ପ୍ରସିଦ୍ଧ ଚନ୍ଦନେଶ୍ୱର ପୀଠ ଉତ୍ସବମୁଖର

ଭୋଗରାଇ,୧୫।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ଭୋଗରାଇ ସ୍ଥିତ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଚନ୍ଦନେଶ୍ୱର ଶୈବପୀଠ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଶ୍ରାବଣ ପୂର୍ଣ୍ଣିମା ପାଳିତ ହେଉଥିଲେ ମଧ୍ୟ ବୁଧବାର ତିଥି ପଡିବାରୁ ରାତି ୮ଟାରୁ ଚନ୍ଦନେଶ୍ୱରଙ୍କ ଜଳାଭିଷେକ ଆରମ୍ଭ ହୋଇଛି। ଏଥିଲାଗି ମନ୍ଦିର ପରିସର ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶରେ ଲୋକାରଣ୍ୟ ହୋଇପଡିଛି। ଅପରାହ୍ନ ସୁଦ୍ଧା ପୀଠରେ ପହଞ୍ଚିଥିବା ଲକ୍ଷାଧିକ କାଉଡିଆ ଭକ୍ତ ଧାଡିରେ ମୁଖ୍ୟ ଫାଟକ ଦେଇ ମନ୍ଦିର ପରିସରକୁ ଯାଇ ଜଳଲାଗି କରୁଛନ୍ତି। ବାଲେଶ୍ୱର ଜିଲାର ଜଳେଶ୍ୱର ଓ ଭୋଗରାଇ ନିକଟସ୍ଥ ସୁବର୍ଣ୍ଣରେଖା ଘାଟରୁ ମନ୍ଦିର ଯାଏ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଛି। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ ଆଦି ରାଜ୍ୟରୁ ଆସିଥିବା ଭକ୍ତଙ୍କ ସୁଅ ଛୁଟିଥିଲା। ଏଥର ଚନ୍ଦନେଶ୍ୱର ପୀଠରେ ଅନ୍ୟବର୍ଷ ତୁଳନାରେ ଅଧିକ ଭକ୍ତଙ୍କ ଭିଡ ଜମୁଥିବାରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସବୁଠି କଡାକଡି କରାଯାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୧୫ରୁ ଅଧିକ ସ୍ଥାନରେ ମଧ୍ୟ ଭକ୍ତଙ୍କ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ବୁଧବାର ରାତି ୮ରେ ଜଳାଭିଷେକ ଲାଗି ମୁଖ୍ୟ ଫାଟକ ଖୋଲିବା ପରେ ଲକ୍ଷାଧିକ କାଉଡ଼ିଆ ଧାଡିରେ ଯାଇ ଜଳାଭିଷେକ ଆରମ୍ଭ କରିଥିଲେ। ଶୃଙ୍ଖଳିତ ଭାବେ ଭକ୍ତଙ୍କୁ ମନ୍ଦିରକୁ ଛାଡିବା ସକାଶେ ସ୍ଥାନୀୟ ବିଜୁ ପଟ୍ଟନାୟକ ଗୋଲେଇଠାରୁ ମନ୍ଦିର ଯାଏ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା। ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ଲାଗି ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ଯୋଗେ ଭକ୍ତିସଙ୍ଗୀତ ପରିବେଷଣ ସାଙ୍ଗକୁ ଭକ୍ତଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥିଲା।
ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଚନ୍ଦନେଶ୍ୱର ମନ୍ଦିର ପରିସର ସମେତ ଏହା ଆଖପାଖର ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ଧାଡିରେ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରି ଜଳଲାଗି କରିବା ପରେ ପ୍ରସ୍ଥାନ ଦ୍ୱାର ଦେଇ ବାହାରକୁ ଆସିଥିଲେ। ଏଥିସହ ମନ୍ଦିର ସଂଲଗ୍ନ ଜଳେଶ୍ୱର-ଚନ୍ଦନେଶ୍ୱର, ଥାନାଛକ-ପନ୍ତେଇଘାଟ, ଚନ୍ଦନେଶ୍ୱର-ବର୍ଡ଼ର ପ୍ରଭୃତି ମୁଖ୍ୟ ସ୍ଥାନରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ୧୫ଜଣ ଅଫିସର, ୨୦ କନଷ୍ଟେବଳ, ୫୦ ହୋମଗାର୍ଡ଼, ଜଳେଶ୍ୱର, ଭୋଗରାଇ, ତାଳସାରୀ ମେରାଇନ୍‌ ଥାନା, ଚନ୍ଦନେଶ୍ୱର ଓ ଭୋଗରାଇ ଫାଣ୍ଡିର ସମସ୍ତ କର୍ମଚାରୀ ମୁତୟନ ରହିଥିବା ଜଳେଶ୍ୱର ଏସ୍‌ଡ଼ିପିଓ ସୁଦର୍ଶନ ଦାସ ସୂଚନା ଦେଇଛନ୍ତି। ସନ୍ଧ୍ୟାରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ବି. ଯୁଗଳକିଶୋର ଏବଂ ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଅନନ୍ତ ଦାସ ପ୍ରମୁଖ ଚନ୍ଦନେଶ୍ୱର ଆସି ସ୍ଥିତି ନିରୀକ୍ଷଣ କରିଛନ୍ତି।
ମନ୍ଦିରକୁ ପ୍ରବେଶ ପାଇଁ ପ୍ରତ୍ୟେକ କାଉଡ଼ିଆଙ୍କ ନିମନ୍ତେ ୧୦ଟଙ୍କାର ଟିକେଟ କାଟିବାର ବ୍ୟବସ୍ଥା ହୋଇଥିବା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଅତ୍ୟଧିକ ଭିଡ ହେବାରୁ ଅନେକ ବୋଲବମ୍‌ ଭକ୍ତ ବିନା ଟିକେଟରେ ମନ୍ଦିର ପ୍ରବେଶ କରୁଥିବା ଦେଖାଯାଇଥିଲା। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟରୁ ଆସିଥିବା ଭକ୍ତମାନେ ବିଭିନ୍ନ ନଦୀରୁ ପାଣି ଆଣି ଖାଲିପାଦରେ ଚନ୍ଦନେଶ୍ୱର ମନ୍ଦିରକୁ ଚାଲିଚାଲି ଆସିଥିଲେ। ସୁବର୍ଣ୍ଣରେଖା ପନ୍ତେଇଘାଟ, ଭୋଗରାଇ ଲକ୍‌ ଘାଟ, ରାଜଘାଟ, ଚିତ୍ରରେଖା ନଦୀ ଓ କୁଦୀ ଗଙ୍ଗାରୁ ବହୁ ଶ୍ରଦ୍ଧାଳୁ ପାଣି ଆଣି ମନ୍ଦିରକୁ ଆସି ମହାଦେବଙ୍କୁ ଜଳାଭିଷେକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri