ପ୍ରଶାସନ ଫୋକସ୍‌ରେ ଜିଲା ଚିକିତ୍ସାଳୟ

ଢେଙ୍କାନାଳ ଅଫିସ, ୭।୬ – ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ଏବଂ ଅତ୍ୟାବଶ୍ୟକ ସେବା ବ୍ୟବସ୍ଥା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର ଏଠାରେ ଏମ୍‌ଆରଆଇ, ସିଟିସ୍କାନ୍‌ ଭଳି ଜରୁରୀ ସେବା ଉପଲବ୍ଧ ହେବ। ଏଥିଲାଗି ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯିବ। ଅନୁମତି ମିଳିବା ପରେ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବ। ଏଥିସହ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶନିବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ହଲ୍‌ରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ ବୈଠକରେ ନିଷ୍ପତ୍ତି ହୋଇଛି।
ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି ଯେ, ଜିଲା ଚିକିତ୍ସାଳୟ ପରିସରରେ ପାର୍କିଂ ଏରିଆ ନିର୍ମାଣ ପାଇଁ ୧୮ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରରୁ ୫୫ନଂ. ଜାତୀୟ ରାଜପଥକୁ ସଂଯୋଗ ଲାଗି ରାସ୍ତା ନିର୍ମାଣ ହେବ। ସେହିପରି ଭେଣ୍ଡିଂ ଜୋନ୍‌ ଓ ଶୌଚାଳୟ ସମ୍ମୁଖରେ ସ୍ଥାୟୀ ରାସ୍ତା ତିଆରି କରାଯିବ। ରୋଗୀଙ୍କ ଆଟେଣ୍ଡାଣ୍ଟ ପାଇଁ ବିଶ୍ରାମଗୃହ ନିର୍ମାଣ କରାଯିବ। ପାନୀୟଜଳ ସମସ୍ୟାର ସମାଧାନ ଲାଗି ଦୁଇଟି ବୋରଓ୍ବେଲ ଖୋଳାଯିବ। ଏଥିଲାଗି ଅଟକଳ ପ୍ରସ୍ତୁତ କରିବା ନିମନ୍ତେ ଜନସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ବାଦ୍‌ ଦେଲେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀଙ୍କ ପାଇଁ ରୋଷେଇ ଘର, ଲଣ୍ଡ୍ରି ବ୍ୟବସ୍ଥା କରାଯିବ ବୋଲି ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ବୈଠକରେ ଏଡିଏମ୍‌ଓ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଡା. ଅଭୟ ଦାସ, ଜାତୀୟ ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଜିଲା ଚିକିତ୍ସାଳୟରେ ଏମ୍‌ଆରଆଇ, ସିଟିସ୍କାନ ସୁବିଧା ନ ଥିବାରୁ ରୋଗୀମାନେ ସମସ୍ୟା ଭୋଗୁଛନ୍ତି। ଆବଶ୍ୟକସ୍ଥଳେ ସେମାନଙ୍କୁ ଅନୁଗୋଳ ଏବଂ କଟକ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡୁଛି। ଏ ନେଇ ଜିଲାପାଳ କୁହନ୍ତି, ସ୍ବାସ୍ଥ୍ୟକେନ୍ଦ୍ରର ଜରୁରୀ ଆବଶ୍ୟକତାକୁ ଦେଖି ସମସ୍ତ ବ୍ୟବସ୍ଥା କରାଯିବ। ଏଥିଲାଗି ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ଦୈତାରିଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର, ୧୮ା୪(ସ୍ବ.ପ୍ର.): ପଦ୍ମଶ୍ରୀ ପ୍ରାପ୍ତ ଦୈତାରୀ ନାଏକଙ୍କୁ ସଦର ବ୍ଲକ ଅନ୍ତର୍ଗତ ବନାଯୋଡ଼ିସ୍ଥିତ ଆନନ୍ଦାଶ୍ରମ ଓ ସାଇଆନନ୍ଦ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି। ଜୀବନରେ କର୍ମର...

ବର୍ଷା ପାଣିରେ ବୁଡ଼ିଛି ରାସ୍ତା

ଖଣ୍ଡପଡ଼ା,୧୭ା୧୦(ସ୍ବ.ପ୍ର.): ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହିବା ଯୋଗୁ ସ୍ଥାନୀୟ ଲୋକଙ୍କ...

ନସିଂ ଛାତ୍ରୀ ମୃତ୍ୟୁ ମାମଲା: କଲେଜ ଅଧ୍ୟକ୍ଷାଙ୍କ ନାମରେ ମାମଲା ରୁଜୁ, ଭୟରେ କ୍ୟାମ୍ପସ ଛାଡ଼ିଲେ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦।୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ନସିଂ ଛାତ୍ରୀ ଆଖିଲା ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ...

ନୀଳମାଧବ ଜୀଉଙ୍କ ନୃସିଂହ ବେଶ

ଖଣ୍ଡପଡ଼ା,୧୨ା୧୧(ସ୍ବ.ପ୍ର.): କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଶ୍ରୀନୀଳମାଧବ ଜୀଉଙ୍କ ସୋମବାର ନୃସିଂହ ବେଶ ଅନୁଷ୍ଠିତ ହୋଇଛି। ମନ୍ଦିର ଦ୍ୱାର ଫିଟାଯାଇ...

କରୋନା ସହ ଲଢ଼ିଲଢ଼ି ଶେଷରେ ଆଖିବୁଜିଲେ ଯୋଦ୍ଧା

ବୁଗୁଡ଼ା,୨୯।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଜଣେ କରୋନା ଯୋଦ୍ଧାଙ୍କ ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ବୁଗୁଡ଼ା ବ୍ଲ୍ଳକ ଅନ୍ତର୍ଗତ...

ଯୁବକଙ୍କୁ ଚାପୁଡ଼ା ମାରି ହଟହଟା ହେଲେ ଗଞ୍ଜାମ ତହସିଲଦାର

ଗଞ୍ଜାମ,୧୩ା୪(ଡି.ଏନ୍‌.ଏ.): ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ବିନା କାରଣରେ ମାଡ଼ ମାରି ଅଡୁଆରେ ପଡ଼ିଛନ୍ତି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ। ଏହି ଘଟଣାକୁ ନେଇ...

ଚାଷୀଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା

ସୋରଡ଼ା,୨୩ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ନିକଟ କୁଲାଙ୍ଗୀ- କାଳିଆଘୋଡ଼ା ମଧ୍ୟରେ ଗୁରୁବାର ଏକ ବସ୍‌ ଓଲଟି ପଡ଼ିବାରୁ ୪୭ ଜଣ ଚାଷୀ ଆହତ ହୋଇଛନ୍ତି। ସେମାନଙ୍କ...

ମାଓବାଦୀ-ଯବାନ ଗୁଳି ବିନିମୟ

ନୂଆପଡ଼ା ଅଫିସ,୨୬।୧୦: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଉଭୟଙ୍କ ମଧ୍ୟରେ ୨ ଥର ଗୁଳି...

Advertisement
Archives

Model This Week