ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ନେତାଙ୍କ ଚିନ୍ତା

ଜଗତ୍‌ସିଂହପୁର ଅଫିସ,୨୪ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଜିଲା ପରିଷଦ ଜୋନ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପଦବୀ ପାଇଁ ୩୮୪୦ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୬ଟି ଜିଲା ପରିଷଦ ଆସନ ପାଇଁ ୧୦୬ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବେଳେ କୌଣସି ପ୍ରାର୍ଥତ୍ପତ୍ର ନାକଚ ହୋଇନାହିଁ। ବିଶେଷକରି ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କଟି ନ ଥିବାରୁ ପ୍ରତ୍ୟେକ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଅନ୍ୟ ପଦବୀ ଯଥା ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପଦବୀରେ ୩୭୩୪ଟି ପ୍ରାର୍ଥତ୍ପତ୍ର ଦାଖଲ ହୋଇଥିଲା। ସେଗୁଡିକ ମଧ୍ୟରୁ ୬୮ଟି ନାକଚ ହୋଇଯାଇଛି।୨୫ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏ ପରିସ୍ଥିତିରେ ବିଭିନ୍ନ ପଞ୍ଚାୟତରେ ବିଶେଷକରି ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଏକାଧିକ ପ୍ରାର୍ଥୀ ହୋଇଥିବାରୁ ଦଳୀୟ ମହଲରେ ଚିନ୍ତା ବଢିଯାଇଛି। ବିଧାୟକ ତଥା ଦଳୀୟ ନେତୃବୃନ୍ଦ କେଉଁ ପ୍ରାର୍ଥୀଙ୍କୁ ଦଳୀୟ ସମର୍ଥନ ଦେବେ ଆଉ କାହାକୁ ପ୍ରତ୍ୟାହାର କରିବେ ସେନେଇ ବିଚାରବିମର୍ଶ ଜାରି ରଖିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଧାୟକମାନେ ଅସନ୍ତୁଷ୍ଟଙ୍କୁ ମନେଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଏପରି କି ଅର୍ଥ, କ୍ଷମତା ଓ ଠିକା କାମ ଆଦିର ଲୋଭ ଦେଖାଇବାକୁ ପଛାଉନାହାନ୍ତି । ଯେଉଁମାନେ ଅବୁଝା ହେବେ ସେମାନଙ୍କୁ ଶେଷ ଅସ୍ତ୍ର ସ୍ବରୂପ ଦଳରୁ ବିଦା କରିବା ଭଳି କଡା ଚେତାବନୀ ଦିଆଯାଉଥିବା ଚର୍ଚ୍ଚା ହେଉଛି। କେତେଜଣ ପ୍ରାର୍ଥୀ ହଡ଼ବଡେଇ ଯାଉଥିବା ବେଳେ ଆଉ କେତେଜଣ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବା ପାଇଁ ନେତାଙ୍କ ସହ ଯୋଗାଯୋଗ ବନ୍ଦ କରିଦେଇଛନ୍ତି। ଏଭଳିସ୍ଥିତିରେ ୨୫ ତାରିଖରେ କେଉଁମାନେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ଜିଲାର ୧୯୮ ସରପଞ୍ଚ ପଦବୀ ପାଇଁ ୯୪୬ ପ୍ରାର୍ଥତ୍ପତ୍ର ଦାଖଲ ହୋଇଥିବା ବେଳେ ସେଥିରୁ ୪ଟି ନାକଚ ହୋଇଛି। ସେଥିରୁ ନାଉଗାଁର ଓ ଏରସମା ବ୍ଲକରୁ ୨ ଜଣ ଲେଖାଏ ପ୍ରାର୍ଥୀ ରହିଛନ୍ତି। ସେହିପରି ସମିତି ସଭ୍ୟ ପାଇଁ ୭୫୮ଟି ପ୍ରାର୍ଥତ୍ପତ୍ର ଦାଖଲ ହୋଇଥିବାବେଳେ ୧୨ ନାକଚ ହୋଇଛି । ସେମାନଙ୍କ ମଧ୍ୟରେ ଏରସମାରୁ ୭, କୁଜଙ୍ଗରୁ ୨ ସମେତ ବାଲିକୁଦା, ଜଗତ୍‌ସିଂହପୁର ଏବଂ ତିର୍ତ୍ତୋଲରୁ ଜଣେ ଲେଖାଏ ପ୍ରାର୍ଥୀ ରହିଛନ୍ତି। ଜିଲାର ୩୩୬୪ଟି ୱାର୍ଡସଭ୍ୟ ପଦବୀ ପାଇଁ ୬୨୮୭ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ୫୨ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଛି। ଏରସମାରୁ ୯, ବାଲିକୁଦା ୧୬, ତିର୍ତ୍ତୋଲ ୮, କୁଜଙ୍ଗ ୧, ନାଉଗାଁ ଓ ଜଗତ୍‌ସିଂହପୁରରୁ ୬ ଜଣ ଲେଖାଏ ଏବଂ ରଘୁନାଥପୁର, ବିରିଡ଼ିରୁ ୩ ଜଣ ଲେଖାଏ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri