ଫାଇଲିନ୍‌ରେ ନଷ୍ଟ ହୋଇଥିଲା ଝାଉଁବଣ: ୬ ବର୍ଷ ଧରି ପଡ଼ି ଖତଖାଉଛି କାଠ

କୃଷ୍ଣପ୍ରସାଦ,୧।୧୦(ଡି.ଏନ.ଏ.)- ବଙ୍ଗୋପସାଗର ଉପକୂଳ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ବ୍ରାହ୍ମଣଦେଓ ଗାଁ ନିକଟ ଝାଉଁବଣରେ ଗତ ୬ ବର୍ଷ ହେଲା ପଡ଼ି ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ଝାଉଁକାଠ। ୨୦୧୩ ଫାଇଲିନ ବାତ୍ୟାରେ ଭାଙ୍ଗିପଡିଥିଲା ହଜାର ହଜାର ପରିମାଣର ଝାଉଁଗଛ । ଗ୍ରାମ୍ୟ ବନୀକରଣ ଦାୟିତ୍ୱରେ ଥିବା ବ୍ରାହ୍ମଣଦେଓ ଗ୍ରାମବାସୀ ନିଜ ଖର୍ଚ୍ଚରେ ଗଛକୁ ହାଣି ଖଣ୍ଡ ଖଣ୍ଡ କରି ଗଦାମାରି ପାଳିକରି ଏଯାଏ ଜଗି ରହିଛନ୍ତି। ତେବେ ସେମାନଙ୍କୁ କାଠ ବିକ୍ରି କରିବା ଲାଗି ବନବିଭାଗ ଅନୁମତି ଦେବ ବୋଲି କହି ଦିନ ଗଡାଇ ଚାଲିଛି। ଫଳରେ ଦୀର୍ଘ ୬ବର୍ଷ ଧରି ଗଦା ମରାଯାଇଥିବା କାଠସବୁ ବାତ୍ୟା, ବର୍ଷାରେ ପାଣି ଖାଇ ନଷ୍ଟ ହେବାରେ ଲାଗିଛି। ସେହିପରି ଗତ ଫନୀ ବାତ୍ୟାଠାରୁ କାଠ ଗଦା ମରାଯାଇଥିବା ସ୍ଥାନରେ ପାଣି ଜମି ରହୁଛି। ପାଣି ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ବର୍ଷା ହେଲେ କାଠସବୁ ପାଣିରେ ଭାସୁଛି ା ପାଣି ଖାଇ କାଠ ଖତରା ହେଲାଣି ଅଥଚ ଗ୍ରାମବାସୀ ତାହାକୁ ବିକ୍ରି କରିପାରୁନାହାନ୍ତି। ବନ ବିଭାଗ ଅନୁମତି ଦେବାରେ ଅବହେଳା କରୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଗ୍ରାମବାସୀ କେବେ ସେମାନଙ୍କ ପାରିଶ୍ରମିକ ପାଇବେ ତାହା ମରୀଚିକା ସଦୃଶ ବୋଲି ଜଙ୍ଗଲରେ କାଠ ଜଗୁଥିବା କେତେଜଣ ସଦସ୍ୟ କହିଛନ୍ତି। ଏନେଇ ଡିଏଫ୍‌ଓ ସମ୍ରାଟ ଗୌଡ଼ଙ୍କୁ ପଚାରିବାରେ ସେ ଏ ସମ୍ପର୍କରେ କିଛି ଜାଣି ନ ଥିବା ପ୍ରକାଶ କରିଛନ୍ତି। ଲକ୍ଷ ଲକ୍ଷ ଟଙ୍କାର କାଠ ନଷ୍ଟ ହେବାକୁ ବସିଥିବାବେଳେ ବନ ବିଭାଗ ଜିଲା ମୁଖ୍ୟ ଅଧିକାରୀ ଏ ସମ୍ପର୍କରେ ଜାଣି ନ ଥିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri