ପ୍ରେମିକାର ପୋଷା କୁକୁରକୁ ଭୁଲିପାରୁନି

ଏବେ ତ ଲକ୍‌ଡାଉନ୍‌ ଚାଲିଛି। ଯେହେତୁ ଶୁଟିଂ ନାହିଁ, ତେଣୁ ଘରେ ହିଁ ରହିବାକୁ ପଡୁଛି । ଏହି ସମୟରେ ନିଜ ଶୁଟିଂ ସମୟର ଅନୁଭୂତି ବିଷୟରେ ଦୀପକ ଯାହା କୁହନ୍ତି….

ବର୍ତ୍ତମାନ ଓଡ଼ିଆ ସିନେମାର ଅନ୍ୟତମ ରୋମାଣ୍ଟିକ ନାୟକ ଭାବରେ ଦୀପକ ନିଜକୁ ପରିିଚିତ କରାଇ ପାରିଛନ୍ତି। ‘ତୁମେ ଥିଲେ ସାଥୀରେ‘, ‘ଚାନ୍ଦ ନା ତମେ ତାରା’, ‘ଆଖି ଖୋଲିଦେଲେ ତୁ ହି ତୁ’, ‘ସପନର ନାୟିକା’ ଆଦି ଚଳଚ୍ଚିତ୍ରର ନାୟକ ସାଜିସାରିଛନ୍ତି ସେ। ଖାସ୍‌ କଥା ହେଲା, ଦୀପକଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ମନ ମୋର ପ୍ରଜାପତି’। ପ୍ରଯୋଜକ ଅନାମ ଚରଣ ସାହୁ ତାଙ୍କୁ ନାୟକ ଭାବରେ ବ୍ରେକ୍‌ ଦେଇଥିଲେ। ଉକ୍ତ ସିନେମାର ଏକ ସିକୁଏନ୍ସକୁ ଏ ପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି ଦୀପକ। ଏ ସମ୍ପର୍କରେ ସେ କହନ୍ତି, ‘କାହାଣୀ ଅନୁସାରେ ଏହି ଫିଲ୍ମରେ ମୋ ପ୍ରେମିକା (ବଙ୍ଗୀୟ ଅଭିନେତ୍ରୀ କୋଏଲ ବାନାର୍ଜୀ))ଙ୍କର ଏକ କୁକୁର ଥିଲା। ମୁଁ ଯେତେବେଳେ ପ୍ରେମିକାକୁ ଭେଟିବାକୁ ଯାଉଛି ସେହି କୁକୁର ମୋତେ ଗୋଡାଉଛି। ଯେତେବେଳେ ଶଟ୍‌ ନିଆଗଲା, କୁକୁର ଗୋଡାଇବା କଥା ଭାବିଲା ମାତ୍ରେ ମୋ ମନରେ ଭୟ ଆସିଥିଲା। ମୁଁ ଭାବିଲି, କାଳେ ସେହି କୁକୁର ମୋତେ କାମୁଡି ଦେବ ? କିନ୍ତୁ ଠାକୁରଙ୍କୁ ଡାକି କ୍ୟାମେରା ସାମନା କରିଥିଲି। ଅସଲ କଥା ହେଲା ଶଟ୍‌ଟି ଏକାଥରେ ଓକେ ହୋଇଥିଲା।’


Enter your email to get our daily news in your inbox.

All Right Reserved By Dharitri.Com

ସୋନୁ ସୁଦଙ୍କୁ ମିଳିଲା ଭଗବାନଙ୍କ ମାନ୍ୟତା

ମହାମାରୀ କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିଚାଲିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ...

ପ୍ରେମିକ ଅର୍ଜୁନଙ୍କୁ ଜନ୍ମଦିନରେ ଏପରି ଶୁଭେଚ୍ଛା ଜଣାଇଲେ ମଲାଇକା

ବମ୍ବେ: ଆଜି ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଦିନ। ଏହାକୁ ନେଇ ତାଙ୍କ ପରିବାରଲୋକଙ୍କଠାରୁ ପ୍ରଶଂସକଙ୍କ ପର୍ଯ୍ୟନ୍ତ ଶୁଭେଚ୍ଛାର ସୁଅ ଛୁଟୁଛି। ହେଲେ ସବୁଠାରୁ ଖାସ୍‌...

ମା’ ଶ୍ରୀଦେବୀଙ୍କ ପରି ଶାଢ଼ିରେ ସୁନ୍ଦର ଦିଶୁଛନ୍ତି ଜାହ୍ନବୀ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଫ୍ୟାନ୍‌ମାନଙ୍କ ନିକଟତର ହେବାକୁ ପ୍ରତିଦିନ କିଛି ନା କିଛି ଫଟୋ ଶେୟାର...

ଓସ୍କାର ଆଓ୍ବାର୍ଡ: ସାଉଥ୍‌ କୋରିଆକୁ ଶୁଭେଚ୍ଛା ଜଣାଇଲା ବଲିଉଡ୍‌

ମୁମ୍ବାଇ: ଓସ୍କାର ଆଓ୍ବାର୍ଡ ୨୦୨୦କୁ ନେଇ ଇତିହାସ ରଚିଛି ସାଉଥ୍‌ କୋରିଆ। ପ୍ରଥମଥର ପାଇଁ ଅଣ ଇଂରାଜୀ ଫିଲ୍ମ ଭାବେ ସାଉଥ୍‌ କୋରିଆର ଫିଲ୍ମ ‘ପାରାସାଇଟ୍‌’...

ଆସାମି ଝିଅ ଡାଲଖାଇ, ରଙ୍ଗବତୀ ଗାଇ ମନ ଜିତିଲେ

ଆସାମର ଦୁଇ ପ୍ରସିଦ୍ଧ କଣ୍ଠଶିଳ୍ପୀ ନନ୍ଦୀ ଭଉଣୀ ଅନ୍ତରା ଓ ଅଙ୍କିତାଙ୍କ ସମ୍ବଲପୁରୀ ଗୀତ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ପାରମ୍ପରିକ ସମ୍ବଲପୁରୀ ଶାଢି...

ରିଲିଜ ଅପେକ୍ଷାରେ ବୈଶାଳୀ

ଓଡ଼ିଆ ସିନେମା ‘ବୈଶାଳୀ’ ଚଳିତ ମାସ ୧୯ରେ ପରଦା ଉପରକୁ ଆସୁଛି। ଏହି ଫିଲ୍ମରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରୁଛନ୍ତି ନବାଗତ ଡ. ପ୍ରୀତ୍‌।...

ଦର୍ଶକ ମୋ ପାଇଁ ସବୁକିଛି

”ଶେଖର! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ...

‘କିକ୍‌ ୨’ରେ ପୁଣି ସଲମାନ୍‌

ମୁମ୍ବାଇ:ସୁପରଷ୍ଟାର ସଲମାନ୍‌ ଖାନ୍‌ ‘କିକ୍‌ ୨’ରେ ପୁଣି ଅଭିନୟ କରିବାକୁ ଯାଉଥିବାବେଳେ ଏହା ଆସନ୍ତା ବର୍ଷ ରିଲିଜ୍‌ ହେବା ଆଶା କରାଯାଉଛି। ୨୦୧୪ ଇଦ୍‌ ବେଳେ...

Advertisement
Archives

Model This Week