Posted inଖେଳ

ପ୍ରଶଂସକ ଚାହାନ୍ତି ପାକିସ୍ତାନରେ ଖେଳୁ ଭାରତ

ଲାହୋର,୨୩ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୩ଠାରୁ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ଖେଳାଯାଇ ନାହିଁ। ଅନ୍ତିମ ଥର ୨୦୦୮ରେ ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ୍‌ ଖେଳାଯାଇଥିଲା। ଦୁଇ ଏସିୟ ଦଳ ଆଇସିସି ଇଭେଣ୍ଟ କିମ୍ବା ଏସିଆ କପ୍‌ରେ ପରସ୍ପର ସହ ଖେଳୁଛନ୍ତି। ଦୀର୍ଘ ବର୍ଷ ହେଲା ଭାରତୀୟ ଖେଳାଳିମାନେ ପାକିସ୍ତାନ ଗସ୍ତ କରି ନ ଥିଲେ ମଧ୍ୟ ସୀମା ସେପଟେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ଅନେକ ପ୍ରଶଂସକ ଅଛନ୍ତି। ଅତୀତରେ ପାକିସ୍ତାନ କ୍ରିକେଟ ଫ୍ୟାନମାନେ ଭାରତୀୟ ଖେଳାଳିଙ୍କ ପ୍ରତି ଭଲ ପାଇବା ଦେଖାଇ ଆସିଛନ୍ତି। ଲାହୋରସ୍ଥିତ ଗଦ୍ଦାଫି ଷ୍ଟାଡିୟମରେ ଇସଲାମାବାଦ ୟୁନାଇଟେଡ୍‌ ଓ ମୁଲତାନ ସୁଲତାନ ମଧ୍ୟରେ ଆଇଏସ୍‌ଏଲ ମ୍ୟାଚ୍‌ ଖେଳାଯାଇଥିଲା। ମ୍ୟାଚ୍‌ ଅବସରରେ ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରଶଂସକଙ୍କ ଏକ ଗ୍ରୁପ ବ୍ୟାନର ଦେଖାଇ ଭାରତୀୟ ଦଳକୁ ପାକିସ୍ତାନରେ ଖେଳିବାକୁ ଅନୁରୋଧ କରିଛନ୍ତି। ସୂଚନା ଥାଉ, ନିକଟରେ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର ଦୁଇ ଦେଶ ଅତିକମ୍‌ରେ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବା ଦରକାରା ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ବୋଲିଂ କରିବ ରାଜସ୍ଥାନ

ମୁମ୍ବାଇ,୧୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୨୪ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ...

ହାଇଦ୍ରାବାଦ୍‌କୁ ଝଟ୍‌କା, ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି

ଦୁବାଇ, ୨୩।୯: ଆଇପିଏଲ୍‌-୧୩ତମ ସଂସ୍କରଣ ଆରମ୍ଭରୁ ସନ୍‌ରାଉଜର୍ସ ହାଇଦ୍ରାବାଦ୍‌ ଟିମ୍‌କୁ ଝଟ୍‌କା ଲାଗିଛି। ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ ହାରିଥିବା ହାଇଦ୍ରାବାଦର ଅଭିଜ୍ଞ ଅଲ୍‌ରାଉଣ୍ଡ...

ଆଜି ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ; ଜାଣନ୍ତୁ କେବେ, କେଉଁଠି ଆଉ କେମିତି ଦେଖିବେ ସିଧା ପ୍ରସାରଣ

ଦୁବାଇ,୧୮।୧୦: ଭାରତ-ଇଂଲଣ୍ଡ ମଧ୍ୟରେ ସୋମବାର ଟି-୨୦ ବିଶ୍ୱକପ୍‌ର ଅଭ୍ୟାସ ମ୍ୟାଚ୍‌ ଅନୁଷ୍ଠିତ ହେବ। ଉଭୟ ଟିମ୍‌ ସୁପର-୧୨ରେ ଅଛନ୍ତି। ଚଳିତ ସପ୍ତାହରୁ ଦଳଗୁଡ଼ିକ ନିଜ ନିଜର...

କପିଳଙ୍କ ନେତୃତ୍ୱରେ ଗଠିତ ସିଏସି ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନାହିଁ

ନୂଆଦିଲ୍ଲୀ, ୩୦।୯ (ପି.ଟି.)- ପୂର୍ବତନ ଅଧିନାୟକ କପିଳ ଦେବଙ୍କ ନେତୃତ୍ୱାଧୀନ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ବିରୋଧରେ କୌଣସି ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନାହିଁ ବୋଲି...

ନଳୀନିକାନ୍ତ ସ୍ମାରକୀ ରାଜ୍ୟ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ: ଶ୍ରୁତି, ସ୍ବାଧୀନ ଚାମ୍ପିୟନ

ଭୁବନେଶ୍ୱର, ୨।୧୨(କ୍ରୀଡ଼ା ପ୍ରତିନିଧି)- ଆମେଚର ବ୍ୟାଡ୍‌ମିଣ୍ଟନ କ୍ଲବ ଆନୁକୂଲ୍ୟରେ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ୬ଷ୍ଠ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ...

ହବିବୁଲ ବସାରଙ୍କୁ କରୋନା

ଢାକା:ବାଂଲାଦେଶର ପୂର୍ବତନ ଅଧିନାୟକ ହବିବୁଲ୍‌ ବସାର କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍‌ ଟେଷ୍ଟରେ ତାଭ୍କର ପଜିଟିଭ ଆସିଛି। ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ବସାର ବର୍ତ୍ତମାନ...

ସେମିରେ ହାରିବା ପରେ ବ୍ରୋଞ୍ଜ ପାଇଁ ଲଢିବେ ସିନ୍ଧୁ

ଟୋକିଓ,୩୧।୭: ଟୋକିଓ ଅଲିମ୍ପିକ୍ସରେ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଭାରତ ପାଇଁ ଆସିଛି ନିରାଶ ଖବର। ଶନିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଛନ୍ତି...

ଦଳରୁ ବାଦ୍‌ ପଡ଼ିବାର କାରଣ ମୋତେ ଜଣା ନାହିଁ

ନୂଆଦିଲ୍ଲୀ,୩୧।୧୨: ଭାରତୀୟ କିମ୍ବଦନ୍ତୀ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ ଜାତୀୟ ଦଳରୁ ବାଦ୍‌ ଦିଆଯିବା ନେଇ ଟିମ୍‌ ମ୍ୟାନେଜମେଣ୍ଟ କୌଣସି ଉତ୍ତର ଦେଇ ନ ଥିଲା।...

Advertisement
Archives

Model This Week