ପ୍ରେମକୁ ମିଳିଲା ନାହିଁ ପରିବାରର ସ୍ବୀକୃତି: ଜୀବନ ହାରିଲେ ପ୍ରେମୀଯୁଗଳ

କବିସୂର୍ଯ୍ୟନଗର,୨୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଞ୍ଚଳ ସୁନାପଲ୍ଲୀ ଗ୍ରାମରେ ଶନିବାର ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗ୍ରାମର ବିଜ୍ଞାନୀ ନାହକ ଓ କୈଳାସ ନାହକ। ସକାଳେ ଗ୍ରାମର ହରିଜନ ସାହି ନିକଟରେ ଥିବା ଏକ ଗଛରେ ଦୁଇଜଣଙ୍କ ମୃତଦେହ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ସେମାନେ ପୋଲିସକୁ ଖବର ଦେଇଥିଲେ। କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପରିବାରଲୋକଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, କୈଳାସ-ବିଜ୍ଞାନୀ ପରସ୍ପରକୁ ଦୁଇବର୍ଷ ଧରି ପ୍ରେମ କରୁଥିଲେ। ଉଭୟେ ବିବାହ କରିବାକୁ ଚାହୁଁଥିଲେ ହେଁ ପରିବାର ପକ୍ଷରୁ ସ୍ବୀକୃତି ମିଳୁ ନ ଥିଲା। ଶୁକ୍ରବାର ମଧ୍ୟ ଗ୍ରାମରେ ବୈଠକ ଡକାଯାଇଥିଲା। ହେଲେ ଏଥିରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ଅପରପକ୍ଷେ କୈଳାସ ବିଜ୍ଞାନୀଙ୍କୁ ନିଜ ଘରକୁ ନେଇଥିଲେ। ହେଲେ ତାଙ୍କ ବାପା ଏହାକୁ ଗ୍ରହଣ କରିବେ ନାହିଁ ବୋଲି କହି ଉଭୟଙ୍କୁ ତଡ଼ି ଦେଇଥିଲେ। ଏହାକୁ ନେଇ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପରିବାରଲୋକେ ଅନୁମାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଙ୍ଗା କାନ୍ଥ ତଳୁ ୩ ଉଦ୍ଧାର

ବେତନଟୀ,୧୧ା୧୧(ଡି.ଏନ୍‌.ଏ.)- ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ କାନ୍ଥ ତଳେ ଚାପିହୋଇ ରହିଥିବା ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଶନିବାର ରାତିରେ ମୟୂରଭଞ୍ଜ...

ଘୁଞ୍ଚିଲା ହାଇକୋର୍ଟ ବାର୍‌ ନିର୍ବାଚନ

କଟକ ଅଫିସ,୧୯।୩ : ଆସନ୍ତା ୨୮ତାରିଖରେ ହାଇକୋର୍ଟ ବାର୍‌ ସମେତ ରାଜ୍ୟର ସମସ୍ତ ବାର୍‌ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ କରୋନା ପାଇଁ ଘୁଞ୍ଚାଇ ଦିଆଯାଇଛି।...

ନାବାଳିକାଙ୍କୁ ୬ ମାସ ଧରି ବଳାତ୍କାର

କୁଆଁରମୁଣ୍ଡା,୨୮ା୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଥିବା ଏକ ଆବଦ୍ଧ କୋଠରୀରେ ଜଣେ ନାବାଳିକାଙ୍କୁ ରଖି ୬ମାସ ଧରି ବଳାକତ୍ାର କରାଯାଉଥିଲା। କୌଶଳକ୍ରମେ ନାବାଳିକା...

କଳାପଟାରେ ଅଙ୍କ କଷି ନ ପାରିବାରୁ ଛାତ୍ରୀଙ୍କୁ ଦଣ୍ଡ : ଶିକ୍ଷକଙ୍କୁ ନିଲମ୍ବନ କଲେ ବିଇଓ, ଥାନାରେ ମାମଲା

ଔପଦା,୨।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ପଣ୍ଡୁଆ ପ୍ରାଥମିକ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ କଳାପଟାରେ ଅଙ୍କ କଷି ନ ପାରିବାରୁ...

କୋଭିଡ୍‌ ଟେଷ୍ଟିଂ ଅବଧି ମାସେ ବଢ଼ିଲା

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଦେଶରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟେଷ୍ଟିଂ ଅବଧିକୁ ବଢ଼ାଇ ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଚାଲିଥିବା କୋଭିଡ୍‌...

ଗଞ୍ଜାମରେ ଆଉ ୨ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଛତ୍ରପୁର,୨୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଜିଲାରେ ଜଣଙ୍କ ପରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି।...

ଦାମଙ୍କ ଇସ୍ତଫା ଦଳ ଉପରେ ପ୍ରଭାବ ପକାଇବ ନାହିଁ: ଅରୁଣ ସିଂ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଭାଜପାରେ ଦାମୋଦର ରାଉତଙ୍କୁ ଅଣଦେଖା କରାଯାଇନାହିଁ। ବରଂ ଦଳ ପକ୍ଷରୁ ତାଙ୍କୁ ସୁଯୋଗ ଦିଆଯାଇଥିଲା। ନିର୍ବାଚନ ଲଢ଼ିବାକୁ ଦଳ ତାଙ୍କୁ ଟିକେଟ ଦେଇଥିଲା। ମାତ୍ର...

ରାଜ୍ୟକୁ ଫେରିଛନ୍ତି ୩ ଲକ୍ଷ ଓଡ଼ିଆ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟକୁ ୨ଶହ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ୩ ଲକ୍ଷ ଓଡ଼ିଆ ଫେରିଛନ୍ତି। ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ସମସ୍ତଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ସହ...

Advertisement
Archives

Model This Week