
ମୁମ୍ବାଇ: କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଲକ୍ଡାଉନ୍ ଯୋଗୁ ଘରେ ଅଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। କିନ୍ତୁ ଘରେ ରହି ରହି ପ୍ରିୟଙ୍କା ବୋର୍ ହୋଇଗଲେଣି। ଘରେ ଆଉ ମନ ଲାଗୁନି। ତେଣୁ ଅଧିକ ସମୟ ସୋସିଆଲ ମିଡିଆରେ କଟାଉଛନ୍ତି। ପ୍ରଶଂସକଙ୍କ ସହ ଜଡ଼ିତ ରହିବାକୁ ପ୍ରତିଦିନ କିଛି ନା କିଛି ଫଟୋ ଶେୟାର କରୁଛନ୍ତି। ଏବେ ପ୍ରିୟଙ୍କା ତାଙ୍କ ଇନ୍ଷ୍ଟାଗ୍ରାମ୍ରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକ ବେଶ୍ ଭାଇରାଲ ହେବାରେ ଲାଗିଛି। ଫଟୋରେ ପ୍ରିୟଙ୍କାଙ୍କ ଭିନ୍ନ ଲୁକ୍ ଦେଖିବାକୁ ମିଳିଛି। ଏକ ଫଟୋରେ ପ୍ରିୟଙ୍କା ଡଷ୍ଟି ରୋଜ୍ କଲରର ମନୋକୋନି ପିନ୍ଧିଛନ୍ତି। ଚିକ୍ କ୍ୟାଟ-ଆଇ ଚଷମା ପିନ୍ଧିଛନ୍ତି। ଯାହା ତାଙ୍କ ଚେହେରାକୁ ଭିନ୍ନ ଲୁକ୍ ଦେଇଛି।
ଆଉ ଏକ ଫଟୋରେ ପ୍ରିୟଙ୍କାଙ୍କ ଉପରେ ସୂର୍ଯ୍ୟକିରଣ ପଡ଼ିଥିବା ଦେଖିବାକୁ ମିଳିଛି। ସେ ମୁହଁକୁ ଡ୍ରେସ୍ରେ ଘୋଡ଼ାଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଶେୟାର କରି ସେ କ୍ୟାପ୍ଶନ ଲେଖିଛନ୍ତି, ଆଶା ବନାମ ବାସ୍ତବତା। ପ୍ରଶଂସକମାନେ ପ୍ରିୟଙ୍କା ଫଟୋଗୁଡ଼ିକୁ ଅଧିକ ମାତ୍ରାରେ ଲାଇକ୍ କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।
ପ୍ରିୟଙ୍କା ବର୍ତ୍ତମାନ ସ୍ବାମୀ ନିକ୍ ଜୋନାସ୍ଙ୍କ ପରିବାର ସହ ଆମେରିକାରେ ରହୁଛନ୍ତି। ଯଦିଓ ଆମେରିକାରେ କରୋନା ସ୍ଥିତି ଖୁବ୍ ଜଟିଳ। ତଥାପି ପ୍ରିୟଙ୍କା ବହୁ ସଚେତନ ଅଛନ୍ତି। ନିଜର ଖୁବ୍ ଯତ୍ନ ନେଉଛନ୍ତି।