Posted inଜାତୀୟ

ଫାଶୀ ପାଇଁ ବାକି ଗୋଟିଏ ଦିନ: ୩ ଦୋଷୀଙ୍କ ପାଖରେ ଏବେ ବି ରହିଛି ଲାଇଫ୍‌ ଲାଇନ୍‌

ନୂଆଦିଲ୍ଲୀ,୩୦।୧: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ଆଉ ବାକି ରହିଛି ଗୋଟିଏ ଦିନ। ଫେବୃୟାରୀ ୧ରେ ଫାଶୀଦଣ୍ଡ ଲାଗିଁ ମୃତ୍ୟୁ ଓ୍ବାରେଣ୍ଟ୍‌ ଜାରି ହୋଇଛି। ୧୯୮୮ ଦିଲ୍ଲୀ ଜେଲ୍‌ ମାନୁଆଲ୍‌ ଅନୁସାରେ ଗୋଟିଏ ଆପରାଧୀକ ମାମଲାରେ ଫାଶୀ ଏକାଧିକ ଦୋଷୀଙ୍କୁ ଦଣ୍ଡାଦେଶ ହେଲେ ସେମାନଙ୍କୁ ଏକା ସହିତ ଫାଶୀ ଦିଆଯିବ। ଜେଲ୍‌ ମାନୁଆଲ୍‌ ଆଧାରରେ ନିର୍ଭୟା ଦୋଷୀଙ୍କୁ ଏକାଠି ଫାଶୀ ଦିଆଯିବାର ପ୍ରସ୍ତୁତି ଶେଷ ହୋଇଛି। ତେବେ ୩ ଦୋଷୀଙ୍କ ପାଖରେ ଏବେ ବି ରହିଛି ଲାଇଫ୍‌ଲାଇନ୍‌। ଇତିମଧ୍ୟରେ ମୁକେଶ ସିଂଙ୍କ ଫାଶୀରୁ ରକ୍ଷା ପାଇବା ସମସ୍ତ ବିକଳ୍ପ ଶେଷ ହୋଇଥିବାବେଳେ ଗୁରୁବାର ଅକ୍ଷୟ ସିଂଙ୍କ କ୍ୟୁରେଟିଭ୍‌ ପିଟିଶନ୍‌ ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଛି । ଅକ୍ଷୟଙ୍କ ରାଜକ୍ଷମା ବିଚାରାଧୀନ ରହିଛି। ଏବେ ପଓ୍ବନ ଗୁପ୍ତାଙ୍କ ପାଖରେ କ୍ୟୁରେଟିଭ୍‌ ପିଟିଶନ୍‌ ଦାଖଲ କରିବାର ସୁଯୋଗ ରହିଛି। ଦୋଷୀ ବିନୟ ଶର୍ମା ଏବଂ ଅକ୍ଷୟ ସିଂଙ୍କ ପାଖରେ ରାଜକ୍ଷମା ଏବଂ ଏହା ଖାରଜ ହେବା ପରେ ସୁପ୍ରିମ୍‌କୋର୍ଟରେ ଆବେଦନ କରିବା ଆଦି ୨ଟି ବିକଳ୍ପ ରହିଛି। ପଓ୍ବନଙ୍କ କ୍ୟୁରେଟିଭ୍‌ ପିଟିଶନ୍‌ ଖାରଜ ହେଲେ ସେ ଏହାପରେ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଲାଗି ଆବେଦନ କରିପାରିବେ। ସେହିଭଳି ରାଜକ୍ଷମା ଖାରଜ ହେଲେ ଏହା ବିରୋଧରେ ସେ ସୁପ୍ରିମ୍‌କୋର୍ଟରେ ମଧ୍ୟ ସେମାନେ ଆବେଦନ କରିପାରିବେ। ଫାଶୀ ଦିନ ପାଖେଇ ଆସୁଥିବାବେଳେ ଦୋଷୀଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ଆଇନ ଖେଳ ଆରମ୍ଭ ହୋଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri