ପ୍ରେମରେ ପଡ଼ିଲେ ବଢେ ଶରୀରର ଓଜନ

ଅଷ୍ଟ୍ରେଲିଆର ସେଣ୍ଟ୍ରାଲ୍‌ କୁଇନ୍ସ ଲ୍ୟାଣ୍ଡ ୟୁନିଭର୍ସିଟିରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ପ୍ରେମରେ ପଡିବା ପରେ ଉଭୟେ ଝିଅ ଓ ପୁଅଙ୍କ ଶରୀରର ଓଜନ ବୃଦ୍ଧି ପାଇଥାଏ। ଏଥିପାଇଁ ପ୍ରାୟ ୧୫ ହଜାର ଯୋଡିଙ୍କୁ ନେଇ ଗବେଷଣା କରାଯାଇଥିଲା। ଗବେଷକଙ୍କ ମତରେ ଓଜନ ବୃଦ୍ଧି ହେବାର ଅନେକ ଗୁଡିଏ କାରଣ ରହିଛି। ପ୍ରେମରେ ପଡିବା ପରେ ଝିଅ ପୁଅ ନିଜ ଖାଦ୍ୟ ପାନୀୟ ଓ ଚେହେରା ଉପରେ ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ। ଫଳରେ ଅସମୟରେ ପୁଣି କେବେ କେବେ ଅଧିକ ଖାଇଦେଲେ ଶରୀରର ଓଜନ ବଢିଯାଇଥାଏ। ପ୍ରେମ ହେବା ପରେ ଉଭୟେ ପରସ୍ପର ସହ ଅଧିକ ସମୟ ବିତାଇବାକୁ ଚାହାଁନ୍ତି। ଯେଉଁମାନେ ଏକ୍ସରସାଇଜ୍‌ ବା ଓ୍ବାର୍କଆଉଟ୍‌ କରୁଥିବେ ଏ ସମୟରେ ସେସବୁ ପ୍ରତି ମଧ୍ୟ ସେମାନଙ୍କର ନଜର ହଟିଯାଇଥାଏ। ଫଳରେ ଶରୀରର ଓଜନ ବଢିଥାଏ। ପ୍ରେମିକା ପ୍ରେମିକ ଅଧିକାଂଶ ସମୟରେ ଷ୍ଟ୍ରିଟ୍‌ ଫୁଡ୍‌ ବା ରେଷ୍ଟୁରାଣ୍ଟ ଫୁଡ୍‌ର ମଜା ନେବାକୁ ଚାହାଁନ୍ତି। ଯାହା ଶରୀରର ଓଜନ ବଢାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହି ସମୟରେ ଉଭୟେ ବିଳମ୍ବିତ ରାତି ପର୍ଯ୍ୟନ୍ତ କଥା ହୋଇଥାଆନ୍ତି। ଏପଟେ ଦିନବେଳା ମଧ୍ୟ ଶୋଇବାକୁ ସମୟ ହୋଇ ନ ଥାଏ। ତେବେ ନିଦ କମ୍‌ ହେବା ମୋଟା ହେବାର ଅନ୍ୟତମ କାରଣ। ଭଲ ଜୀବନସାଥୀ ମିଳିଗଲେ ଶରୀରରେ ହାପି ହରମୋନ୍‌ କ୍ଷରଣ ହୋଇଥାଏ। ଏହି ସମୟରେ ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାକୁ ଆଗ୍ରହ ପ୍ରକାଶ ପାଇଥାଏ। ଏହା ମଧ୍ୟ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମୀଯୁଗଳଙ୍କୁ ମନା ଏହି ମନ୍ଦିର

ପ୍ରେମରେ ପଡ଼ିଥିବା ଝିଅ-ପୁଅ ସେମାନଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ହେବା ପାଇଁ ମନ୍ଦିର ଯାଇଥାନ୍ତି ପୂଜାର୍ଚ୍ଚନା କରିବାକୁ। ମାତ୍ର ଏମିତି ମନ୍ଦିର ଅଛି ଯେଉଁଠି ପ୍ରେମୀଯୁଗଳଙ୍କୁ ମନା...

ମାଳଦ୍ୱୀପରେ ଇଣ୍ଡିଆ ଆଉଟ୍‌ ଅଭିଯାନ ବନ୍ଦ…

ମାଲେ, ୨୮।୬ : ମାଲଦ୍ୱୀପର ସଂସଦ ଜୁନ ୨୭ରେ ଇଣ୍ଡିଆ ଆଉଟ ଅଭିଯାନ ସମେତ ମାଳଦ୍ୱୀପର କୂଟନୈତିକ ସ୍ବାର୍ଥକୁ କ୍ଷତି ପହଞ୍ଚାଉଥିବା ଅପରାଧକୁ ଅପରାଧୀକରଣ କରିବା...

୨ ଦିନିଆ ବାର୍ଷିକ ଧର୍ମ ସମ୍ମିଳନୀ: ଟ୍ରେନ୍‌ ଇଞ୍ଜିନ୍‌ରେ ବସି ଯାତ୍ରା କଲେ ଲୋକେ; ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଢ଼ାକା,୧୩।୧: ଭାରତରେ ବିଭିନ୍ନ ପାର୍ବଣ ଅବସରରେ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ପ୍ରାୟତଃ ଭିଡ଼ ଦେଖିବାକୁ ମିଳିଥାଏ। ତେବେ ବାଂଲାଦେଶରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବିଶ୍ୱ...

ଜୁଲିଆନ୍‌ ଆସେଞ୍ଜଙ୍କୁ ମୁକ୍ତ କର

ମେଲବୋର୍ନ, ୪!୭: ଅଷ୍ଟ୍ରେଲିଆ ଜନ୍ମିତ ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜ ରବିବାର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଲଣ୍ଡନରେ ଆସେଞ୍ଜଙ୍କ ଜନ୍ମଦିନ ପାଳନ...

ଯେଉଁଠି ଶାଳ ଗଛକୁ ଦେବତା ଭଳି ପୂଜନ୍ତି ଲୋକେ…

ଛତିଶଗଡ଼ର ବାଲ୍କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ଶାଳ ଗଛ। ଏଠାକାର ବାସିନ୍ଦା ଏହି ଗଛକୁ...

ସମ୍ପତ୍ତି ସାର୍ବଜନୀନ କରିବାକୁ ମନା କଲେ ପ୍ରଚଣ୍ଡ

କାଠମାଣ୍ଡୁ,୫ା୪: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ତାଙ୍କ ସମ୍ପତ୍ତିକୁ ସାର୍ବଜନୀନ କରିବାକୁ ମନା କରି ଦେଇଛନ୍ତି। ୧୯୯୦ରେ ଗଣତନ୍ତ୍ରର ପୁନରୁଦ୍ଧାର ପରେ ନେପାଳର...

ତାଲିବାନ ଆକ୍ରମଣରେ ୨୬ ଆଫ୍‌ଗାନ ସୈନ୍ୟ ନିହତ

କାବୁଲ,୨ା୧: ଉତ୍ତର ଆଫଗାନିସ୍ତାନରେ ତାଲିବାନମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି। ବିଭିନ୍ନ ସ୍ଥାନରେ ସେମାନେ ଆକ୍ରମଣ କରିଥିବାବେଳେ ଏଥିରେ ୨୬ ଜଣ ଆଫ୍‌ଗାନ ସୈନ୍ୟ ପ୍ରାଣ ହରାଇଥିବା...

ଅଜବ ନିଶା : କାର କିଣିବାକୁ ୧୧ ଲକ୍ଷ ନକଲି ନୋଟ୍‌ ଛାପିଲେ ଯୁବତୀ

ଜଣେ ଯୁବତୀଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବତୀଙ୍କ ପାଖରେ କାର୍‌ କିଣିବା ପାଇଁ ଟଙ୍କା ନ ଥିଲା। କିନ୍ତୁ କାର କିଣିବାର...

Advertisement
Archives

Model This Week