ପ୍ରହସନ ପାଲଟିଛି ପ୍ଲାଷ୍ଟିକମୁକ୍ତ ଅଭିଯାନ

ରତ୍ନଗିରି,୧୩।୩(ଡିଏନଏ): ପରିବେଶକୁ ପଲିଥିନ ଓ ପ୍ଲାଷ୍ଟିକ୍‌ ମୁକ୍ତ କରାଯିବା ପାଇଁ ସରକାରୀସ୍ତରରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାତ୍ର ବରୀ ଅଞ୍ଚଳରେ ତାହା କାର୍ଯ୍ୟକାରୀ ହେଉ ନ ଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଏହି ଅଞ୍ଚଳର ବାଲିଆ, ରତ୍ନଗିରି, କାଇପଡ଼ା, ବରୀ ପ୍ରଭୃତି ଅଞ୍ଚଳରେ କୁଢକୁଢ ପ୍ଲାଷ୍ଟିକ୍‌, ପାଣି ବୋତଲ, ପଲିଥିନ ପଡ଼ିରହିଛି। ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ପ୍ରଥମେ ଆଇନ କଡ଼ାକଡ଼ି କରାଯାଇଥିଲା। ଫଳରେ ବ୍ୟବସାୟୀମାନେ ଭୟରେ ପଲିଥିନ ବ୍ୟବହାର କରୁ ନ ଥିଲେ। ଏହାପରେ ଧୀରେଧୀରେ ଲୁଚାଛପାରେ ପଲିଥିନ ବ୍ୟବହାର ଚାଲିଥିଲା। ପଲିଥିନ ବ୍ୟବହାରକାରୀ ଓ ବିକ୍ରେତାଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେମାନେ ଖୁଲମଖୁଲା ପଲିଥିନ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ପଲିଥିନ ବ୍ୟବହାର ବ୍ୟବହାର ଉପରେ ୨୦୦୪ରେ ଅଙ୍କୁଶ ଲଗାଇଥିଲେ। ସରକାରୀ ନିୟମ ମୁତାବକ କୌଣସି ବ୍ୟବସାୟୀ ୨୦ ମାଇକ୍ରେନରୁ କମ୍‌ ମୋଟେଇର ପଲିଥିନ ବ୍ୟବହାର କରିପାରିବେ ନାହିଁ ବୋଲି ନିୟମରେ ଉଲ୍ଲେଖ ରହିଛି। ପ୍ରଥମେ ଏହି ନିୟମ ସହରାଞ୍ଚଳରୁ ଲାଗୁ କରାଯାଇ ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳରେ ମଧ୍ୟ କଡାକଡି ଭାବେ ପାଳନ କରିବାକୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ସରକାରଙ୍କ ତରଫରୁ ୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଏହି ନିୟମ କଡାକଡିଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ତାହାର କୌଣସି ପ୍ରଭାବ ବରୀ ଅଞ୍ଚଳରେ ଦେଖିବାକୁ ମିଳିନାହିଁ। ପ୍ରଶାସନ ଦ୍ୱାରା ପଲିଥିନର ଉପତ୍ାଦନ, ଯୋଗାଣ, ମହଜୁଦୀକରଣ ଓ ବ୍ୟବହାର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ବ୍ୟବସାୟୀମାନେ ଖୁଲମଖୁଲାଭାବେ ପଲିଥିନ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ପାନ ଦୋକାନୀଠାରୁ ଆରମ୍ଭ କରି ପରିବା ଦୋକାନୀ, ତେଜରାତି ଦୋକାନୀ, ମାଛ ଓ କପଡ଼ା ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ପଲିଥିନ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ରାସ୍ତାକଡ଼, ଜନବସତି, ଚିକିସତ୍ାଳୟ ଓ ନଦୀପଠା ଆଦି ସ୍ଥାନରେ ବିକ୍ଷିପ୍ତଭାବେ ପଲିଥିନ ଓ ପ୍ଲାଷ୍ଟିକ ପଡ଼ିଥିବା ଦେଖିବାକୁ ମିଳୁଛି। ପ୍ଲାଷ୍ଟିକ୍‌ ବ୍ୟବହାରକାରୀଙ୍କ ପ୍ରତି ଆଇନରେ କଠୋର ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଥିଲେ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏହି ଆଇନ୍‌ର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନ ତରଫରୁ ସ୍କ୍ବାର୍ଡ ଗଠନ କରି ଚଢାଉ କରାଯିବାର ଆବଶ୍ୟକତା ଥିଲାବେଳେ ଅଦ୍ୟାବିଧି ଜିଲା ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଦୃଷ୍ଟାନ୍ତମୂଳକଭାବେ ନିଆଯାଉ ନାହିଁ। ଫଳରେ ପଲିଥିନ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଶାସନର ଆନ୍ତରିକତା ନ ଥିବା କୁହାଯାଉଛି। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବହାର କରାଯାଉଥିବା ପଲିଥିନଗୁଡିକ ଦୂରାରୋଗ୍ୟ କ୍ୟାନସର ସୃଷ୍ଟିର ମୁଖ୍ୟ କାରଣ ହୋଇଥିବାବେଳେ ଏଗୁଡିକ ଡ୍ରେନ କିମ୍ବା ରାସ୍ତାରେ ପଡ଼ିରହୁଥିବାରୁ ନର୍ଦ୍ଦମା ପାଣି ନିଷ୍କାସନରେ ବାଧା ସୃଷ୍ଟି କରୁଛି। ଏହା ସହିତ ବୁଲା ଗୋରୁ ଓ କୁକୁର ଏହି ପଲିଥିନ ଓ ପ୍ଲାଷ୍ଟିକ ଖାଇବା ଯୋଗୁ ମୃତ୍ୟୁମୁଖରେ ପଡ଼ୁଥିବା ନଜିର ରହିଛି। ଏହା ଉପରେ ଗୁରୁତ୍ୱ ଦେଇ ଯାଜପୁର ଜିଲା ପ୍ରଶାସନ ବେଆଇନଭାବେ ମହଜୁଦକାରୀ, ରପ୍ତାନୀକାରୀ ଓ ବ୍ୟବହାର କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ପଚାରିବାରୁ, ଖୁବ୍‌ଶୀଘ୍ର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri