ପ୍ରମାଣପତ୍ର ପାଇଁ ଟଙ୍କା

ପରଜଙ୍ଗ, ୧୨।୩(ଡି.ଏନ.ଏ.) ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା, ଦୁର୍ନୀତି ରୋକିବା, ସାଧାରଣ ଜନତାଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘୫-ଟି’ ବ୍ୟବସ୍ଥା। ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନ ଦେବାକୁ ବଡ ବଡ଼ ହୋର୍ଡିଂ ମାଧ୍ୟମରେ ସଚେତନ କରାଯାଉଛି। ଏହାସତ୍ତ୍ୱେ ଲାଞ୍ଚଖୋର ବାବୁଙ୍କ ମାନସିକତାରେ ପରିବର୍ତ୍ତନ ଆସୁନାହିଁ। ଆଇନକୁ ଡରୁନାହାନ୍ତି ଅଧିକାରୀ। ଟଙ୍କା ନ ଦେଲେ କାମ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଉଛନ୍ତି। ଢେଙ୍କାନାଳ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏପରି ଏକ ଭିଡିଓ ସୋସିଆଲ ସାଇଟ୍‌ରେ ଘୂରିବୁଲୁଛି, ଯାହା ଲାଞ୍ଚ କାରବାରର ଗୁମର ପଦାକୁ ଆଣିଛି।
ଅଭିଯୋଗ ଅନୁଯାୟୀ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବଶ୍ୟକ ଡାକ୍ତରୀ ପ୍ରମାଣପତ୍ର ଲାଗି ବୁଧବାର କେତେଜଣ ଯୁବକ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଉକ୍ତ ସମୟରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସ୍ଥିତପ୍ରଜ୍ଞ ମହାନ୍ତିଙ୍କୁ ଭେଟି ପ୍ରମାଣପତ୍ରରେ ଦସ୍ତଖତ କରିବାକୁ କହିଥିଲେ। ହେଲେ ଏଥିପାଇଁ ଡା. ମହାନ୍ତି ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ସାର୍ଟିଫିକେଟରେ ଦସ୍ତଖତ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଥିଲେ। ଏହାପରେ ସମ୍ପୃକ୍ତ ଯୁବକମାନଙ୍କଠାରୁ ସେ ସାର୍ଟିଫିକେଟ୍‌ ପିଛା ୧୦୦ରୁ ୨୦୦ ଟଙ୍କା ଯାଏ ଅଫିସରେ ବସି ଆଦାୟ କରିଥିଲେ। ଏଥିରୁ ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ସନ୍ତୋଷ କୁମାର ସାହୁ ମଧ୍ୟ ବାଦ୍‌ ପଡ଼ି ନ ଥିଲେ। ହେଲେ ଏହି ଘଟଣାର ଭିଡିଓକୁ କେହି ଜଣେ କୌଶଳକ୍ରମେ ଉତ୍ତୋଳନ କରିଦେଇଥିଲେ। ଭାଜପା ନେତା ଜଣକ ଘଟଣା ସମ୍ପର୍କରେ ମୋ ସରକାର ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିବା ସହ ସିଡିଏମ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏ ନେଇ ଡାକ୍ତର ମହାନ୍ତିଙ୍କୁ ପଚାରିବାରେ ସେ ବିତଣ୍ଡା ଯୁକ୍ତି କରିଥିଲେ। ସେ କହିଥିଲେ, କାହାକୁ ମାଗଣାରେ ପ୍ରମାଣପତ୍ର ଦିଆଯିବ ଆଉ କାହାଠାରୁ ଟଙ୍କା ନେଇ ପ୍ରମାଣପତ୍ର ଦେବୁ ସେଇଟା ତାଙ୍କ ଇଚ୍ଛା ଉପରେ ନିର୍ଭର କରେ। ଟଙ୍କା ନ ଦେଲେ ଲୋକଙ୍କୁ ବିଭିନ୍ନ ଉପାୟରେ ଅଧିକ ଖର୍ଚ୍ଚରେ ପକାଇବେ। ଯେମିତି କି, ଫିଟିନେସ ପ୍ରମାଣପତ୍ର ଦେବା ପାଇଁ ସେମାନଙ୍କୁ ପ୍ରଥମେ ଆଖି ପରୀକ୍ଷା କରିବାକୁ କହିବେ। ଏଥିରେ ଅଧିକ ଖର୍ଚ୍ଚ ହେବ। ଏତେ ଝମେଲାକୁ ନ ଯାଇ କିଛି ଟଙ୍କା ଦେଲେ ସୁବିଧାରେ ପ୍ରମାଣପତ୍ର ଦେଇଦିଆଯାଉଛି। ଟଙ୍କା ନେବା ତାଙ୍କର ପ୍ରାପ୍ୟ ବୋଲି ସେ ଅଜବ ଯୁକ୍ତି ବାଢ଼ିଛନ୍ତି।
ଏ ନେଇ ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର କୁହନ୍ତି, ଏହା ସମ୍ପୃକ୍ତ ଡାକ୍ତରଙ୍କ ବ୍ୟକ୍ତିଗତ କଥା। ଫିଟ୍‌ନେସ୍‌ ପ୍ରମାଣପତ୍ର ଲାଗି ବିଭିନ୍ନ ପରୀକ୍ଷା କରିବାକୁ ପଡ଼ିଥାଏ। ଡାକ୍ତର ଜଣକ ତାହା ନ କରି ପ୍ରମାଣପତ୍ର ଦେଉଛନ୍ତି। ତେଣୁ ଟଙ୍କା ନେଉଥିବେ। ସରକାରୀ କାର୍ଯ୍ୟାଳୟରେ ଏପରି ଲାଞ୍ଚ କାରବାର ସମ୍ପର୍କରେ ପଚାରିବାରେ ସେ ବୁଝି କହିବି ବୋଲି କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri