ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ମକ୍‌ଡ୍ରିଲ

ବାଙ୍ଗିରିପୋଷି,୨୦ା୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ସେବା ବିଭାଗର ହାବିଲଦାର ପରମେଶ୍ୱର ମହାନ୍ତଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ସମୟରେ ଉପଯୁକ୍ତ ଉପାୟ ଅବଲମ୍ବନ କରି ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୂପେଶ କୁମାର ନାଏକଙ୍କ ତତ୍ତ୍ୱାବଧାନରେ ବ୍ଲକ ସହକାରୀ ଯନ୍ତ୍ରୀ ଯୋଗେଶ୍ୱର ବେହେରା, କୋଷାଧ୍ୟକ୍ଷ ଅରୁଣ କୁମାର ପୃଷ୍ଟି, ଏସିଇଓ ଜାନକୀ ହେମ୍ବ୍ରମ, ଯୋଗାଣ ଅଧିକାରୀ କମଳାକାନ୍ତ ବେହେରା, ବରିଷ୍ଠ କିରାଣୀ ଦିଲ୍ଲୀପ ନାଏକ, ପଥୁରୀ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ ସିଂ, କୁମ୍ଭାରମୁଣ୍ଢାକଟା ସମିତି ସଭ୍ୟ ରବୀନ୍ଦ୍ର ନାଥ ନାଏକ,ବିଶ୍ୱଜିତ ଶର୍ମା, ଦିଲ୍ଲୀପ ଅଧିକାରୀ, ମନୋଜ କୁମାର ଦାସଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ତଥା ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଇନ୍ଦ୍ରଜିତ ପ୍ରଧାନ, ତପନ କୁମାର ମଲ୍ଲିକ, ସନ୍ତୋଷ କୁମାର ମହାରଣା, ଅଜୟ କୁମାର ଦାସ, ଦିଲ୍ଲୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଆସୁନି ବଜ୍ରପାତ ନିରୋଧୀ ଯନ୍ତ୍ର

ମହାକାଳପଡ଼ା,୩ା୮ (ଡି.ଏନ.ଏ.): ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି। ପୂର୍ବ ଅପେକ୍ଷା ଅଦ୍ୟାବଧି ପ୍ରାକୃତିକ ପରିବେଶ ବିଗିଡିଲାଣି। ଏହା ପ୍ରଭାବରେ ଭୂକମ୍ପ, ସୁନାମି,...

ପ୍ରସବ ପରେ ମହିଳାଙ୍କ କୋଭିଡ ରିପୋର୍ଟ ପଜିଟିଭ୍‌

କଟକ ଅଫିସ,୨୪।୭: କଟକ ଜିଲାର ଜଣେ ଗର୍ଭବତୀଙ୍କ କୋଭିଡ ରିପୋର୍ଟ ଶୁକ୍ରବାର ପ୍ରସବ ପରେ ପଜିଟିଭ୍‌ ଆସିିଛି। ଏବେ ଉଭୟ ମା’ ଓ ନବଜାତ ଶିଶୁକୁ...

ଆଶାକର୍ମୀ ପରିଚୟ ଦେଇ ଡାକ୍ତରଖାନାରୁ ପିଲାଚୋରି

ବିଷମକଟକ,୨୦।୮(ଡି.ଏନ୍‌.ଏ.): ଆଶାକର୍ମୀର ପରିଚୟ ଦେଇ ଡାକ୍ତରଖାନାରେ ଦୁଇଦିନ ଧରି ପ୍ରସୂତି ଏବଂ ନବଜାତ ଶିଶୁର ଯତ୍ନନେଲେ। ଶେଷରେ କୌଶଳରେ ମା’ ନିକଟରୁ ଶିଶୁପୁତ୍ରକୁ ଚୋରିକରି ଚମ୍ପଟ...

ମାଧପୁର ବଜାରରେ ବନ୍ଦର ପ୍ରଭାବ ପଡ଼ିନି

ମାଧପୁର,୮।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ବଜାରରେ ବୁଧବାର ବନ୍ଦର ପ୍ରଭାବ ପଡ଼ି ନ ଥିବା ଦେଖିବାକୁ ମିଳିଛି। ସବୁଦିନ ପରି ଦୋକାନ ବଜାର...

ପାଇପ୍‌ ମରାମତି କଲା ପ୍ରଶାସନ

ମାଧପୁର,୧୯।୪(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତର କୁନ୍ଦନାଳୀ ଗ୍ରାମକୁ ନିକଟସ୍ଥ କନ୍ଧପଡା ପାନୀୟ ଜଳ ପ୍ରକଳ୍ପରୁ ଯାଇଥିବା ପାଇପ୍‌ ଫାଟିଯିବା କାରଣରୁ ୨...

ସାକ୍ଷୀଗୋପାଳ ବ୍ୟାଙ୍କ, ବଜାର ବୁଲି ଲକ୍‌ଡାଉନ ସ୍ଥିତି ପରଖିଲେ ସ୍ବତନ୍ତ୍ର ଅଧିକାରୀ

ସାକ୍ଷୀଗୋପାଳ, ୧୭।୪(ଡି.ଏନ୍‌.ଏ): କରୋନା ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ଲକ୍‌ଡାଉନ ଜାରିରହିଛି। ଏହି ଅବସରରେ କରୋନା ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ପୁରୀ ଜିଲା ସାକ୍ଷୀଗୋପାଳରେ ପହଞ୍ଚି...

ଭଦ୍ରକ ଉପଜିଲାପାଳଙ୍କୁ କରୋନା: କିଏ ନେଲେ ତାଙ୍କ ଦାୟିତ୍ୱ ଜାଣନ୍ତୁ

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଶନିବାର ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଟୁଇଟ୍‌ ଯୋଗେ...

ବାତ୍ୟା ବିପନ୍ନଙ୍କ ଲାଗି ଜିଲା ପ୍ରଶାସନର ସହାୟତା : ନୂଆପଡ଼ା, ଚିଲିକା ଗଲେ ୮ ଡାକ୍ତର

ଛତ୍ରପୁର,୧୧ା୫(ଡି.ଏନ.ଏ)-ବାତ୍ୟା ‘ଫନୀ’ ପ୍ରଭାବିତ ଲୋକଙ୍କୁ ବିିଭିନ୍ନ ସାହାର୍ଯ୍ୟ ଓ ବାତ୍ୟା ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସହାୟତା ପ୍ରଦାନ...

Advertisement
Archives

Model This Week