ଫନୀ ଦେଇଛି ଦୁଃଖ: ଟିଭିରୁ ଜାଣିହେବନି ନିର୍ବାଚନ ଫଳାଫଳ

ପୁରୀ ଅଫିସ, ୨୨।୫: ୨୩ ସକାଳୁ ଆରମ୍ଭ ହେବ ଭୋଟ ଗଣତି। ନିର୍ବାଚନ ଫଳାଫଳ କଣ ହେବ, କାହା ସପକ୍ଷରେ ଯିବ ମତଦାନ ତାହାକୁ ସମସ୍ତେ ଚାହିଁ ରହିଛନ୍ତି। ବିଭିନ୍ନ ସ୍ଥାନରେ ଏବେ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି। ତେବେ ଫଳାଫଳ ଜାଣିବା ପାଇଁ ଜନସାଧାରଣ ମୁଖ୍ୟତଃ ଟିଭି ଉପରେ ନିର୍ଭର କରିଥାନ୍ତି। ଟିଭିରେ ବିଭିନ୍ନ ରାଉଣ୍ଡର ଫଳାଫଳ ଆସିଥାଏ। କିଏ କେଉଁ ରାଉଣ୍ଡରେ ଆଗେଇଛନ୍ତି ଏବଂ କିଏ ପଛରେ ପଡିଯାଇଛନ୍ତି ତାହା ଜଣାପଡିଥାଏ। ହେଲେ ଏଥର ପୁରୀ ଜିଲାବାସୀ ଏଥିରୁ ବଞ୍ଚତ୍ତ ହେବେ। ଟିଭିରୁ ଗଣତିର ଫଳାଫଳ ଜାଣିପାରିବେ ନାହିଁ। ଏହାକୁ ନେଇ ଲୋକେ ନିରାଶ ହୋଇପଡିଛନ୍ତି। ଫନୀ ଏମିତି ଦୁଃଖ ଦେଇଛି ବୋଲି କୁହାଯାଉଛି। ବାତ୍ୟାରେ ପୁରୀ ଜିଲାରେ ବ୍ୟାପକ କ୍ଷତି ଘଟିଛି। ବହୁ ସଂଖ୍ୟାରେ ଘର, ଗଛ ଭାଙ୍ଗି ପଡିଥିବା ବେଳେ ବ୍ୟାପକ ମାତ୍ରାରେ ବିଦ୍ୟୁତ୍‌ ଖୁଣ୍ଟ ପ୍ରଭାବିତ ହୋଇଛି। ବିଦ୍ୟୁତ୍‌ ସେବାକୁ ସ୍ବାଭାବିକ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ହୋଇପାରି ନାହିଁ। ପୁରୀ ସହରରେ ମଧ୍ୟ ଅର୍ଦ୍ଧାଧିକ ଉପଭୋକ୍ତା ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ଅଛନ୍ତି। ଯେଉଁ କେତେଜଣଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲେ ବି ସେମାନଙ୍କ ଘରେ ଏ ପର୍ଯ୍ୟନ୍ତ ଟିଭି ଚାଲୁନାହିଁ। କାରଣ ବିଭିନ୍ନ କମ୍ପାନୀର କେବୁଲ ନେଟୱର୍କ ଏବେ ସୁଦ୍ଧା kକାର୍ଯ୍ୟକ୍ଷମ କରିନାହିଁ। ହାତଗଣତି କେତେଜଣ ଡିଟୁଏଚ୍‌ ଉପଭୋକ୍ତଙ୍କ ଘରେ ଟିଭି ଚାଲୁଥିବା ଜଣାପଡିଛି। ମୋଟାମୋଟି ଜିଲାର ସିଂହଭାଗ ଲୋକେ ଟେଲିଭିଜନ ଦେଖିପାରୁ ନାହାନ୍ତି। ତେଣୁ ଟିଭିରୁ ନିର୍ବାଚନ ଫଳାଫଳ ଜାଣି ନ ପାରିବା ନେଇ ଅନେକ ନିରାଶ ହୋଇପଡିଛନ୍ତି। ହାତରେ ମୋବାଇଲ ଥିଲେ ବି ଟେଲିଫୋନ ସେବା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହୋଇପାରି ନାହିଁ। ସେହିପରି ମୋବାଇଲ ଚାର୍ଜ କରିବା ମଧ୍ୟ ଅନେକଙ୍କ ପାଇଁ ବଡ଼ ସମସ୍ୟା ହୋଇଛି। ଏ ସମ୍ପର୍କରେ ପୁରୀର ପ୍ରତାପ ଶତପଥୀ କହିଛନ୍ତି, ୩ ତାରିଖରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଏ ପର୍ଯ୍ୟନ୍ତ ଆମ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନାହିଁ। ସେହିପରି କେବୁଲ ନେଟୱର୍କ ମଧ୍ୟ ଏ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରି ନାହିଁ। ୨୦ ତାରିଖ ସୁଦ୍ଧା ପୁରୀ ସହରକୁ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍‌ ଯୋଗାଣ ହେବ ବୋଲି ସରକାର କହିଥିଲେ। ଆଶା ଥିଲା ଟିଭିରେ ନିର୍ବାଚନ ଫଳାଫଳ ଦେଖିବି। କିନ୍ତୁ ଏ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବା ବେଳେ କେବୁଲ ତାର ବି ଲାଗିପାରି ନାହିଁ। ଭୋଟ ଫଳାଫଳ ଦେଖିବା ଲାଗି ମନରେ ଉତ୍କଣ୍ଠା ଥିଲେ ମଧ୍ୟ ନିରାଶ ହେବାକୁ ପଡିବ। କେବଳ ପ୍ରତାପ ନୁହଁନ୍ତି ପୁରୀ ସହରର ପ୍ରାୟ ସବୁ ଲୋକଙ୍କ ମୁହଁରୁ ଏହା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ଟିକେଟ୍‌କୁ ନେଇ ତନାଘନା

ଅନୁଗୋଳ ଅଫିସ, ୧୪।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆୟୋଜିତ ହୋଇଯାଇଥିଲେ ମଧ୍ୟ ଅନୁଗୋଳ...

ହସ୍ପିଟାଲରେ ଭର୍ତ୍ତି ହେଲେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ)-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ମନ୍ତ୍ରୀ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା: ଅବସରପ୍ରାପ୍ତ ଫରେଷ୍ଟରଙ୍କୁ ୨ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୬ା୧୨: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଅଶୋକ କୁମାର ହୋତା ଭଞ୍ଜନଗର ସମ୍ମନ୍ବିତ ଜଳ ବିଭାଜିକା ପ୍ରକଳ୍ପ କର୍ମଚାରୀ ତଥା...

ପଲ୍ୟୁସନ ଚେକିଂ କୋହଳ ନିଷ୍ପତ୍ତି: ମାସେ ଯାଏ ହେବନି ଯାଞ୍ଚ, ଲୋକଙ୍କୁ ଅଯଥାରେ ହଇରାଣ ନ କରିବାକୁ ପରାମର୍ଶ

ଭୁବନେଶ୍ୱର,୬।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁଗୁଣା ଜରିମାନା ଆଦାୟ କରାଯାଉଛି।...

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୯ ଜୀବନ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୭୦୩ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ...

ଗଙ୍ଗୁଆ ପାଇଁ ହେବ ଆନ୍ଦୋଳନ

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ଦିନେ ଭୁବନେଶ୍ୱର ଓ ଉପକଣ୍ଠ ଅଞ୍ଚଳବାସୀଙ୍କ ଜୀବନରେଖା ଥିବା ଐତିହ୍ୟ ନଦୀ ଗନ୍ଧବତୀ ଏବେ ଗଙ୍ଗୁଆ ନାଳରେ ପରିବର୍ତ୍ତନ ହୋଇଛି। ସହରର ଆବର୍ଜନା...

ଦ୍ରୌପଦୀଙ୍କୁ ସମର୍ଥନ କରିବେ ମକରନ୍ଦ

ଭୁବନେଶ୍ୱର,୬ା୭(ବ୍ୟୁରୋ): ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଭାଜପା ସମର୍ଥିତ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କୁ ସମର୍ଥନ...

ବଲାଙ୍ଗୀର ଷ୍ଟେଶନରେ ଟ୍ରେନ୍‌ରେ ଫେରୁଥିବା ପ୍ରବାସୀ ମହିଳାଙ୍କ ମୃତ୍ୟୁ

ବଲାଙ୍ଗୀର ଅଫିସ, ୨୪ା୫- ବିଶାଖାପାଟଣାରୁ ବଲାଙ୍ଗୀର ପହଞ୍ଚିଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଆସୁଥିବା ଜଣେ ପ୍ରବାସୀ ମହିଳାଙ୍କ ରବିବାର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା...

Advertisement
Archives

Model This Week