ଫାଣ୍ଡି ହେଲା ଥାନା, ସ୍ଥିତି ଯେମିତିକି ସେମିତି

ମୁରିବାହାଲ, ୪।୩ (ଡି.ଏନ୍‌.ଏ.) – ରାଜ୍ୟ ସରକାର ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୋଲିସ ସେବାକୁ କ୍ରିୟାଶୀଳ କରୁଛନ୍ତି। ନୂତନ ଥାନା ଓ ଫାଣ୍ଡି ଖୋଲା ଯାଉଛି। ଏହିକ୍ରମରେ ବଲାଙ୍ଗୀର ଜିଲା ମୁରିବାହାଲ ଫାଣ୍ଡିକୁ ୩ବର୍ଷ ତଳେ ଥାନାକୁ ଉନ୍ନୀତ କରାଯାଇଥିଲା। ଥାନା ମାନ୍ୟତା ପାଇବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା। ହେଲେ ଇତିମଧ୍ୟରେ ତିନିବର୍ଷ ବିତିଯାଇଥିଲେ ବି କୌଣସି ଭିତ୍ତିଭୂମିରେ ବିକାଶ ଘଟିଲା ନାହିଁ। ଫଳରେ ସ୍ଥିତି ପୂର୍ବରୁ ଯେମିତି ଥିଲା ସେମିତି ରହିଛି।
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପରେ ୨୦ ଡିସେମ୍ବର, ୨୦୧୬ରେ ୧୭ଗୋଟି ଗ୍ରାମପଞ୍ଚାୟତକୁ ନେଇ ରାଜ୍ୟ ସରକାର ମୁରିବାହାଲ ଫାଣ୍ଡିକୁ ଥାନାର ମାନ୍ୟତା ପ୍ରଦାନ କଲେ। ଏହି ଥାନା ଅଧୀନରେ ୧୩୦ଟି ଗ୍ରାମ ରହିଛି। ଏହା ସାଙ୍ଗକୁ ବ୍ଲକ, ତହସିଲ, ମେଡିକାଲ, କଲେଜ, କୃଷି ଉଦ୍ୟାନ, ପ୍ରାଣୀ ସମ୍ପଦ, ଶିକ୍ଷା ଅଫିସ, ୧୭ ଗୋଟି ବଜାର ଓ କେତେକ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ବି ରହିଛି। ଏକ ଥାନାର ଯାହା ସବୁ ଆନୁସଙ୍ଗିକ ବ୍ୟବସ୍ଥା ରହିବା କଥା, ତାହା ଏଠାରେ ଉପଲବ୍ଧ ହୋଇ ପାରିନାହିଁ। ଆବଶ୍ୟକ ପୋଲିସ ଅଧିକାରୀ ଓ କର୍ମଚାରୀ ଏଠାରେ ନ ଥିବାରୁ ଆଇନଶୃଙ୍ଖଳା ବଜାୟ ରଖିବା କାଠିକର ପାଠ ହେଉଥିବା ପରିଲକ୍ଷିତ ହେଉଛି। ବର୍ତ୍ତମାନ ଜଣେ ଥାନା ଅଧିକାରୀଙ୍କ ସହ ମଞ୍ଜୁରପ୍ରାପ୍ତ ୩ ସବ୍‌ଇନ୍ସପେକ୍ଟରଙ୍କ ମଧ୍ୟରୁ ୨ଜଣ କାର୍ଯ୍ୟରତ ଅଛନ୍ତି। ଗୋଟିଏ ପଦବୀ ଖାଲି ପଡିଛି । ସେହିପରି ୩ ଏଏସଆଇଙ୍କ ସ୍ଥାନରେ ୨ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ନୂଆ କରି ଖୋଲିଥିବା ଜେଏମଏଫସି କୋର୍ଟରେ ନିଯୁକ୍ତି ଦିଆଯାଇଛି । ସେହିପରି ୮ଜଣ କନଷ୍ଟେବଳଙ୍କ ସ୍ଥାନରେ ୫ଜଣ କାର୍ଯ୍ୟରତ ରହିଛନ୍ତି। ତନ୍ମଧ୍ୟରୁ ଥାନା ଭିଏଚ୍‌ଏଫ୍‌ ଓ କମ୍ପ୍ୟୁଟରରେ ୨ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।
କର୍ମଚାରୀ ଅଭାବଜନିତ ସମସ୍ୟା ଦେଇ ଗତି କରୁଥିବା ମୁରିବାହାଲ ଥାନାର ନୂତନ କୋଠା ଏଯାଏ ନିର୍ମିାଣ ହୋଇ ପାରିଲା ନାହିଁ। ୩ବର୍ଷ ହେଲା ପୁରୁଣା ଫାଣ୍ଡି ଗୃହରେ ଥାନା ଯାଇତାଇ ଚାଲିଛି । ଥାନାର କୋଠା, ଷ୍ଟାଫ କ୍ୱାର୍ଟର୍ସ ପାଇଁ ୨ବର୍ଷରୁ ଅଧିକ ସମୟ ହେଲା ୫ ଏକର ଜମି ଚିହ୍ନଟ ହୋଇ ସାରିଛି। ହେଲେ ଅବଧି ପର୍ଯ୍ୟନ୍ତ ଗୃହ ନିର୍ମାଣ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଅପରପକ୍ଷରେ କାର୍ଯ୍ୟରତ କର୍ମଚାରୀମାନେ ଷ୍ଟାଫ କ୍ୱାର୍ଟର୍ସ ନଥିବାରୁ ବଡ ଅସୁବିଧାର ସହ ବାହାରେ ରହି କାମ କରିବାକୁ ବାଧ୍ୟ ହେଉଛନ୍ତି। ପୁନଶ୍ଚ ହେଡକ୍ୱାର୍ଟର୍ସ ବାହାରେ ରହୁଥିବାରୁ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ କର୍ମଚାରୀ ଥାନାରେ ପହଞ୍ଚିବାରେ ସମସ୍ୟା ହେଉଛି। ଅନ୍ୟ ଏକ ଘଟଣାକ୍ରମରେ ଥାନାରେ ଜଣେ ମଧ୍ୟ ମହିଳା କନଷ୍ଟେବଳ ନଥିବାରୁ ଥାନାକୁ ଆସୁଥିବା ମହିଳାମାନେ ସେମାନଙ୍କ ଆପତ୍ତି, ଅଭିଯୋଗ ପରିପ୍ରକାଶ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ କୁମାର ମହାପାତ୍ରଙ୍କୁ ପଚାରିବାରୁ ଏହି ସମସ୍ତ ବିଷୟକୁ ନେଇ ଜିଲା କର୍ତ୍ତୃପକ୍ଷ ଓ ସରକାରଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri