Posted inଖେଳ

‘ପ୍ଲେ ଫର୍‌ ଇଣ୍ଡିଆ’ କାର୍ଯ୍ୟକ୍ରମକୁ କ୍ରୀଡ଼ାବିତ୍‌ଙ୍କ ସମର୍ଥନ

ବେଙ୍ଗାଲୁରୁ, ୧୯।୬(ପି.ଟି.)-ଗୋସ୍ପୋଟର୍‌ସ ଫାଉଣ୍ଡେଶନ ପକ୍ଷରୁ ଆରମ୍ଭ କରାଯାଇଥିବା ‘ପ୍ଲେ ଫର୍‌ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ଦେଶର ପ୍ରମୁଖ କ୍ରୀଡ଼ା ବ୍ୟକ୍ତିତ୍ୱମାନେ ସମର୍ଥନ କରିଛନ୍ତି। ସେମାନଙ୍କ ମଧ୍ୟରେ କ୍ରିକେଟର ରୋହିତ ଶର୍ମା, ଯୁବରାଜ ସିଂ, ମୟଙ୍ଗ ଅଗ୍ରଓ୍ବାଲ, ସ୍ମୃତି ମନ୍ଧାନା, ରେସଲର ବଜରଙ୍ଗ ପୁନିଆ, ଅଲିମ୍ପିଆନ ସାକ୍ଷୀ ମଲିକ, ଦୀପା କର୍ମକାର ପ୍ରମୁଖ ରହିଛନ୍ତି। ଟେନିସ ତାରକା ସାନିଆ ମିର୍ଜା, କ୍ରୀଡ଼ା ଶିଳ୍ପସହ ଜଡ଼ିତ ବଲିଉଡ ସେଲିବ୍ରିଟି ଅଭିଷେକ ବଚ୍ଚନ ଓ ସୁନୀଲ ସେଟ୍ଟୀ ମଧ୍ୟ ଏଥିରେ ଯୋଡ଼ି ହୋଇଛନ୍ତି। କୋଭିଡ୍‌-୧୯ ସଂକ୍ରମଣରେ ପ୍ରଭାବିତ କ୍ରୀଡ଼ା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସହାୟତା କରିବା ପାଇଁ ଏପରି ଏକ ଭିଡିଓ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଭାରତର କ୍ରୀଡ଼ା ସମୁଦାୟ, ପ୍ରଶଂସକ ଏବଂ ଆଥଲେଟ୍‌ଙ୍କୁ ଏକତ୍ରିତ କରି ଖେଳ ପ୍ରତି ଅବଦାନ ଥାଇ ଲୋକଲୋଚନକୁ ଆସିପାରି ନ ଥିବା ବ୍ୟକ୍ତିଙ୍କୁ ସହଯୋଗ କରିବା ଏହାର ଉଦ୍ଦେଶ୍ୟ। କୋଭିଡ-୧୯ ପାଇଁ କାର୍ଯ୍ୟ ନ ପାଇ ନିୟମିତ ଅର୍ଥ ଉପାର୍ଜନ କରିପାରୁ ନ ଥିବା କ୍ଲିନର, ଗାର୍ଡନର, କୋଚ୍‌, ଅମ୍ପାୟର, ରେଫରି ଓ ଅନ୍ୟ ସପୋର୍ଟ ଷ୍ଟାଫ୍‌ ପ୍ରମୁଖ ଏମାନଙ୍କ ମଧ୍ୟରେ ସାମିଲ।
” ବିଶେଷ ଜଣାଶୁଣା ନ ଥିବା ଏବଂ ସ୍ବୀକୃତି ପାଇ ନ ଥିବା ଅନେକ ବ୍ୟକ୍ତିଙ୍କ କାର୍ଯ୍ୟ ପାଇଁ ଖେଳ ଆମକୁ ଖୁସି ଦେଇଥାଏ। ଭାରତୀୟ କ୍ରୀଡ଼ା ପ୍ରତି କିନ୍ତୁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥାଏ। ଭାରତୀୟ କ୍ରୀଡ଼ାର ମେରୁଦଣ୍ଡ କୁହାଯାଉଥିବା ଏହି ବ୍ୟକ୍ତିମାନଙ୍କୁ ଆର୍ଥିକ ଏବଂ ଅଣଆର୍ଥିକ ସହାୟତା କରିବା ‘ପ୍ଲେ ଫର୍‌ ଇଣ୍ଡିଆ’ କାର୍ଯ୍ୟକ୍ରମର ଲକ୍ଷ୍ୟ“ ବୋଲି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ପ୍ରକାଶ କରିଛନ୍ତି। ପ୍ରୋ କବାଡ଼ି ଲିଗ୍‌ ଏବଂ ଇଣ୍ଡିଆନ ସୁପର ଲିଗ୍‌ର ମାଲିକ ଅଭିଷେକ କହିଛନ୍ତି ଯେ, ”ସାମ୍ପ୍ରତିକ ସମୟରେ ଏହି କର୍ମଚାରୀମାନେ ଆମ ନିକଟରୁ ସମସ୍ତ ପ୍ରକାର ସହାୟତା ଆବଶ୍ୟକ କରୁଛନ୍ତି। ତେଣୁ ସମସ୍ତେ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମରେ ସାମିଲ ହେବାର ସମୟ ଆସିଛି“। ଗୋସ୍ପୋଟର୍‌ସ ଫାଉଣ୍ଡେଶନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀପ୍ତି ବୋପାଲା ମଧ୍ୟ ସମାନ ମତବ୍ୟକ୍ତ କରିଛନ୍ତି। ”କୋଭିଡ୍‌-୧୯ ଭାରତୀୟ କ୍ରୀଡ଼ା ଉପରେ ଗୁରୁତର ପ୍ରଭାବ ପକାଇଛି। କ୍ରୀଡ଼ା ଉପରେ ନିର୍ଭର କରୁଥିବା ସେମାନଙ୍କ ଜୀବନଶୈଳୀ ଅସ୍ତବ୍ୟସ୍ତ ହୋଇଯାଇଛି। କଷ୍ଟ ସମୟ ଦେଇ ଗତି କରୁଥିବା ବ୍ୟକ୍ତିମାନଙ୍କୁ ଆମ କାର୍ଯ୍ୟକ୍ରମ କିଛି ପରିମାଣରେ ସାହାଯ୍ୟ କରିବା ନେଇ ଆଶା ରହିଛି“ ବୋଲି ସେ କହିଛନ୍ତି। ”ଆମେ ମିଳିମିଶି କାର୍ଯ୍ୟକଲେ କ’ଣ ହାସଲ କରିପାରିବୁ ‘ପ୍ଲେ ଫର୍‌ ଇଣ୍ଡିଆ’ ତା’ର ଏକ ବଡ଼ ଉଦାହରଣ। ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି“ ବୋଲି ‘ଲାଇଫ୍‌ ଇଜ୍‌ ଏ ବଲ୍‌’ର ପ୍ରତିଷ୍ଠାତା ତଥା ପୂର୍ବତନ ଟେଭିସ କପ୍‌ ଟେନିସ ତାରକା ସୋମଦେବ ଦେବବର୍ମନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri