Posted inଖେଳ

ଫର୍ମୁଲାଓ୍ବାନ୍‌ ଡ୍ରାଇଭର୍‌ ହେବାକୁ ଚାହୁଁଥିଲେ, କିନ୍ତୁ କ୍ରିକେଟରେ ଉଇକେଟ୍‌କିପର୍‌ ଭାବେ ମିଳିଲା ପରିଚୟ

ଭାରତୀୟ କ୍ରିକେଟ ଦଳର ଉଇକେଟ୍‌କିପର୍‌ ବ୍ୟାଟ୍ସମ୍ୟାନ୍‌ ରୁଦ୍ଧିମାନ ଶାହ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ମସିହା ଅକ୍ଟୋବର ୨୪ରେ ପଶ୍ଚିମବଙ୍ଗର ସିଲିଗୁଡିରେ ଜନ୍ମଗ୍ରହଣ କରିଥିଲେ। ୨୦୧୦ରେ ସେ ନାଗପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥିଲେ। କିନ୍ତୁ ଜାଣିଛନ୍ତି କି ଆରମ୍ଭରୁ ଜଣେ ଦ୍ରୁତ ବୋଲର୍‌ ଭାବେ ଦଳରେ ଯୋଗ ଦେଇଥିଲେ। ଟେନିସ୍‌ ବଲ୍‌ ଖେଳୁଥିବାବେଳେ ଶାହ ପେସ୍‌ ବୋଲିଂ କରୁଥିଲେ। କିନ୍ତୁ ଗୋଟିଏ ମ୍ୟାଚ୍‌ରେ ଉଇକେଟ୍‌ କିପିଂ କରିଥିଲେ। ତାଙ୍କୁ ଭଲ ଲାଗିବାରୁ ସେ ବୋଲି ଛାଡି ଉଇକେଟ୍‌ କିପିଂ ପ୍ରତି ଅଧିକ ଧ୍ୟାନ ଦେଲେ। ଛୋଟବେଳେ କିନ୍ତୁ ଶାହ କ୍ରିକେଟର ହେବାକୁ ଚାହୁଁ ନ ଥିଲେ। ସେ ଫର୍ମୁଲା ଓ୍ବାନ୍‌ ଡ୍ରାଇଭର୍‌ ହେବାକୁ ଚାହୁଁଥିଲେ। କିନ୍ତୁ ଅର୍ଥାଭାବରୁ ସେ ନିଜର ଏହି ସ୍ବପ୍ନ ପୂରଣ କରିପାରି ନ ଥିଲେ। କ୍ୟାରିୟର୍‌ ଭଳି ତାଙ୍କ ଲଭ୍‌ ଷ୍ଟୋରୀ ମଧ୍ୟ ରୋଚକ ଥିଲା। ଦୀର୍ଘ ୪ ବର୍ଷର ପ୍ରେମ ସମ୍ପର୍କ ପରେ ଦେବାରତିଙ୍କୁ ସେ ୨୦୧୧ରେ ବିବାହ କରିଥିଲେ। ଶାହ ୨୫ଟି ଷ୍ଟେ ମ୍ୟାଚ୍‌ ଖେଳି ୩୦.୩୩ ହାରରେ ୧୨୦୯ ରନ୍‌ କରିବା ସହ ୮୬ଟି କ୍ୟାଚ୍‌ ନେଇଥିଲେ। ୧୧ଟି ଷ୍ଟମ୍ପିଂ କରିଥିଲେ। ସେହିପରି ୯ଟି ଏକଦିବସୀୟ ମ୍ୟାଚ୍‌ ଖେଳି ସେ ମାତ୍ର ୪୧ ରନ୍‌ କରିଥିବାବେଳେ ୧୭ଟି କ୍ୟାଚ୍‌ ଏବଂ ୧ଟି ଷ୍ଟମ୍ପିଂ ତାଙ୍କ ନାଁରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri