ପ୍ରେମିକଙ୍କ ସହ ମିଶି ସୁପାରି ଦେଇ ସ୍ବାମୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ତ୍ରୀଙ୍କ ସହ ୪ ଗିରଫ

ବଣାଇ, ୨୭।୧୨ (ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ନିକଟରେ ସଂଘଟିତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଗତ ୧୯ ତାରିଖରେ ବଣାଇ ଅଞ୍ଚଳର ଅନିଲ ମୁଣ୍ଡାଙ୍କୁ କେନ୍ଦ୍ରୀକଳା ଜଙ୍ଗଲରେ ତଣ୍ଟି କାଟିବା ପରେ ପଥରରେ ଛେଚି ହତ୍ୟା କରାଯାଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ଏପରିକି ଅନିଲଙ୍କ ସ୍ତ୍ରୀ ସୀମା ପ୍ରେମିକଙ୍କ ସହ ମିଶି ଏହି କାଣ୍ଡ ଭିଆଇଥିବା ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ ସୂଚନା ଦେଇଛି। ଘଟଣାରେ ପୋଲିସ ସୀମା ଓ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କୁଣ୍ଢେଇଡ଼ିହା ଗ୍ରାମର ପ୍ରେମିକ ନାମଯାନ ମୁଣ୍ଡା, ସୁପାରିକିଲର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଣ୍ଡିଆକୁଦର ଗ୍ରାମର ସୂରଯ ନାଏକ, ଗଣେଶ ନାଏକ ପ୍ରମୁଖ ଚାରି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି l

ଖବରଦାତା ସମ୍ମିଳନୀରେ ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ଅବକାଶ ରାଉତରାୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନାମଯାନଙ୍କ ସହ ସୀମା ମିଶି ଅନିଲଙ୍କୁ ହତ୍ୟା କରିଛନ୍ତି। ଏକ ଲକ୍ଷ ଟଙ୍କା ବିନିମୟରେ ହତ୍ୟା କରିବା ପାଇଁ ସୁପାରିକିଲର ରାଜି ହୋଇଥିବା ବେଳେ ୪ହଜାର ଟଙ୍କା ଅଗ୍ରିମ ନେଇ ଏଭଳି ହତ୍ୟା କରିଥିବା ପ୍ରକାଶ କରିଛନ୍ତ। ଏ ସଂକ୍ରାନ୍ତରେ ବଣାଇ ଥାନାରେ ଏକ ମାମଲା(ନଂ.୧୫୫ /୨୦୧୯) ରୁଜୁ ହୋଇଥିବା ବେଳେ ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ ୧୨୦(ବି )/୩୦୨/୩୪ ଲାଗୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରାଉତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ଜୀବନ ଗଲା

ଜୁନାଗଡ଼,୬।୧:କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ସନ୍ନ୍ୟାସୀକୁଣ୍ଡାମାଲ ଛକ ନିକଟରେ ବୁଧବାର ସାରେ ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତ କକାଙ୍କ ନାମ ଜଗବନ୍ଧୁ...

ମିଳୁନି ଧାନ ବିକ୍ରି ଟଙ୍କା:ବିଷ ବୋତଲ ଧରି ଧାରଣାରେ ଚାଷୀ

ପଦ୍ମପୁର, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ସେବା ସମବାୟ ସମିତିରେ ଧାନବିକ୍ରି କରି ୬ ମାସ ହେଲା ଟଙ୍କା ପାଇନାହାନ୍ତି...

ଶେଷରେ ଅସହାୟ ମହିଳାଙ୍କ ଚିକିତ୍ସା ହେଲା

ଲୋଇସିଂହା, ୨୯।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା ଗାଁ। ସେହି ଗାଁର ଅସହାୟ ମହିଳା ହାଡ ସାହୁ। ମୂଲଲାଗି ପରିବାର ଚଳାନ୍ତି। କାମକୁ...

ଏମ୍‌ପି, ବିଧାୟକଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ଏବଂ ଅନୁଗୋଳ ଜିଲାର ନବନିର୍ବାଚିତ ଏମ୍‌ପି ଏବଂ ବିଧାୟକଙ୍କୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ଏ ନେଇ ଢେଙ୍କାନାଳ ଜିଲା ବିଜେଡି...

ଦବିଲା ୧୦ ଲକ୍ଷର ତିତ୍‌ଲି ପ୍ରକଳ୍ପ:ମଧୁପୁର ବନ୍ଧ ଭାଙ୍ଗିବା ଆଶଙ୍କା

ବନ୍ତଳା,୨୪।୯(ଡି.ଏନ.ଏ.) ଅନୁଗୋଳ ବ୍ଲକ ନନ୍ଦପୁର ପଞ୍ଚାୟତ ମଧୁପୁର ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ୨୦୧୮ ସାମୁଦ୍ରିକ ଝଡ଼ ତିତ୍‌ଲିରେ ନଷ୍ଟ ହେବା...

ଦାଦନ ଦୁଖ୍‌:ଯାଇଥିଲେ ରୁଜ୍‌ଗାର କରି, ଫିରଲେ ଦିବ୍ୟାଙ୍ଗ ହେଇ

ଖଡ଼ିଆଳ,୩୧। ୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଖଇରପଦର ଗଁାର ଚରଣ ମାଝି। ସେ ଆଦିବାସୀ ସମାଜର ହେଇଥିଲାବେଲେ କାମ୍‌ଧଁଦାର ଲାଗି ଗୁଜରାଟ ଗାନ୍ଧିଧାମ ଅଂଚଲକେ...

ମାସ୍କ ପିନ୍ଧିଲେନି, ଜରିମାନା ଦେଲେ

ଦେବଗଡ,୧୯।୪ (ଡି.ଏନ.ଏ.)-ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ଅବମାନନା କରିଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଶନିବାର...

ମଦଭାଟି ସ୍ଥାନାନ୍ତର ନେଇ କୃଷକ ନେତାଙ୍କ ଅନଶନ: ପାଣି ପିଆଇ ଅନଶନ ଭାଙ୍ଗିଲେ ଉପଜିଲାପାଳ

ବଡ଼ଗାଁ,୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଫିସ ସମ୍ମୁଖରେ ମଦଭାଟି ସ୍ଥାନାନ୍ତର ନେଇ ଗତ ୨୫ ତାରିଖରୁ କୃଷକ ନେତା ରବୀନ୍ଦ୍ର ପଟେଲ ଆମରଣ ଅନଶନରେ...

Advertisement


Archives

Model This Week

Why Dharitri