ପ୍ରସିଦ୍ଧ ଚନ୍ଦନେଶ୍ୱର ପୀଠ ଉତ୍ସବମୁଖର

ଭୋଗରାଇ,୧୫।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ଭୋଗରାଇ ସ୍ଥିତ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଚନ୍ଦନେଶ୍ୱର ଶୈବପୀଠ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଶ୍ରାବଣ ପୂର୍ଣ୍ଣିମା ପାଳିତ ହେଉଥିଲେ ମଧ୍ୟ ବୁଧବାର ତିଥି ପଡିବାରୁ ରାତି ୮ଟାରୁ ଚନ୍ଦନେଶ୍ୱରଙ୍କ ଜଳାଭିଷେକ ଆରମ୍ଭ ହୋଇଛି। ଏଥିଲାଗି ମନ୍ଦିର ପରିସର ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶରେ ଲୋକାରଣ୍ୟ ହୋଇପଡିଛି। ଅପରାହ୍ନ ସୁଦ୍ଧା ପୀଠରେ ପହଞ୍ଚିଥିବା ଲକ୍ଷାଧିକ କାଉଡିଆ ଭକ୍ତ ଧାଡିରେ ମୁଖ୍ୟ ଫାଟକ ଦେଇ ମନ୍ଦିର ପରିସରକୁ ଯାଇ ଜଳଲାଗି କରୁଛନ୍ତି। ବାଲେଶ୍ୱର ଜିଲାର ଜଳେଶ୍ୱର ଓ ଭୋଗରାଇ ନିକଟସ୍ଥ ସୁବର୍ଣ୍ଣରେଖା ଘାଟରୁ ମନ୍ଦିର ଯାଏ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଛି। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ ଆଦି ରାଜ୍ୟରୁ ଆସିଥିବା ଭକ୍ତଙ୍କ ସୁଅ ଛୁଟିଥିଲା। ଏଥର ଚନ୍ଦନେଶ୍ୱର ପୀଠରେ ଅନ୍ୟବର୍ଷ ତୁଳନାରେ ଅଧିକ ଭକ୍ତଙ୍କ ଭିଡ ଜମୁଥିବାରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସବୁଠି କଡାକଡି କରାଯାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୧୫ରୁ ଅଧିକ ସ୍ଥାନରେ ମଧ୍ୟ ଭକ୍ତଙ୍କ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ବୁଧବାର ରାତି ୮ରେ ଜଳାଭିଷେକ ଲାଗି ମୁଖ୍ୟ ଫାଟକ ଖୋଲିବା ପରେ ଲକ୍ଷାଧିକ କାଉଡ଼ିଆ ଧାଡିରେ ଯାଇ ଜଳାଭିଷେକ ଆରମ୍ଭ କରିଥିଲେ। ଶୃଙ୍ଖଳିତ ଭାବେ ଭକ୍ତଙ୍କୁ ମନ୍ଦିରକୁ ଛାଡିବା ସକାଶେ ସ୍ଥାନୀୟ ବିଜୁ ପଟ୍ଟନାୟକ ଗୋଲେଇଠାରୁ ମନ୍ଦିର ଯାଏ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା। ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ଲାଗି ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ଯୋଗେ ଭକ୍ତିସଙ୍ଗୀତ ପରିବେଷଣ ସାଙ୍ଗକୁ ଭକ୍ତଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥିଲା।
ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଚନ୍ଦନେଶ୍ୱର ମନ୍ଦିର ପରିସର ସମେତ ଏହା ଆଖପାଖର ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ଧାଡିରେ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରି ଜଳଲାଗି କରିବା ପରେ ପ୍ରସ୍ଥାନ ଦ୍ୱାର ଦେଇ ବାହାରକୁ ଆସିଥିଲେ। ଏଥିସହ ମନ୍ଦିର ସଂଲଗ୍ନ ଜଳେଶ୍ୱର-ଚନ୍ଦନେଶ୍ୱର, ଥାନାଛକ-ପନ୍ତେଇଘାଟ, ଚନ୍ଦନେଶ୍ୱର-ବର୍ଡ଼ର ପ୍ରଭୃତି ମୁଖ୍ୟ ସ୍ଥାନରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ୧୫ଜଣ ଅଫିସର, ୨୦ କନଷ୍ଟେବଳ, ୫୦ ହୋମଗାର୍ଡ଼, ଜଳେଶ୍ୱର, ଭୋଗରାଇ, ତାଳସାରୀ ମେରାଇନ୍‌ ଥାନା, ଚନ୍ଦନେଶ୍ୱର ଓ ଭୋଗରାଇ ଫାଣ୍ଡିର ସମସ୍ତ କର୍ମଚାରୀ ମୁତୟନ ରହିଥିବା ଜଳେଶ୍ୱର ଏସ୍‌ଡ଼ିପିଓ ସୁଦର୍ଶନ ଦାସ ସୂଚନା ଦେଇଛନ୍ତି। ସନ୍ଧ୍ୟାରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ବି. ଯୁଗଳକିଶୋର ଏବଂ ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଅନନ୍ତ ଦାସ ପ୍ରମୁଖ ଚନ୍ଦନେଶ୍ୱର ଆସି ସ୍ଥିତି ନିରୀକ୍ଷଣ କରିଛନ୍ତି।
ମନ୍ଦିରକୁ ପ୍ରବେଶ ପାଇଁ ପ୍ରତ୍ୟେକ କାଉଡ଼ିଆଙ୍କ ନିମନ୍ତେ ୧୦ଟଙ୍କାର ଟିକେଟ କାଟିବାର ବ୍ୟବସ୍ଥା ହୋଇଥିବା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଅତ୍ୟଧିକ ଭିଡ ହେବାରୁ ଅନେକ ବୋଲବମ୍‌ ଭକ୍ତ ବିନା ଟିକେଟରେ ମନ୍ଦିର ପ୍ରବେଶ କରୁଥିବା ଦେଖାଯାଇଥିଲା। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟରୁ ଆସିଥିବା ଭକ୍ତମାନେ ବିଭିନ୍ନ ନଦୀରୁ ପାଣି ଆଣି ଖାଲିପାଦରେ ଚନ୍ଦନେଶ୍ୱର ମନ୍ଦିରକୁ ଚାଲିଚାଲି ଆସିଥିଲେ। ସୁବର୍ଣ୍ଣରେଖା ପନ୍ତେଇଘାଟ, ଭୋଗରାଇ ଲକ୍‌ ଘାଟ, ରାଜଘାଟ, ଚିତ୍ରରେଖା ନଦୀ ଓ କୁଦୀ ଗଙ୍ଗାରୁ ବହୁ ଶ୍ରଦ୍ଧାଳୁ ପାଣି ଆଣି ମନ୍ଦିରକୁ ଆସି ମହାଦେବଙ୍କୁ ଜଳାଭିଷେକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଭାରୋତ୍ତୋଳନ ଚାମ୍ପିୟନଶିପ

ବ୍ରହ୍ମପୁର ଅଫିସ,୩୦ା୧୨-ଗଞ୍ଜାମ ଜିଲା ଭାରୋତ୍ତଳନ ସଂଘ ପକ୍ଷରୁ ୬୭ତମ ବରିଷ୍ଠ ପୁରୁଷ ଓ ୩୫ତମ ବରିଷ୍ଠ ମହିଳା ଓଡିଶା ଭାରୋତ୍ତୋଳନ ଚାମ୍ପିୟନଶିପ ରବିବାର ଅନୁଷ୍ଠିତ ହୋଇଯାଇଛି...

୧୪, ୬୦୦ ମାସ୍କ ବାଣ୍ଟିଲେଣି ଅର୍ଜୁନ

ଆଠମଲ୍ଲିକ, ୨୨ା୪(ଡି.ଏନ.ଏ.) – ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଲୋକଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବାକୁ ବ୍ୟାପକ ସଚେତନତା ଅଭିଯାନ ଚଳାଇଛନ୍ତି ଆଠମଲ୍ଲିକ ବ୍ଲକ ଓଳଥ ଗ୍ରାମର ସାମାଜିକ...

୫-ଟି ସଚିବ ପାଣ୍ଡିଆନଙ୍କ କେନ୍ଦ୍ରାପଡ଼ା ଜିଲା ଗସ୍ତ: ମାର୍ଚ୍ଚ ୨୦ ସୁଦ୍ଧା ଶାମଗୁଡ଼ିଆ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ

କେନ୍ଦ୍ରାପଡା ଅଫିସ, ୧୫ା୧୦: ୨୦୨୦ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସହର ନିକଟ ଶାମଗୁଡିଆଠାରେ ନିର୍ମାଣାଧୀନ ଶିଶୁ ଓ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ରର ତଳ ମହଲା ନିର୍ମାଣ...

ଏନ୍‌ଜେନ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ: ଉପଭୋକ୍ତାଙ୍କ ଉପରେ ବଢ଼ୁଛି ବିଦ୍ୟୁତ୍‌ ବୋଝ

ତାଳଚେର, ୨୬ା୬ – କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଓ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିକୁ ନେଇ ତାଳଚେର ବିଦ୍ୟୁତ୍‌ ସେବାରେ ସୃଷ୍ଟି ହୋଇଛି...

ସରୁନି ୱାଲ୍‌ ପେଣ୍ଟିଂ: ପଡ଼ି ରହିଛି ଲକ୍ଷାଧିକ ଟଙ୍କା

ବାଲେଶ୍ୱର ଅଫିସ,୩।୪-କରୋନା ସମୟରେ ସରକାର ସହରାଞ୍ଚଳରେ ବସବାସ କରୁଥିବା ଚିତ୍ରଶିଳ୍ପୀ, କାରିଗର ଓ ମହିଳାଗୋଷ୍ଠୀମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରିଥିଲେ।...

ଜାଲ୍‌ ଜାତି ପ୍ରମାଣପତ୍ରରେ ନାମାଙ୍କନ

ବାଲିକୁଦା(ସ୍ବ.ପ୍ର.)/ଭୁବନେଶ୍ୱର(ବ୍ୟୁରୋ),୨୫ା୧: ଜଗତ୍‌ସିଂହପୁର ଜିଲା ବାଲିକୁଦା ୨ନଂ. ଜୋନ୍‌ରେ ଜିଲା ପରିଷଦ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଜାଲ୍‌ ଜାତିଗତ ପ୍ରମାଣପତ୍ର ଦିଆଯାଇଛି। ଏଭଳି...

ବଲାତ୍କାରୀ ଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୧ା୫-ଜଣେ ନାବାଳିକାଙ୍କୁ ବଳାତ୍କାର  ମାମଲାର ବିଚାର କରି ଡେଜିଗନେଟେଡ୍‌ ପୋକ୍‌ସୋ ଜଜ୍‌ ଦୀପକ କୁମାର ଅଭିଯୁକ୍ତ କାଳିଆ ଦାସଙ୍କୁ ଶୁକ୍ରବାର ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି...

ଧଣ୍ଡାମୁଣ୍ଡା ପଞ୍ଚାୟତ ସଟ୍‌ଡାଉନ, ଦୋକାନ ବଜାର ବନ୍ଦ

ଖପ୍ରାଖୋଲ, ୧୩ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ରାଜ୍ୟ ବାହାରୁ ଅନେକ ପ୍ରବାସୀ ଶ୍ରମିକ ଫେରିଛନ୍ତି। ସଂକ୍ରମଣ ଭୟରେ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତର...

Advertisement
Archives

Model This Week