ ଖେଳାଳିଙ୍କୁ ଶକ୍ତ ଚାପୁଡା ମାରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ସେହ୍ବାଗ ନେଲେ ମଜା

ଗଲ,୧୮।୧: ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମଧ୍ୟରେ ଗଲରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଏକ ମଜାଦାର ଘଟଣା ଘଟିଥିଲା। ଚତୁର୍ଥ ଦିନରେ ଲାହିରୁ ଥିରିମାନଙ୍କ...

Advertisement
Archives

Model This Week