Posted inରାଜ୍ୟ

ପ୍ରଶ୍ନପତ୍ରରେ ରହିବ ସିକ୍ରେଟ୍‌ କୋଡ୍‌

ଭୁବନେଶ୍ୱର, ୨୨ା୫(ବ୍ୟୁରୋ): ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାକୁ କିପରି ରୋକାଯାଇପାରିବ ସେଥିପାଇଁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆସନ୍ତାବର୍ଷଠାରୁ ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ ବୋଲି ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ଭାଇରାଲକୁ ରୋକିବା ପାଇଁ କେବଳ ସିସିଟିଭି ନୁହେଁ ଆଉ ଏକ ପନ୍ଥା ଆପଣାଇଛି ବିଭାଗ। ଆସନ୍ତାବର୍ଷଠାରୁ ପ୍ରତି ପ୍ରଶ୍ନପତ୍ରରେ ଏକ ସିକ୍ରେଟ୍‌ କୋଡ୍‌ ରହିବ। ପ୍ରଶ୍ନପତ୍ର ଭାଇରାଲ ହେଲେ ତାହା କେଉଁ ପରୀକ୍ଷା କେନ୍ଦ୍ରରୁ ଏବଂ କାହାଦ୍ୱାରା ହୋଇଛି ତାହା ଅତି ସହଜରେ ଜଣାପଡ଼ିଯିବ ବୋଲି ମହାପାତ୍ର କହିଛନ୍ତି। ସେହିପରି ପ୍ରଶ୍ନପତ୍ର ଭାଇରାଲ ହେଉଥିବାରୁ ଓଟିଇଟି ଓ ଓଏସ୍‌ଏସ୍‌ଟିଇଟି ଏଥର ଅନ୍‌ଲାଇନ୍‌ରେ ହେବ। କୌଣସି ପ୍ରକାର ଲିଖିତ ପରୀକ୍ଷା ହେବ ନାହିଁ। କାରଣ ପ୍ରଶ୍ନପତ୍ର ଭାଇରାଲକୁ ଆମେ ଡରୁଛୁ। ସ୍କୁଲରେ ପ୍ରଶ୍ନପତ୍ର ରହିବା ପରେ କେତେଜଣ ଅସାଧୁ କର୍ମଚାରୀ, ଶିକ୍ଷୟିତ୍ରୀ, ଶିକ୍ଷକ ତାହାକୁ ଲିକ୍‌ କରୁଛନ୍ତି। ଏସବୁକୁ ପ୍ରତିହତ କରିବା ପାଇଁ ମାଟ୍ରିକ୍‌ ଓ ମଧ୍ୟମା ବ୍ୟତୀତ ସବୁ ପରୀକ୍ଷା ଅନ୍‌ଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସଚିବ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ଅବହେଳା: ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ପ୍ରସ୍ତାବ ଖାରଜ କଲେ ସରକାର

ଖୋର୍ଦ୍ଧା,୨୧ା୫: ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା। ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ଜାତୀୟ ରାଜପଥ ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର। ରାସ୍ତାକୁ ୨ରୁ ୪-ଲେନ୍‌…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ: ପଠାଇଲେ ଯୁଦ୍ଧଜାହଜ

ଓ୍ବାଶିଂଟନ୍‌,୨୧।୫: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବା ଆଡକୁ ଧ୍ୟାନ ଦେଇଛନ୍ତି। ଟ୍ରମ୍ପ କ୍ୟୁବା ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ…

ସ୍ୱାସ୍ଥ୍ୟକର୍ମଚାରୀ ଅଭାବକୁ ନେଇ ତାତିଲେ ଗ୍ରାମବାସୀ, ଦୋକାନ ବନ୍ଦ କରି ରାସ୍ତାରେ ବସିଲେ

ଗଜପତି,୨୧।୫(ଗିରିଧାରୀ ପରିଛା): ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମଚାରୀ ଅଭାବ ହେତୁ ଗୋଶାଣି ବ୍ଲକ ଗାରାବନ୍ଧ ଗ୍ରାମରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ଦୋକାନ ବନ୍ଦ କରିବା ସହିତ…

୧୫୦ବର୍ଷ ପୂର୍ବଠାରୁ ବଳିଯିବ ୨୦୨୬ର ମହାପ୍ରଳୟ! ଚମକାଇଲା ପାଣିପାଗ ରିପୋର୍ଟ

ଭୁବନେଶ୍ୱର,୨୧।୫: ଗୋଟିଏ କଥା ନିଶ୍ଚିତ; ଏବର୍ଷ ଅଧିକ ଗରମ ହେବ କାରଣ ‘ଏଲ ନିନୋ’ ନିଜର ଉପସ୍ଥିତି ଜାହିର କରିବ। ଆପଣ ଏହା ପୂର୍ୱରୁ ଶୁଣିଥିବେ, କିନ୍ତୁ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ବିଦେଶ ଗସ୍ତରୁ ଫେରି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୋଦି: ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ,…

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ଆମେରିକାକୁ ବଡ଼ ଝଟ୍‌କା: ଇରାନ ସହ ଯୁଦ୍ଧରେ ହରାଇଲା…

ଓ୍ବାଶିଂଟନ୍‌,୨୧।୫:ଇରାନ ବିରୋଧରେ ଫେବୃଆରୀ ୨୮ରେ ଆମେରିକା ଆରମ୍ଭ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଏପିକ୍‌ ଫ୍ୟୁରିରେ ଓ୍ବାଶିଂଟନ ଲଢ଼ୁଆ ଜେଟ୍‌ ଓ ଡ୍ରୋନ୍‌ ସମେତ ୪୨ଟି ବିମାନ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri