‘ପ୍ଲାଜ୍‌ମା ଥେରାପିର ଅଧିକ ଗବେଷଣା ଜରୁରୀ’

ନୂଆଦିଲ୍ଲୀ,୨୯ା୪: କରୋନା ଭୂତାଣୁର ଉପଚାର ଲାଗି ପ୍ଲାଜ୍‌ମା ଥେରାପିକୁ ସମର୍ଥନ କରାଯିବାର କୌଣସି ଭିତ୍ତି ନାହିଁ। ଏହାର ଅଧିକ ଗବେଷଣା ଜରୁରୀ ବୋଲି ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆଇସିଏମ୍‌ଆର ପକ୍ଷରୁ ଜାତୀୟସ୍ତରରେ ଏନେଇ ଅଧିକ ତର୍ଜମା ଜାରି ରହିଛି। ଏହା ରୋଗୀଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିପାରେ। ଦିଲ୍ଲୀରେ ଗତ ସପ୍ତାହରେ ପ୍ଲାଜ୍‌ମା ଥେରାପି ସଫଳ ହୋଇଥିଲେ ହେଁ ଏବେ ଅଧିକ ଗବେଷଣା ଉପରେ ଗୁରୁତ୍ୱ ଦିଆଯାଉଛି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଲଭ୍‌ ଅଗ୍ରଓ୍ବାଲ କହିଛନ୍ତି, ପ୍ଲାଜ୍‌ମା ଥେରାପିକୁ ସମର୍ଥନ କରିବାର ସେଭଳି କୌଣସି ଠୋସ୍‌ ପ୍ରମାଣ ନାହିଁ। ଏହାର ଉପଯୋଗ ଠିକ୍‌ ଭାବେ କରା ନ ଗଲେ ସଂକ୍ରମିତଙ୍କ ଜୀବନ ପ୍ରତି ବିପଦ ଦେଖାଦେବା ଆଶଙ୍କା ରହିଛି। କେବଳ ଭେଣ୍ଟିଲେଟର ସପୋର୍ଟରେ ଥିବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରେ। ପ୍ରକାଶଥାଉ କି, ମୁମ୍ବାଇରେ ମଙ୍ଗଳବାରଠାରୁ ଏହି ପ୍ଲଜ୍‌ମା ଥେରାପି ଟ୍ରାଏଲ୍‌ ଭାବେ ଗ୍ରହଣ କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜ୍‌ମାକୁ ଜଣେ ଗୁରୁତର କରୋନା ରୋଗୀଙ୍କ ଦେହରେ ଲଗାଇ ରକ୍ତ ସଞ୍ଚାଳନ କରାଯାଇ ସୁସ୍ଥ କରାଯାଇଥାଏ। କାରଣ କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ। ଜଣେ ବ୍ୟକ୍ତି ୪୦୦ ମିଲିଗ୍ରାମ୍‌ର ପ୍ଲାଜ୍‌ମା ଦାନ କରିପାରିବେ ବୋଲି ଡାକ୍ତର କହିଛନ୍ତି। ଏଥିରେ ୨ ରୋଗୀଙ୍କୁ ବଞ୍ଚାଯାଇପାରିବ। ହେଲେ ପ୍ଲାଜ୍‌ମା ଥେରାପି କେତେଦୂର କରୋନା ରୋଗୀଙ୍କ ଜୀବନ ରକ୍ଷା କରିବ ତାହା ଗବେଷଣା ପରେ ହିଁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଟୁଇଟ୍‌ ଦେଖି ରାଗିଗଲା ଚାଇନା: ଭାରତ ଦେଲା ଜବାବ

ନୂଆଦିଲ୍ଲୀ,୮।୭: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଗତ କିଛି ବର୍ଷ ଧରି ଭାରତରେ ରହିଆସୁଛନ୍ତି। ଏହିଠାରୁ ହିଁ ସେ ନିଜର ଧର୍ମ ଓ ସଂସ୍କୃତିକୁ ସାରା...

ଅକ୍ଷରଧାମ ମନ୍ଦିର ନିକଟରେ ପୋଲିସ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ,୨୨।୯: ଅକ୍ଷରଧାମ ମନ୍ଦିର ନିକଟରେ ରବିବାର ପୂର୍ବାହ୍ନ ୧୧ଟା ସମୟରେ ୪ ଜଣ ସନ୍ଦିଗ୍ଧ ପୋଲିସ ଉପରକୁ ଗୁଳିମାଡ଼ କରି ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି।...

ଭାଜପାର ‘ୟୁଜ୍‌ ଆଣ୍ଡ ଥ୍ରୋ’ ନୀତି ଦାୟୀ: ଖାର୍ଗେ

ନୂଆଦିଲ୍ଲୀ,୧୧ା୧(ପି.ଟି.): କଶ୍ମୀରୀ ପଣ୍ଡିତ କର୍ମଚାରୀମାନଙ୍କ ବିକ୍ଷୋଭକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଭାଜପାକୁ ସମାଲୋଚନା କରିଛନ୍ତି। ଗୈରିକ ଦଳର ‘ବ୍ୟବହାର କରି ଫିଙ୍ଗିଦିଅ...

ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ: ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୨୫ ।୪: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର କର୍ତ୍ତା ମହନ୍ତ ନୃତ୍ୟ ଗୋପଳ ଦାସ ରବିବାର ଅସୁସ୍ଥ ହୋଇ ପଡିଛନ୍ତି । ଏବେ ତାଙ୍କୁ ଲକ୍ଷ୍ନୌର...

କହିଥିଲେ, ଦେଲେ ନାହିଁ

ନୂଆଦିଲ୍ଲୀ,୨୬ା୪: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ବିଭିନ୍ନ ରାଜ୍ୟର ଦାବି ପରେ ମେ’ ୧ ତାରିଖରୁ ୧୮-୪୪ ବର୍ଷୀୟଙ୍କୁ କୋଭିଡ୍‌-୧୯ ଟିକା ନେବା ପାଇଁ...

ଖରାପ ପାଗ ଯୋଗୁ ପ୍ରଧାନମନ୍ତ୍ରୀଙ୍କ ବିଜନୌର ଗସ୍ତ ବାତିଲ…

ଲକ୍ଷ୍ନୌ, ୭।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ସୋମବାର ବିଜନୌରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ବାତିଲ କରାଯାଇଛି। ଖରାପ...

୭ଦିନିଆ ରିମାଣ୍ଡରେ ବିଷ୍ଣୋଇ

ଚଣ୍ଡିଗଡ଼,୧୫।୬: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ବୁଧବାର ମାନସା କୋର୍ଟରେ ପଞ୍ଜାବ ପୋଲିସ ମୁଖ୍ୟ...

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ହାଇଡ୍ରାମା

ନୂଆଦିଲ୍ଲୀ,୧୭ା୧୦ (ପି.ଟି./ଆଇଏଏନ୍‌ଏସ୍‌): ରାଜନୈତିକ ଦୃଷ୍ଟିରୁ ଦେଶର ସର୍ବାଧିକ ସମ୍ବେଦନଶୀଳ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଛି। ୫ ବିଚାରପତିଙ୍କୁ ନେଇ...

Advertisement
Archives

Model This Week