ପ୍ରଭାସ ନୁହନ୍ତି, ଏହି ବିବାହିତ ନିର୍ଦ୍ଦେଶକଙ୍କ ପ୍ରେମରେ ଅନୁଷ୍କା: ଶୀଘ୍ର କରିପାରନ୍ତି ବିବାହ

ବମ୍ବେ: ଦକ୍ଷିଣ ଭାରତୀୟ ସିନେ ଜଗତର ଆଗଧାଡ଼ିର ନାୟିକା ଅନୁଷ୍କା ସେଟ୍ଟୀ। ଚଳଚ୍ଚିତ୍ର ‘ବାହୁବଲୀ’ରେ ଚରିତ୍ରକୁ ନେଇ ଅଧିକ ଲୋକପ୍ରିୟ ହୋଇଥିଲେ ସେ। କେବଳ ସେତିକି ନୁହେଁ, ଫିଲ୍ମ ନାୟକ ପ୍ରଭାସଙ୍କ ସହ ତାଙ୍କର ଇଲୁ ଇଲୁ ଚାଲିଥିବା ନେଇ ଜୋର ଧରିଥିଲା ଚର୍ଚ୍ଚା। ଏକଥାକୁ କିନ୍ତୁ ଉଭୟ ଅଭିନେତା ଏଡ଼ାଇ ଆସୁଥିଲେ। ଏବେ କଥା ବଦଳିଛି। ଅନୁଷ୍କାଙ୍କ ଜୀବନସାଥୀଙ୍କୁ ନେଇ ହୋଇଛି ବଡ଼ ଖୁଲାସା।

ଏକ ରିପୋର୍ଟ ଅନୁସାରେ, ଅନୁଷ୍କା ଏବେ ନିର୍ଦ୍ଦେଶକ ରାଘବେନ୍ଦ୍ର ରାଓଙ୍କ ପୁଅ ପ୍ରକାଶ କୋବଲାମୁଡ଼ିଙ୍କ ପ୍ରେମରେ। ଉଭୟ ବିବାହ ମଧ୍ୟ କରିପାରନ୍ତି। ହେଲେ ପ୍ରକାଶ ପୂର୍ବରୁ ବିବାହିତ। ଲେଖିକା କନିକା ଢିଲ୍ଲନ ତାଙ୍କ ପତ୍ନୀ। ୨୦୧୪ରେ ଉଭୟ ବିବାହ କରିଥିଲେ। ଏବେ କିନ୍ତୁ କନିକାଙ୍କଠାରୁ ପ୍ରକାଶ ଅଲଗା ରହୁଥିବା କୁହାଯାଉଛି।

ପ୍ରକାଶ ପେସାରେ ଜଣେ ନିର୍ଦ୍ଦେଶକ। ‘ଜଜ୍‌ମେଣ୍ଟାଲ ହେ କ୍ୟା’ ଚଳଚ୍ଚିତ୍ର ଜରିଆରେ ସେ ବଲିଉଡ୍‌ରେ କରିଥିଲେ ଡେବ୍ୟୁ। ସ୍ତ୍ରୀ କନିକା ମଧ୍ୟ ଏଥିରେ କାମ କରିଥିଲେ। କାରଣ ଫିଲ୍ମର କାହାଣୀ ଲେଖିଥିଲେ ସେ। ଏଣୁ ଉଭୟ ଅଲଗା ହୋଇଥିଲେ ହେଁ ଭଲ ବନ୍ଧୁ ଅଛନ୍ତି।
ଫିଲ୍ମ ‘ସାଇଜ୍‌ ଜିରୋ’ ଶୁଟିଂ ସମୟରେ ପ୍ରକାଶଙ୍କୁ ଭେଟିଥିଲେ ଅନୁଷ୍କା। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କଥା ଏବେ ବିବାହ ପର୍ଯ୍ୟନ୍ତ ପହଞ୍ଚିଛି। ହୁଏତ ଆଗାମୀ ଦିନରେ ଅନୁଷ୍କାଙ୍କ ପ୍ରଶଂସକ ବିବାହ ଖବର ଶୁଣିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ବର୍ଷ ପରେ ବଡ଼ ପରଦାକୁ ଫେରିବେ ଆଶିକି ଫେମ୍‌ ଷ୍ଟାର

ମୁମ୍ବାଇ: ୧୯୯୦ର ରୋମାନ୍ସ ଡ୍ରାମା ଫିଲ୍ମ ‘ଆଶିକି’କୁ ଦର୍ଶକେ ଭୁଲି ନ ଥିବେ। ଏହି ଫିଲ୍ମ ଜରିଆରେ ଅଭିନେତା ରାହୁଲ ରୟ ରାତାରାତି ଷ୍ଟାର ହୋଇଯାଇଥିଲେ।...

ଏହି ଅଭିନେତାଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ତବ୍‌ବୁ

ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ତବ୍‌ବୁଙ୍କର ଆଜି ଅର୍ଥାତ୍‌ ନଭେମ୍ବର ୫ ହେଉଛି ଜନ୍ମଦିନ। ଆଜି ସେ ୫୦ ବର୍ଷରେ ପାଦ ଦେଇଛନ୍ତି। ଇତିମଧ୍ୟରେ...

ସୋସିଆଲ ମିଡିଆରେ କମାଲ୍‌ କରୁଛି ଗଜେନ୍ଦ୍ର ବର୍ମାଙ୍କ ‘ୟାଦ କରକେ’ଗୀତ

ମୁମ୍ବାଇ: ସିଙ୍ଗର, ରାଇଟର ଓ ମ୍ୟୁଜିକ୍‌ କମ୍ପୋଜର ଗଜେନ୍ଦ୍ର ବର୍ମାଙ୍କ ଗୀତ ‘ତେରା ଘାଟା’ ପପୁଲାର ହେବା ପରେ ଏବେ ଧୁମ ମଚାଉଛି ‘ୟାଦ କରକେ’।...

ହେମା, ରେଖା, ଶ୍ରୀଦେବୀଙ୍କ ପରେ ଭୂମୀଙ୍କୁ ମିଳିଲା ସଫଳତା

ମୁମ୍ବାଇ: ବଲିଉଡ୍‌ ନାୟିକା ହେମାମାଳିନୀ, ରେଖା ଓ ଶ୍ରୀଦେବୀଙ୍କୁ ବଡ ପରଦାରେ ଯେଉଁ ସଫଳତା ମିଳିଥିଲା ତାହା ବୋଧହୁଏ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଅଭିନେତ୍ରୀଙ୍କୁ ମିଳିନାହିଁ...

ସୁସ୍ଥ ଅଛନ୍ତି ଶାଶୁ, ବୋହୂ

ମୁମ୍ବାଇ, ୧୨।୭: ବଚ୍ଚନ ପରିବାରରେ କରୋନାର ଉପସ୍ଥିତି ଏକ ପ୍ରକାର ସମସ୍ତଙ୍କୁ ବିଚଳିତ କରି ଦେଇଛି। ଶନିବାର ରାତିରେ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ...

ଆଜି ଦୀପ୍‌ବୀରଙ୍କ ବିବାହ ବାର୍ଷିକୀ: ଆଶୀର୍ବାଦ ପାଇଁ ତିରୁପତିରେ ପହଞ୍ଚିଲେ ଦମ୍ପତି

ବମ୍ବେ: ବିବାହକୁ ହିଁ ପ୍ରେମର ସଫଳତା ବୋଲି କୁହାଯାଇଥାଏ। ବଲିଉଡରେ ଅନେକ ପ୍ରେମକାହାଣୀ ଅଛ, ଯାହା ବିବାହ ପର୍ଯ୍ୟନ୍ତ ନ ଯାଇ ଅଧାରେ ଅଟକି ଯାଇଛି।...

କୌଣସି ବିଳାସପୂର୍ଣ୍ଣ ଘରଠାରୁ କମ୍‌ ନୁହେଁ ସଲମାନ୍‌ଙ୍କ ଭ୍ୟାନିଟି ଭ୍ୟାନ୍‌: ଏସବୁ ଫଟୋ ତାର ପ୍ରମାଣ

ବମ୍ବେ: ଭାରତୀୟ ସିନେମାର ଜଣେ ଦିଗ୍ଗଜ କଳାକାର ହେଲେ ସଲମାନ୍‌ ଖାନ। ଆଜି ବି ବଲିଉଡ୍‌ରେ ତାଙ୍କର ଦବ୍‌ଦବା ଜାରି ରହିଛି। ପ୍ରଶଂସକମାନେ ତାଙ୍କ ଫିଲ୍ମକୁ...

ବର୍ଷକୁ ୪ଶହ କୋଟି ଆୟ କରନ୍ତି ଖିଲାଡି ବୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଏକଦା ବ୍ୟାଙ୍କକ୍‌ରେ ସେଫ୍‌ ଓ ଓ୍ବେଟର ଭାବେ କାମ କରୁଥିବା ଅକ୍ଷୟ...

Play 250+ Trending Games
Archives

Model This Week

Why Dharitri