ଫାଇଲ୍‌ରେ ଅଟକିଛି ଭଦ୍ରକର ମାଷ୍ଟରପ୍ଲାନ

ଭଦ୍ରକ ଅଫିସ, ୪ା୩- ସରକାରଙ୍କ ଗେଜେଟ୍‌ ନୋଟିଫିକେସନ୍‌କୁ ଇତି ମଧ୍ୟରେ ୩ ବର୍ଷ ପୂରିଲା, ହେଲେ ଭଦ୍ରକ ମାଷ୍ଟର ପ୍ଲାନ ଭିତ୍ତିରେ ଆଶାତୀତ କାର୍ଯ୍ୟକାରୀ ହୋଇ ପାରିଲାନି। ଯୋଜନା କାର୍ଯ୍ୟକାରୀ ହେବା ଦୂରେ ଥାଉ ଯୋଜନାର ଅଗ୍ରଗତିକୁ ନେଇ ଏବେ ଅନ୍ଧାରରେ ସହରବାସୀ। ଟାଉନ ପ୍ଲାନିଂ ମୁତାବକ ସହର ଅବ୍ୟବସ୍ଥିତ ହୋଇ ରହିଛି। ବସ୍‌ଷ୍ଟାଣ୍ଡଟି ଅସ୍ଥାୟୀ ଭାବେ ବନ୍ତଛକରେ କାର୍ଯ୍ୟ କରୁଛି। ସେହିଭଳି ଅନେକ ସମସ୍ୟା ରହିଛି। ଆଗାମୀ ୨୦ ବର୍ଷକୁ ଦୃଷ୍ଟିରେ ରଖି ଗତ ୨୦୧୩ ରେ ରାଜ୍ୟ ସରକାର ଭଦ୍ରକ ମାଷ୍ଟରପ୍ଲାନ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଥିଲେ। ଭଦ୍ରକ ପୌରପାଳିକାର ୩୦ଟି ୱାର୍ଡ଼ର ୨୬ଟି ରାଜସ୍ବ ଗ୍ରାମ ଏବଂ ପୌରପାଳିକା ସଂଲଗ୍ନ ୨୪ଟି ରାଜସ୍ବ ଗ୍ରାମର ମୋଟ ୧ ଲକ୍ଷ ୫୨ ହଜାର ୫୩୬ ବର୍ଗ କି.ମି ନେଇ ଏହି ମାଷ୍ଟରପ୍ଲାନର ପରିକଳ୍ପନା କରାଯାଇଥିଲା। ପ୍ଲାନ ପ୍ରସ୍ତୁତି ନିମନ୍ତେ ହରିୟାନା ଗୁରୁଗାଓଁ ସ୍ଥିତ ଏମ୍‌ଏସ୍‌ ଫିଡବ୍ୟାକ୍‌ ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡ଼ କମ୍ପାନୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପ୍ଲାନ ପ୍ରସ୍ତୁତିରେ ଖର୍ଚ୍ଚ ମଧ୍ୟ କରିଥିଲେ। ଭୌଗୋଳିକ ସ୍ଥିତି, ପ୍ରାକୃତିକ ସମ୍ବଳ, ଅବସ୍ଥିତି, ଆଞ୍ଚଳିକ ପୃଷ୍ଠଭୂମି ଜଳବାୟୁ ଆଦିକୁ ବିଚାରକୁ ନେଇ ଉପଗ୍ରହ ଛବି ଏବଂ କ୍ଷେତ୍ର ପରିଦର୍ଶନ କରି ଏହା ନକ୍ସା ପ୍ରସ୍ତୁତି କରାଯାଇଥିଲା। ଯୋଜନା ପ୍ରସ୍ତୁତ ପରେ ଷ୍ଟେକ ହୋଲଡର୍‌ମାନଙ୍କୁ ନେଇ ଏ ବାବଦରେ ଏକାଧିକ କର୍ମଶାଳାମାନ ଅନୁଷ୍ଠିତ କରାଯାଇ ଯୋଜନା ଚୂଡ଼ାନ୍ତ କରାଯାଇଥିଲା। ଯୋଜନାରେ ବସ୍‌ଷ୍ଟାଣ୍ଡ, ପାର୍କ, ଡାକ୍ତରଖାନା, ବ୍ୟବସ୍ଥିତ ଡ୍ରେନେଜ ଏହିଭଳି ସମସ୍ତ ବ୍ୟବସ୍ଥା ପାଇଁ ପରିକଳ୍ପନା ସ୍ଥାନ ପାଇଥିଲା। ପୌରପାଳିକା ବ୍ୟତୀତ ପଡ଼ୋଶୀ ୧୯ଟି ରାଜସ୍ବ ଗ୍ରାମକୁ ନେଇ ଏଥିରେ ସାମିଲ କରାଯାଇଥିଲା। ଗତ ୨୦୧୭ ଜୁନ ୩୦ ତାରିଖରେ ସରକାରୀ ଗେଜେଟ୍‌ ନୋଟିଫିକେସନ୍‌ରେ ପ୍ରକାଶିତ ହୋଇଥିଲା। ଇତିମଧ୍ୟରେ ପାଖାପାଖି ୩ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଯୋଜନା କାର୍ଯ୍ୟକାରୀ ହେବା ନେଇ ନାନା ସନ୍ଦେହ ପ୍ରକାଶ ପାଇଛି। ଗୋଟିଏ ପଟରେ ସରକାର ଗେଜେଟ୍‌ ନୋଟିଫିକେସନ୍‌ରେ ଭଦ୍ରକ ମାଷ୍ଟରପ୍ଲାନକୁ ସୀମିତ ରଖିଥିଲେ ମଧ୍ୟ ଏହାର ଅଢ଼ୁଆଳରେ ସହରରେ ଜମିବାଡ଼ି କ୍ରୟ ବିକ୍ରୟ ଉପରେ ଲାଗିଛି କଟକଣା। ମାଷ୍ଟରପ୍ଲାନ ଏରିଆ ଆଳରେ ଜମିର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଥିବା ବେଳେ ଜମିଜମା ରେଜିଷ୍ଟ୍ରେଶନ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ତେଣେ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ହେଉନଥିବା ବେଳେ ଅବ୍ୟବସ୍ଥିତ ଭାବେ ସହର କଳେବର ବୃଦ୍ଧିପାଇବାରେ ଲାଗିଛି। ଅପରପକ୍ଷରେ ଭଦ୍ରକ ପୌରପାଳିକା ପାଇଁ ସ୍ବତନ୍ତ୍ର ଟାଉନ ପ୍ଲାନିଂ ଅଧିକାରୀ ନାହାନ୍ତି। ଯିଏ ଅଛନ୍ତି ୪ଟି ସହର ପାଇଁ କାର୍ଯ୍ୟ କରୁଛନ୍ତି। ଭଦ୍ରକ, ବାଲେଶ୍ୱର, ଭୁବନେଶ୍ୱର ଓ କେନ୍ଦୁଝର ପାଇଁ। ଏଣୁ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିଛି। ଏନେଇ ଭଦ୍ରକ ଟାଉନ ପ୍ଲାନିଂ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ାଙ୍କୁ ପଚାରିବାରୁ ଗେଜେଟ୍‌ ନୋଟିଫିକେସନ୍‌ ପାରିତ ହେବା ପରେ ଜିଲାରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗକୁ ଉକ୍ତ ପ୍ଲାନିଂର ନକଲ ପ୍ରଦାନ କରାଯାଇଛି। ବିଭାଗରେ ଥିବା ବଜେଟ୍‌ ମୁତାବକ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶାନାମା ରହିଛି। ଏଣୁ ବିଭାଗୀୟ ଅଧିକାରୀମାନେ ବଜେଟ ଅର୍ଥକୁ ନେଇ କାମ କରୁଛନ୍ତି। ସହର ପାଇଁ ପ୍ରସ୍ତାବିତ ରିଂ ରୋଡ଼ ନିର୍ମାଣ ଲା ଆବଶ୍ୟକ ଜମି ଚିହ୍ନଟ କରି ଅଧିଗ୍ରହଣ କାର୍ଯ୍ୟ କରିବା ପାଇଁ ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶାନାମା ଦିଆଯାଇଛି । ଏଣୁ ସହର ପାଇଁ ମାଷ୍ଟରପ୍ଲାନ ହୋଇଛି। ଅର୍ଥ ଅଭାବ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

ସିବିଏସ୍‌ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

ସାବଧାନ! ଏଣିକି ସୋସିଆଲ ମିଡିଆରେ ଲୁଚାଇ ପାରିବେ ନାହିଁ ପରିଚୟ, ଧରିଦେବ AI, ଜାଣନ୍ତୁ କେମିତି

AI ବା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗରେ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇବା ଏବେ କଷ୍ଟକର ହୋଇପଡୁଛି। ଯଦି ୟୁଜର୍ସମାନେ ଭାବନ୍ତି ଯେ, ସେମାନେ ସିକ୍ରେଟ୍‌ ଭାବରେ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri