ପ୍ରେମିକାଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

କଟକ ଅଫିସ,୪ା୩: ମଙ୍ଗଳାବାଗ ଥାନା ଅଧୀନ ମହ୍ଲାସାହିର ବିଶ୍ୱନାଥ ଭୂୟଁା(୨୫) ସୋମବାର ଅପରାହ୍ନ ୫ଟାରେ ବେକରେ ଗାମୁଛା ବାନ୍ଧି ଘରେ ଆତ୍ମହତ୍ୟା କରିଥିଲେ। ତେବେ ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡିଛି। ଏହି ଆତ୍ମହତ୍ୟା ପାଇଁ ପ୍ରେମିକାଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତିି ବିଶ୍ୱନାଥଙ୍କ ସମ୍ପର୍କୀୟ। ତୁରନ୍ତ ଘଟଣାର ଉପଯୁକ୍ତ ତଦନ୍ତ ଓ ପ୍ରେମିକାଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ ମଙ୍ଗଳାବାଗ ଟ୍ରାଫିକ ନିକଟ ରାସ୍ତାରେ ବିଶ୍ୱନାଥଙ୍କ ମୃତଦେହ ରଖିବା ସହ ଟାୟାର ଜାଳି ସମ୍ପର୍କୀୟମାନେ ରାସ୍ତାରୋକୋ କରିଥିଲେ। ଫଳରେ ଗାଡି ଚଳାଚଳରେ ସମସ୍ୟା ହୋଇଥିଲା। ଖବରପାଇ ଡିସିପି ଅଖିଳେଶ୍ୱର ସିଂଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆଇନ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପରେ ମଙ୍ଗଳବାର ରାତିରେ କାଳିଆବୋଦାସ୍ଥିତ ଶ୍ମଶାନରେ ବିଶ୍ୱନାଥଙ୍କ ମୃତଦେହ ସତ୍କାର କରାଯାଇଥିଲା।

୭ ଘଣ୍ଟା ବିଳମ୍ବରେ ପହଞ୍ଚିଲା ପୋଲିସ
ବିଶ୍ୱନାଥ ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲିଥିବା ସୋମବାର ଅପରାହ୍ନ ପ୍ରାୟ ୫ଟାରେ ପରିବାର ଲୋକେ ଦେଖିବା ପରେ ମଙ୍ଗଳାବାଗ ଥାନାକୁ ଖବର ଦେଇଥିଲେ। ହେଲେ ପୋଲିସ ରାତି ୧୨ଟାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ତେବେ ୭ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ପୋଲିସର ଦାୟିତ୍ୱହୀନତାକୁ ନେଇ ମୃତକଙ୍କ ସମ୍ପର୍କୀୟମାନେ ପ୍ରଶ୍ନ ଉଠାଇଥିଲେ।
ସୁଇସାଇଡ୍‌ ନୋଟ୍‌ ଜବତ
ବିଶ୍ୱନାଥଙ୍କ ପାଖରୁ ପୋଲିସ ଏକ ସୁଇସାଇଡ୍‌ ନୋଟ ଜବତ କରିଥିଲା। ଯେଉଁଥିରେ ତାଙ୍କ ପ୍ରେମିକାଙ୍କ ବିବାହ ଅନ୍ୟତ୍ର ହେଉଛି ଓ ଏହାକୁ ସେ ସହି ନପାରି ଆତ୍ମହତ୍ୟା କରୁଛି ବୋଲି ଉଲ୍ଲେଖ ରହିଥିଲା। ଇଂଲିଶ ଅକ୍ଷରରେ ନିଜର କଥାକୁ ଓଡ଼ିଆ ଭାଷାରେ ବିଶ୍ୱନାଥ ଲେଖିଛନ୍ତି ବୋଲି ଜଣାପଡିଛି। ଏହାଛଡ଼ା ମୃତଦେହ ସତ୍କାର ସମୟରେ ତାଙ୍କ ଫୋନକୁ ଜାଳିଦେବା ପାଇଁ ମଧ୍ୟ ସୁଇସାଇଡ ନୋଟ୍‌ରେ ଉଲ୍ଲେଖ ଥିଲା।
ପୋଷ୍ଟମର୍ଟମ ସମୟରେ ଆସିଲା ଟୁଇଷ୍ଟ
ଶାର୍ଟ ଖୋଲିବା ପରେ ପିଠିରେ ମାଡ଼ ଦାଗ
ବିଶ୍ୱନାଥଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେବାବେଳେ ଭିନ୍ନ ଘଟଣା ଦେଖିବାକୁ ମିଳିଥିଲା। ତାଙ୍କ ଶାର୍ଟ ଖୋଲିବା ବେଳକୁ ପିଠି ସାରା ମାଡ଼ ଦାଗ ରହିଥିଲା। ଏଣୁ ତାଙ୍କୁ ସୋମବାର ମାଡ଼ ମରାଯିବା ସହ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ବୋଲି ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏଥିରେ ପରିବାର ଲୋକ ଓ ତାଙ୍କ ସମ୍ପର୍କୀୟମାନେ ପ୍ରେମିକାଙ୍କ ସମ୍ପର୍କୀୟଙ୍କୁ ଦାୟୀ କରିଥିଲେ।
ମାଟ୍ରିକ ପରୀକ୍ଷା ଦେଇଥିଲେ
ବିଶ୍ୱନାଥ ଏକ୍ସରେଗୁଲାର ପରୀକ୍ଷାର୍ଥୀ ଭାବେ ସୋମବାର ମାଟ୍ରିକ ପରୀକ୍ଷା ଦେଇ ଘରକୁ ଫେରିଥିଲେ। ସେ ସାଲେପୁରର ଏକ ପରୀକ୍ଷା କେନ୍ଦ୍ରରେ ଚଳିତବର୍ଷ ପରୀକ୍ଷା ଦେଇଥିଲେ। ବାଟରେ ଫେରିବା ବେଳେ ଏକ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାକୁ ଫୋନ କରି ଘରକୁ ଆସି ଟଙ୍କା ନେଇଯିବାକୁ ମଧ୍ୟ କହିଥିଲେ। ସଂସ୍ଥାର କର୍ମଚାରୀ ଜଣକ ମଧ୍ୟ ଘରକୁ ଆସି ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ବିଶ୍ୱନାଥ ସିସିଟିଭି ମରାମତି କାର୍ଯ୍ୟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ନାଁରେ ଜାଲ୍‌ ଆକାଉଣ୍ଟ

କଟକ ଅଫିସ,୨୭ା୬: ସାଇବର ଠକଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ସାଧାରଣ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସେମାନେ ଛାଡୁନାହାନ୍ତି। ବିଶେଷକରି ସୋସିଆଲ...

ଆଜି ବାର ଆସୋସିଏଶନର ନିର୍ବାଚନ, ଅପରାହ୍ନରେ ଫଳାଫଳ

କଟକ ଅଫିସ, ୨୬।୩: ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ହେବ । ରାଜ୍ୟର ୧୫୧ଟି ବାର ଆସୋସିଏଶନରେ ୱାନ...

ମାଓବାଦୀ କାର୍ଯ୍ୟକଳାପ ହ୍ରାସପାଇଛି

ଭୁବନେଶ୍ୱର,୧୩।୩(ବ୍ୟୁରୋ):୨୦୨୦ରେ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି। ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା କୁହାଯାଇଛି। ଏହି ବର୍ଷରେ ରାଜ୍ୟରେ...

ମୋ’ ବସ୍‌ ଧକ୍କାରେ ଜଣେ ମୃତ

କଟକ ସଦର, ୪।୬(ଡି.ଏନ୍‌.ଏ.): ୪୨ ମୌଜା ଥାନା ଅନ୍ତର୍ଗତ ଦଧିବାମନପୁର ଛକରେ ଶନିବାର ସନ୍ଧ୍ୟାରେ ମୋ’ ବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ...

କମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୨୬ ଜୀବନ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୨୬ଜଣଙ୍କ...

କରୋନା ନେଲା ଆଉ ଏକ ଜୀବନ: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫ ଛୁଇଁଲା

ଭୁବନେଶ୍ୱର, ୧୯।୫(ବ୍ୟୁରୋ): ରାଜ୍ୟରେ କରୋନାରେ ପୁଣି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ କଟକ ଜିଲାର। ତାଙ୍କୁ ୭୫ ବଷ ହୋଇଥିଲା। ସେ ଭୁବନେଶ୍ୱର ଏମ୍‌ସରେ...

ଆଜି ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦାମ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆଜି ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦାମ୍‌। ଲିଟର ପିଛା ୭୫ରୁ ୯୫ ପଇସା ପର୍ଯ୍ୟନ୍ତ ବଢିଲା ଦାମ୍‌। ଦିଲ୍ଲୀରେ ୮୦ ଏବଂ ମୁମ୍ବାଇରେ ୮୫...

୧୯ରୁ ପ୍ରବଳ ବର୍ଷିବ: ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଆସନ୍ତା ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

Advertisement
Archives

Model This Week