ଫନୀ ଉଜାଡ଼ିଦେଲା କଦଳୀ କ୍ଷେତ

ପଦ୍ମପୁର, ୧୧।୫ (ଡି.ଏନ.ଏ.) – ବାତ୍ୟା ‘ଫନୀ’ ପ୍ରଭାବରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ଗ୍ରାମର ଶଶିଭୂଷଣ ଦାଶଙ୍କର କଦଳୀ କ୍ଷେତ ଉଜୁଡ଼ି ଯାଇଛି। ହଜାର ହଜାର ଗଛ ଧରାଶାୟୀ ହୋଇଛି। ଗଛରେ କଦଳୀ କାନ୍ଦୀ ବାହାରିଥିବା ବେଳେ ବାତ୍ୟାରେ ଗଛ ସବୁ ଉପୁଡିଯିବା ସହ କାନ୍ଦୀ ଭାଙ୍ଗିଯାଇଛି। ୨୦୧୮ ମେ ମାସରେ ଶଶିଭୂଷଣ ଭୁବନେଶ୍ୱରର ଏକ ଫାର୍ମରୁ କଦଳୀ ଗଛ କିଣି ଘର ସାମ୍ନାରେ ଥିବା ୨୦ଗୁଣ୍ଠ ଜମିରେ ଲଗାଇଥିଲେ। ଭରସା ଥିଲା ଗୋଟିଏ କଦଳୀ କାନ୍ଦୀରୁ ବଜାର ମୂଲ୍ୟ ୩୫୦ରୁ ୪୦୦ ଟଙ୍କାରେ ବିକ୍ରି ହେବ। ହେଲେ ଠିକ୍‌ ଗଛରେ କାନ୍ଦୀ ପାକଳ ହୋଇଆସୁଥିବା ବେଳେ ବାତ୍ୟା ଦାଉ ସାଧିଲା। ପ୍ରବଳ ପବନ, ବର୍ଷାରେ ଗଛଗୁଡ଼ିକ ଭାଙ୍ଗିଯାଇଥିବା ବେଳେ ମୂଳ ପଚିଗଲାଣି। ଏହି କ୍ଷତି କାରଣରୁ ଶଶିଭୂଷଣ ମୁଣ୍ଡରେ ହାତଦେଇ ବସିଛନ୍ତି। ପ୍ରଥମକରି ଅଞ୍ଚଳରେ ଯୁବପିଢ଼ିଙ୍କୁ ଚାଷକରି ସ୍ବାବଲମ୍ବୀ ହେବାର ବାଟ ଦେଖାଉଥିବା ଚାଷୀମାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଦୁଃଖଦାୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିରେ ବୁଡ଼ି ଶିଶୁକନ୍ୟା ଜୀବନ ଗଲା

ରୂପ୍‌ସା,୨୧।୮(ଡି.ଏନ.ଏ.):  ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ବଳବୁଧି ଗ୍ରାମରେ ୧୧ମାସର ଶିଶୁକନ୍ୟା ଚାନ୍ଦିନୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଶିଶୁ ହେଲେ...

ଡରାଇଲାଣି ଲଘୁଚାପ, ୧୧ରୁ ସମୁଦ୍ର ମନା

ଭୋଗରାଇ, ୯।୬(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ୟାସ୍‌’ର ଭୟଙ୍କର ଦୃଶ୍ୟ ମନରୁ ଲିଭି ନ ଥିବା ବେଳ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ବଳୟ ସୃଷ୍ଟି ହୋଇ...

ଲଗାଣ ବର୍ଷା: ବାଲେଶ୍ୱର ସହର ସ୍ଥିତି ଅସମ୍ଭାଳ

ବାଲେଶ୍ୱର ଅଫିସ,୧୨।୮-ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ସହରରେ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲାରେ ବୁଧବାର ଅପରାହ୍ନ ୩ଟାରୁ...

ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ମଦ ଦୋକାନ ଉଠାଇବା ଦାବି, ଧାରଣା ଚେତାବନୀ

ବାଲେଶ୍ୱର ଅଫିସ, ୨୪।୯-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନକୁ ଉଠାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଦାବି...

ଚାଷ ଜମି ଫାଟି ଆଁ, ମରୁଡ଼ି ଆଶଙ୍କା: ଚାଷୀକୂଳ ହତାଶ

ତେଲକୋଇ, ୨୫।୭(ଡି.ଏନ.ଏ.)-ସ୍ବଳ୍ପ ବୃଷ୍ଟି ପାତ ଯୋଗୁଁ ତେଲକୋଇ ବ୍ଲକରେ ଚାଷ ଜମି ଫାଟି ଆଁ କଲାଣି। ଧାନ ରୁଆ, ବିହୁଡା ଠପ ହୋଇଥିବା ବେଳେ ଧାନ...

ପିକ୍‌ଅପ୍‌ ପଛରୁ ପିଟିଲା ଆମ୍ବୁଲାନ୍ସ: ୩ ଗୁରୁତର

ରୂପସା ,୨।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ମିରିଗିମୁଣ୍ତି ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ...

ବଢୁଛି ନିଶା କାରବାର

ଖଇରା,୧୮।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ବହୁ ଦାବି ପରେ ଏକ ଅବକାରୀ ଥାନା କାର୍ଯ୍ୟାଳୟ ୪ମାସ ଧରି ଭଡ଼ା ଘରେ ଆରମ୍ଭ ହୋଇଛି। ହେଲେ ଖୋଲିବା...

ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ

ଜଳେଶ୍ୱର,୧୨ା୯(ଡି.ଏନ.ଏ.): ବିଭିନ୍ନ ସ୍ଥାନରେ ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ ହୋଇପଡିଥିବାରୁ ୬ବର୍ଷ ପୂର୍ବେ ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ଓ ୪ବର୍ଷ ପୂର୍ବେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି...

Advertisement
Archives

Model This Week