ଫାଇନାନ୍ସ କର୍ମଚାରୀଙ୍କଠାରୁ ୧.୧୮ ଲକ୍ଷ ଲୁଟ୍‌ ଅଭିଯୋଗ

ରୂପ୍‌ସା,୧୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ନଗ୍ରମ ସ୍କୁଲଛକଠାରେ ସୋମବାର ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ୧ଲକ୍ଷ ୧୮ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ. ୨୫୭/୧୯) ରୁଜୁକରି ତଦନ୍ତ ଜାରି ରଖିଛି। ତେବେ କର୍ମଚାରୀ ଜଣକ ଏହି ଅର୍ଥ ହଡ଼ପ କରିବା ପାଇଁ ସୁପରିକଳ୍ପିତ ଯୋଜନା କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ବୋଲି ତଦନ୍ତ ଅଧିକାରୀ ହଳଦୀପଦା ଫାଣ୍ଡି ଅଧିକାରୀ ବଦ୍ରିଶଙ୍କର ଷଣ୍ଢ ପ୍ରକାଶ କରିଛନ୍ତି।

ଖୋର୍ଦ୍ଧା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମାର୍ଥା ଭାରତ ଫାଇନାନ୍ସ କମ୍ପାନୀରେ ଚାକିରି କରନ୍ତି। ସେ ସୋମବାର ନଗ୍ରମ ଗ୍ରାମକୁ ଯାଇ ମହିଳା ଗୋଷ୍ଠୀଙ୍କଠାରୁ ଋଣ ଓ ମାସିକିଆ କିସ୍ତି ଆଦାୟ କରିଥିଲେ। ଆଦାୟ ପଇସା ନେଇ ବାଲେଶ୍ୱର କାର୍ଯ୍ୟାଳୟକୁ ଜମା କରିବା ପାଇଁ ଯିବା ସମୟରେ ୩ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ତାଙ୍କଠାରୁ ୧ଲକ୍ଷ ୧୮ହଜାର ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥିବା ସେ ଫାଣ୍ଡିରେ ଅଭିଯୋଗ କରିଥିଲେ। ଘଟଣା ଘଟିଥିଲା ଅପରାହ୍ନ ଗୋଟାଏ ୫ ମିନିଟ୍‌ରେ। କିନ୍ତୁ ପୂର୍ଣ୍ଣଚନ୍ଦ୍ର ଦିନ ଗୋଟାଏ ୪ ମିନିଟ୍‌ ସମୟରେ ତାଙ୍କ ଫାଇନାନ୍ସ ଅଫିସ୍‌କୁ ଫୋନ୍‌ ଯୋଗେ ଲୁଟ୍‌ ସମ୍ପର୍କରେ ଅବଗତ କରାଇଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ଅପରପକ୍ଷରେ ଗାଁ ସ୍କୁଲ ଛକଠାରେ ଏହି ଘଟଣା ଘଟିଥିଲେ ହେଁ ପୂର୍ଣ୍ଣଚନ୍ଦ୍ର ସେଠାରେ କୌଣସି ଚିତ୍କାର କରି ନ ଥିଲେ କି ଉପସ୍ଥିତ ଗ୍ରାମବାସୀଙ୍କୁ ଏନେଇ କିଛି କହି ନ ଥିଲେ ବୋଲି ଫାଣ୍ଡି ଅଧିକାରୀ ଷଣ୍ଢ ସୂଚନା ଦେଇଛନ୍ତି। ବରଂ ସେ ଦିନ ଗୋଟାଏ ୪୧ମିନିଟ୍‌ରେ ଫାଣ୍ଡିରେ ପହଞ୍ଚତ୍ ଲିଖିତ ଅଭିଯୋଗ କରିଥିବାରୁ ଲୁଟ୍‌ ଘଟଣା ନେଇ ପୋଲିସ ସନ୍ଦେହ ପ୍ରକଟ କରିଛି। ତେବେ ପ୍ରକୃତ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ପକ୍ଷରୁ ଛାନଭିନ୍‌ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri