ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି ଘାଟରୁ ମିଳିଥିବା ୧୬ ବର୍ଷୀୟ କିଶୋରଙ୍କ ମୃତଦେହ ମାମଲା ୧୧ ଦିନ ମଧ୍ୟରେ ସମାଧାନ ହୋଇଛି। ଏହି ମାମଲାରେ ପୋଲିସ ଏକ ବଡ଼ ଖୁଲାସା କରିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଏକ ରିଲରେ ଦେଖିଥିଲେ ଯେ ଶରୀରର ପ୍ରାଇଭେଟ ପାର୍ଟ ବିକ୍ରି କଲେ ୧.୨୦ କୋଟି ଟଙ୍କା ମିଳିଥାଏ। ଏହି ରିଲରୁ ପ୍ରଭାବିତ ହୋଇ ଅଭିଯୁକ୍ତମାନେ ରେହାନଙ୍କ ହତ୍ୟା କରିଥିଲେ।

ସୂଚନା ଅନୁଯାୟୀ, ରେହାନ ଅଞ୍ଚଳରେ ପେନ ଏବଂ ଚାବିରିଙ୍ଗ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଅଭିଯୁକ୍ତମାନେ କିଶୋରଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରରୁ ଗୁପ୍ତାଙ୍ଗ ବାହାର କରି ବିକ୍ରି କରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଡିଲ ସଫଳ ହୋଇପାରିନଥିଲା। ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ୧୮ ବର୍ଷୀୟ ଆମିର କୁରେଶୀ ଏବଂ ୨୦ ବର୍ଷୀୟ ଜୋହେବ ଖାନଙ୍କୁ ଗିରଫ କରିଛି।

ରେହାନଙ୍କୁ ଅଗଷ୍ଟ ୬ ତାରିଖରେ ହତ୍ୟା କରାଯାଇଥିଲା ଏବଂ ଚାରି ଦିନ ପରେ, ଅଗଷ୍ଟ ୧୦ ତାରିଖରେ ପ୍ରେମ ମନ୍ଦିର ନିକଟସ୍ଥ ଧୋବି ଘାଟରୁ ତାଙ୍କ ମୃତଦେହ ମିଳିଥିଲା। ରିପୋର୍ଟ ଅନୁଯାୟୀ, ପୋଷ୍ଟମର୍ଟମରେ ପେଟ ଓ ଗୋଡ଼ରେ ଗୁରୁତର ଆଘାତ ଯୋଗୁ ହତ୍ୟା ହୋଇଥିବା ନିଶ୍ଚିତ ହୋଇଥିଲା। ରେହାନଙ୍କ ଗୁପ୍ତାଙ୍ଗ ନଥିବା ଜଣାପଡ଼ିଥିଲା। ମୃତଦେହର ପରିଚୟ ମଧ୍ୟ ହୋଇପାରୁନଥିଲା। ପରେ ତାଙ୍କ ମା’ ହାତରେ ଥିବା ‘ଏସ୍କେ-ଶଙ୍କର’ ଟାଟୁ ଦେଖି ନିଜ ପୁଅଙ୍କୁ ଚିହ୍ନଟ କରିଥିଲେ।

ଅଭିଯୁକ୍ତମାନେ ରେହାନଙ୍କୁ ହତ୍ୟା କରିବା ପରେ ଗୁପ୍ତାଙ୍ଗଗୁଡ଼ିକୁ ଅଲଗା କରି ଏକ ପ୍ଲାଷ୍ଟିକ ବ୍ୟାଗରେ ରଖିଥିଲେ। ଜୋହେବ ସେଗୁଡ଼ିକୁ ବିକ୍ରି କରିବାରେ ସଫଳ ହୋଇପାରିନଥିଲା। ପରେ ସେଗୁଡ଼ିକ ଅଭିଯୁକ୍ତମାନଙ୍କୁ ଫେରାଇ ଦିଆଯାଇଥିଲା ଏବଂ କିଛି ଦିନ ପରେ ସେଗୁଡ଼ିକୁ ତାଳାବରେ ଫିଙ୍ଗି ଦିଆଯାଇଥିଲା।

ନିଜକୁ ମେଡିକାଲ ଛାତ୍ର ବୋଲି ପରିଚୟ ଦେଉଥିବା ଅଭିଯୁକ୍ତ ଜୋହେବଙ୍କୁ ପାକିସ୍ତାନ-ସାଉଦି ସମ୍ପର୍କିତ ଏକ ରିଲ ଦେଖାଇଥିଲେ। ଏଥିରେ ପ୍ରାଇଭେଟ ପାର୍ଟ ବିକ୍ରି କଲେ ବହୁତ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ଏହାପରେ ରେହାନଙ୍କୁ ୧୦୦ ଟଙ୍କାର ଲୋଭ ଦେଖାଇ ତାଙ୍କ ସହ ନେଇଯାଇଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ। ଏହି କଥିତ ଷଡ଼ଯନ୍ତ୍ରରେ ଆଉ କେଉଁମାନେ ସାମିଲ ଥିଲେ, ସେନେଇ ପୋଲିସ ବର୍ତ୍ତମାନ ତଦନ୍ତ ଜାରି ରଖିଛି।

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ…

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

କୋର୍ଟଙ୍କ ଜାମିନବିହୀନ ୱାରେଣ୍ଟ ପରେ ଆକ୍ସନ: ଅଭିଯୁକ୍ତ ବଳିଆଙ୍କୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ଥାନା ପୋଲିସ।…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ହଇଚଇ…CVC ରିପୋର୍ଟରେ ବଡ଼ ଖୁଲାସା, ଦୁର୍ନୀତି ଅଭିଯୋଗରେ ଏହି ବିଭାଗ ଆଗରେ

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫…

ଘରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଘଟଣାସ୍ଥଳରୁ ସ୍ବାମୀ ଫେରାର

ନୂଆଗାଁ,୨ା୯ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ଥାନା ନୂଆଗାଁ ସଦର ପଂଚାୟତ କାଚପଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri