Posted inଜାତୀୟ

ପେନ୍‌ସନ୍‌ ନେବାକୁ ମନାକଲେ ଜେଟ୍‌ଲୀଙ୍କ ପରିବାର

ନୂଆଦିଲ୍ଲୀ,୧।୧୦:ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ମୃତ୍ୟୁ ପରେ ମିଳିବାକୁ ଥିବା ପେନସନ୍‌କୁ ତାଙ୍କ ପରିବାର ଲୋକେ ଦାନ କରିଦେଇଛନ୍ତି। ଜେଟଲୀଙ୍କ ସ୍ତ୍ରୀ ସଙ୍ଗୀତା ଏନେଇ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଚିଠି ଲେଖି ଜଣାଇଛନ୍ତି। ତାଙ୍କୁ ମିଳିବାକୁ ଥିବା ପେନସନ୍‌ ସେହି କର୍ମଚାରୀଙ୍କୁ ଦିଆଯାଉ ଯେଉଁମାନେ କମ୍‌ ଦରମା ପାଉଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ସଙ୍ଗୀତା। ଜେଟ୍‌ଲୀଙ୍କ ପରିବାର ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯିବା ପରେ, ଉକ୍ତ ପେନସନକୁ ରାଜ୍ୟସଭା କମ୍‌ ଦରମା ପାଉଥିବା କର୍ମଚାରୀଙ୍କୁ ଦିଆଯାଇପାରେ ବୋଲି ଜଣାପଡିଛି। ପେନସନ ବାବଦରେ ଜେଟଲୀଙ୍କ ପରିବାରକୁ ମାସକୁ ପାଖାପାଖି ୩ ଲକ୍ଷ ଟଙ୍କା ମିଳିବ। ସ୍ତ୍ରୀ ସଙ୍ଗୀତାଙ୍କ ସହ ଜେଟ୍‌ଲୀଙ୍କ ଏକ ଝିଅ ସୋନାଲୀ ଏବଂ ପୁଅ ରୋହନ ଅଛନ୍ତି। ଦୁହେଁ ପିତାଙ୍କ ଭଳି ଓକିଲ ଅଛନ୍ତି। ସୂଚନାଯୋଗ୍ୟ,ଅରୁଣ ଜେଟ୍‌ଲୀଙ୍କ ଗତ ଅଗଷ୍ଟ ୨୪ରେ ଦିଲ୍ଲୀସ୍ଥିତ ଏମ୍ସରେ ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେବେ ହେମନ୍ତ ସୋରେନ! NDA ବିଧାୟକ ଦେଲେ ବଡ଼ ଅଫର

ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ପରେ, ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ପରିମଳ ନାଥୱାନୀ ବିଜୟୀ ହୋଇଥିଲେ। କଂଗ୍ରେସକୁ ଝଟକା ଲାଗିଥିଲା କାରଣ…

ଘସିପୁରା ପୋଲିସକୁ ଆକ୍ରମଣ-ଦାଦାଗିରି: ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ହାଟଡିହୀ,୧୮।୬(ଶୁଭକାନ୍ତ ନାୟକ): କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଚମକ ଦେବା ଘଟଣାରେ ଶେଷରେ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝର ଜିଲା ଘସିପୁରା ଥାନା…

Video: ପ୍ରକୃତ ବିଜୟ ପୂର୍ବରୁ ଉତ୍ସବ ପାଳିଲେ ଖେଳାଳି, ତା’ପରେ ପୁଣି ପଡ଼ିଆକୁ ଫେରିଲେ, ହେଲେ ପୂର୍ବରୁ ଷ୍ଟମ୍ପଗୁଡ଼ିକୁ ଟାଣି ସାରିଥିଲେ

ନୂଆଦିଲ୍ଲୀ,୧୮।୬: ଛତିଶଗଡ଼ କ୍ରିକେଟ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ଶେଷ ଓଭରର ଘଟଣାଗୁଡ଼ିକ ବହୁତ ମଜାଦାର ଥିଲା। ପରାଜିତ ଦଳ ସ୍ବାଭାବିକ ଭାବରେ ନିରାଶ ହୋଇଥିଲେ ମଧ୍ୟ,…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଏୟାରବ୍ୟାଗ ଯୋଗୁ ଟଳିଲା…

କେନ୍ଦୁଝର,୧୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଦେଇ ୪୯ ନଂ ଜାତୀୟ ରାଜପଥରେ…

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା; ଦଳର ଅଧିନାୟକ ନୂଆ ଖେଳାଳି

ନୂଆଦିଲ୍ଲୀ,୧୮।୬: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଗୁରୁବାର (ଜୁନ ୧୮) ଭାରତୀୟ ମହିଳା ଦଳ ବିପକ୍ଷରେ ଐତିହାସିକ ଏକମାତ୍ର ଟେଷ୍ଟ ପାଇଁ ୧୫ ଜଣିଆ…

LPG ସିଲିଣ୍ଡରକୁ ନେଇ ଆସିଲା ଖୁସି ଖବର, ଆସୁଛି ୪୦ ଟ୍ୟାଙ୍କର ରୋଷେଇ ଗ୍ୟାସ

ତେହରାନ/ନୂଆଦିଲ୍ଲୀ,୧୮।୬: ଫେବୃଆରୀ ମାସରୁ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିଲା, ଯାହା ଭାରତ ସମେତ ଅନେକ ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିଲା। ବିଶେଷକରି ଭାରତ…

ୟୁକ୍ରେନର ଡ୍ରୋନ ମାଡରେ ହୁତୁହୁତୁ ହୋଇ ଜଳିଲା ମସ୍କୋ ଅଏଲ ରିଫାଏନାରୀ

ମସ୍କୋ,୧୮।୬: ୟୁକ୍ରେନ ରୁଷିଆ ଉପରେ ଡ୍ରୋନ ଆକ୍ରମଣ କରିଛି। ମସ୍କୋର କାପୋଟନିଆ ଜିଲାରେ ଥିବା ଏକ ତୈଳ ବିଶୋଧନାଗାରରେ ଏକ ୟୁକ୍ରେନୀୟ ଡ୍ରୋନ ଆକ୍ରମଣ କରିଛି; ଏହି…

ରାଜ୍ୟ ସଭା ନିର୍ବାଚନ: ଝାଡ଼ଖଣ୍ଡରେ କଂଗ୍ରେସକୁ ଲାଗିଲା ଶକ୍ତ ଧକ୍କା

ରାଞ୍ଚି,୧୮।୬: ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଝାଡ଼ଖଣ୍ଡରେ ‘ଇଣ୍ଡିଆ’ ମେଣ୍ଟର ଗଡ଼ ଭାଙ୍ଗିଛି। ରାଜ୍ୟ ସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ପରିମଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri