ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ମିଶ୍ରଣ ଦାବି

ବନ୍ତଳା,୩।୧୨(ଡି.ଏନ.ଏ.)

ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶାଇବା ପାଇଁ ସୋମବାର ଜିଲାପାଳଙ୍କ ନିକଟରେ ଗ୍ରାମର ଯୁବକମାନେ ଦାବି କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗ୍ରାମରେ ଖେଳ ପଡିଆ ନ ଥିବାରୁ ଉକ୍ତ ବିଦ୍ୟାଳୟ ଖେଳ ପଡିଆରେ ଗ୍ରାମର ଯୁବକମାନେ ଖେଳନ୍ତି। ଏଥିସହିତ ପ୍ରତିବର୍ଷ ଉକ୍ତ ପଡିଆରେ ଆର୍ମି, ପୋଲିସ, ଫରେଷ୍ଟ, ନାଭାଲ, ଏୟାରଫୋର୍ସ ଆଦିରେ ନିଯୁକ୍ତି ନିମନ୍ତେ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏବେ ଉକ୍ତ ପଡ଼ିଆ ଜବରଦଖଲରେ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ପୋକତୁଙ୍ଗା ହାଇସ୍କୁଲରେ ଉକ୍ତ ବିଦ୍ୟାଳୟକୁ ମିଶାଇବା ପାଇଁ ୨୦୧୯ ଫେବୃୟାରୀରେ ଗ୍ରାମର ୨ ହଜାରରୁ ଊଦ୍ଧର୍‌ବ ଗ୍ରାମବାସୀ ଓ ଅଭିଭାବକ ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ର ଜିଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦେଇଥିଲେ। ପରେ ଜିଲା ଶିକ୍ଷା ଅଧିକାରୀ ଚିଠି ନଂ. ୧୮୫୩/୧୯.୨.୧୯ରେ ଜିଲା ପ୍ରକଳ୍ପ ଅଧିକାରୀ ସର୍ବଶିକ୍ଷା ଅଭିଯାନ, ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ୮୬୨୬/ତା ୨୯।୦୮।୧୯ରେ ଚିଠି କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତୁରନ୍ତ ପଦକ୍ଷେପ ନେବା ପାଇଁ ପିତାମ୍ବର ପ୍ରଧାନ, ଅଶୋକ ପ୍ରଧାନ, ସୁଲଭ ଦେହୁରୀ, ଶେଖର ଦେହୁରୀ, ବିଜୟ କେତନ ପ୍ରଧାନ, ଗିରିଶ ଚନ୍ଦ୍ର ପ୍ରଧାନ, ଶୁଭ୍ରକାନ୍ତ ସାହୁ, ଉପେନ୍ଦ୍ର ଦେହୁରୀ, ସୁକାନ୍ତ ଦେହୁରୀ, ପ୍ରଭଞ୍ଜନ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କହିଛନ୍ତି, ୭ ଦିନ ମଧ୍ୟରେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଆଇଆଇଏମ୍‌ ନୂତନ କ୍ୟାମ୍ପସ

ସମ୍ବଲପୁର,୨୯ା୧(ବ୍ୟୁରୋ): ସମ୍ବଲପୁରର ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ୍‌)ର ନିଜସ୍ବ ସ୍ଥାୟୀ କ୍ୟାମ୍ପସ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏ ନେଇ ଆଇଆଇଏମ୍‌ କର୍ତ୍ତୃପକ୍ଷ...

ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର,୧।୩(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି)ର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଞ୍ଜୟଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ...

ବୁଧବାରିଆ କମିଟି ବାଟବଣା

ପୁରୀ ଅଫିସ, ୮ା୨: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଲାଗି ଅନେକ ନିଷ୍ପତ୍ତି ନିଆଯାଉଛି। ପରବର୍ତ୍ତୀ ସମୟରେ ଏହା କେତେଦୂର କାର୍ଯ୍ୟକାରୀ କରୁଛି ତାହା...

ତିର୍ତ୍ତୋଲ, ବାଲେଶ୍ୱର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ: ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍‌

ଭୁବନେଶ୍ୱର,୩ା୧୧(ବ୍ୟୁରୋ): ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ କଡ଼ା କଟକଣା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସାମାଜିକ ଦୂରତ୍ୱ,...

ବଲାଙ୍ଗୀରରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ; ୨୦୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର(ବ୍ୟୁରୋ)/ବଲାଙ୍ଗୀର ଅଫିସ,୨୨।୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଲାଙ୍ଗିର ଜିଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ  କାର୍ଡ ବଣ୍ଟନ କରିଛନ୍ତି।...

ଫଳକରେ ସୀମିତ ଶୂଳିଆ ନାଳ ପୋଲ

ନୂଆଗାଁ,୮।୬(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଦୁର୍ଦ୍ଦୁରା ପଞ୍ଚାୟତ ବନମାଳୀପୁର ହରିଜନସାହି ଲୋକଙ୍କ ଯାତାୟାତରେ ବାଧକ ସାଜିଛି ଶୂଳିଆ ନାଳ। ଏହି ନାଳ ଉପରେ ପୋଲ...

‘ପାଲା’ ପାଇଁ ପାଗଭିଡ଼ା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଦିନେ ଓଡ଼ିଶାର ଘରେ ଘରେ ପରିଚିତ ଥିବା ପାରମ୍ପରିକ ଲୋକକଳା ‘ପାଲା’ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଛି। ଧୀରେ ଧୀରେ ଜନମାନସରୁ ଦୂରେଇ...

ସାପ୍ତାହିକ ହାଟ ସ୍ଥାନାନ୍ତର

ବଇଣ୍ଡା, ୧୨।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡାର ରବିବାର ହେଉଥିବା ସାପ୍ତାହିକ ହାଟକୁ ପୋଲିସ ପ୍ରଶାସନ ପକ୍ଷରୁ ବଇଣ୍ଡା ହାଇସ୍କୁଲ ନିକଟସ୍ଥ ଏକ ଖୋଲା ପଡିଆକୁ ସ୍ଥାନାନ୍ତର...

Advertisement
Archives

Model This Week