ପ୍ରଭାବିତ ହେବ ଶ୍ରୀଲଙ୍କା ପର୍ଯ୍ୟଟନ ଶିଳ୍ପ

କଲମ୍ବୋ,୨୨ା୪(ପି.ଟି./ ଆଇଏଏନ୍‌ଏସ୍‌): ଶ୍ରୀଲଙ୍କାରେ ରବିବାର ଇଷ୍ଟର ପାଳନ ବେଳେ ଆତଙ୍କବାଦୀ ଆକ୍ରମଣ ଦେଶର ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଶ୍ନଚିହ୍ନ ଲଗାଇଦେଇଛି। ଗ୍ରୀଷ୍ମ ଅବକାଶ ସମୟରେ ଶ୍ରୀଲଙ୍କାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱର ଅନେକ ଦେଶରୁ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିରହିଥାଏ। ହେଲେ ଏହି ଋତୁରେ ପର୍ଯ୍ୟଟନସ୍ଥଳୀ, ହୋଟେଲ ବ୍ୟବସାୟ ଓ ଟୁର୍‌ ଅପରେଟରଙ୍କ ବେପାରକୁ ସଦ୍ୟ ଆକ୍ରମଣ ପ୍ରଭାବିତ କରିବ ବୋଲି କୁହାଯାଉଛି।
ଜନଗଣନା ଅନୁସାରେ ଶ୍ରୀଲଙ୍କାର ମୋଟ ଜନସଂଖ୍ୟା ହେଉଛି ୨୨ ନିୟୁତ। ସେମାନଙ୍କ ମଧ୍ୟରୁ ୭୦% ବୌଦ୍ଧ ହୋଇଥିବାବେଳେ ୧୨.୬% ହିନ୍ଦୁ, ୯.୭% ମୁସଲମାନ ଓ ୭.୬% ହେଉଛନ୍ତି ଖ୍ରୀଷ୍ଟିୟାନ। ୨୦୧୮ରେ ଶ୍ରୀଲଙ୍କାକୁ ୨.୩ ନିୟୁତ ବିଦେଶୀ ପର୍ଯ୍ୟଟକ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪,୫୦,୦୦୦ ହେଉଛନ୍ତି ଭାରତୀୟ। ଦ୍ୱୀପରାଷ୍ଟ୍ର ପାଇଁ ଭାରତ ସବୁଠୁ ବଡ଼ ବଜାରର ଉତ୍ସ ହୋଇଥିବାରୁ ଚଳିତ ବର୍ଷ ସେଠାକୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ପର୍ଯ୍ୟଟନ ପାଇଁ ଯିବେ ବୋଲି ଶ୍ରୀଲଙ୍କା ଆଶା କରିଥିଲା। କିନ୍ତୁ ଯାତ୍ରା ଋତୁ ଆରମ୍ଭରେ ଏହି ସିରିଜ ବିସ୍ଫୋରଣ ଘଟିଥିବାରୁ ବାର୍ଷିକ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବ। ଆଗାମୀ ମାସଗୁଡ଼ିକରେ ପର୍ଯ୍ୟଟନ ଶିଳ୍ପ ବହୁଳ ଭାବେ ପ୍ରଭାବିତ ହେବ ବୋଲି ସେଠାକାର କର୍ତ୍ତୃପକ୍ଷ କହିଛନ୍ତି। ଏକ ଆକଳନ ଅନୁସାରେ ପର୍ଯ୍ୟଟନ କ୍ଷେତ୍ରରୁ ୨୦୧୮ ଅକ୍ଟୋବରରେ ଶ୍ରୀଲଙ୍କା ୨୮୪ ନିୟୁତ ଡଲାର ଆୟ କରିଥିବାବେଳେ ନଭେମ୍ବରରେ ଏହା ୩୬୨.୭ ନିୟୁତ ଡଲାରକୁ ବୃଦ୍ଧି ପାଇଥିଲା। ହେଲେ ଏବେ ପର୍ଯ୍ୟଟନରେ ଅଭିବୃଦ୍ଧିର ଏହି ଧାରା ପ୍ରଭାବିତ ହେବ ବୋଲି ସେଠାକାର ପ୍ରଧାନମନ୍ତ୍ରୀ ରନିଲ୍‌ ଓ୍ବିକ୍ରମସିଂହେ କହିଛନ୍ତି। ସେହିପରି ୩୦ ବର୍ଷ ପରେ ପ୍ରଥମଥର ପାଇଁ ତିନୋଟି ହୋଟେଲକୁ ଏପରି ଟାର୍ଗେଟ କରାଯାଇଛି ବୋଲି ଶ୍ରୀଲଙ୍କା ଆସୋସିଏଶନ୍‌ ଅଫ୍‌ ଇନ୍‌ବାଉଣ୍ଡ ଟୁର୍‌ ଅପରେଟର୍ସ (ଏସ୍‌ଏଲ୍‌ଏଆଇଟିଓ) ଅଧ୍ୟକ୍ଷ ହରିଥ୍‌ ପେରେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ମିଛ କହୁଥିଲେ ପାକିସ୍ତାନ ମନ୍ତ୍ରୀ, ପୋଲ ଖୋଲିଦେଲା ନିଜ ଦେଶର ମିଡିଆ

ଇସଲାମାବାଦ,୧୬।୫: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ପାକିସ୍ତାନୀ ସିନେଟରେ ଏକ ବିଦେଶୀ ଖବରକାଗଜର ଏକ ନକଲି ଚିତ୍ର ଦେଖାଇ ଦାବି କରିଥିଲେ...

ଲାଡେନଙ୍କ ସ୍ବପ୍ନ ପୂରଣ କରିବାକୁ ଚାହୁଁଛନ୍ତି ଅସୀମ ମୁନିର, ପହଲଗାମ ଆକ୍ରମଣ କ’ଣ ସମାନ ଷଡ଼ଯନ୍ତ୍ରର ଏକ ଅଂଶ କି? ବୁଝନ୍ତୁ ଏହାର…

ଇସଲାମାବାଦ,୧୬।୫: ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କଶ୍ମୀରର ପହଲଗାମର ବୈସାରନ ଉପତ୍ୟକାରେ ଆତଙ୍କବାଦୀମାନେ ୨୬ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ...

ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଲେ FBIର ପୂର୍ବତନ ନିର୍ଦ୍ଦେଶକ? ସମୁଦ୍ର ଜାହାଜରେ ଲେଖାଥିଲା ‘86 47’, ଜାଣନ୍ତୁ କ’ଣ ଏହାର ଅର୍ଥ

ଓ୍ବାଶିଂଟନ,୧୬।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ ମିଳିଛି କି? ଆମେରିକାର ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ...

ଜୟଶଙ୍କରଙ୍କ ମାଷ୍ଟରଷ୍ଟୋକ୍; ଭାରତ-ଆଫଗାନିସ୍ତାନ ସମ୍ପର୍କ ବିଗାଡିବା ପ୍ରୟାସକୁ ଦେଲେ ଚକମା

ନୂଆଦିଲ୍ଲୀ,୧୬।୫: ଗୁରୁବାର ଭାରତ ଆଫଗାନିସ୍ତାନର ଦୁଇ ଦେଶ ମଧ୍ୟରେ “ଅବିଶ୍ୱାସ ସୃଷ୍ଟି” କରିବାର ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବାକୁ ସ୍ୱାଗତ କରିଛି, ଯେତେବେଳେ ବୈଦେଶିକ ମନ୍ତ୍ରୀ ଏସ...

ପୁଣିଥରେ ଭାରତକୁ ଧମକାଇଲାଣି ପାକିସ୍ତାନ, କହିଲା ଏଥର ଆହୁରି କ୍ରୁର ହେବ ଜବାବ

ଇସଲାମାବାଦ,୧୬।୫: ଆତଙ୍କବାଦକୁ ଉଚିତ ଜବାବ ଦେବା ପାଇଁ ଭାରତ ଅପରେଶନ ସିନ୍ଦୂର ଆରମ୍ଭ କରିଥିଲା। ଏଥିରେ ପାକିସ୍ତାନ ଏବଂ ପିଓକେରେ ଅବସ୍ଥିତ ୯ଟି ଆତଙ୍କବାଦୀ ଆଡ୍ଡା...

ପାକ୍‌ ହାତରେ ଅଣୁଅସ୍ତ୍ର ବିପଜ୍ଜନକ

ଶ୍ରୀନଗର,୧୬ା୫(ପି.ଟି.): ପାକିସ୍ତାନ ନିକଟରେ ଥିବା ଅଣୁଅସ୍ତ୍ରଗୁଡ଼ିକର ନିରାପତ୍ତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି। ସେଗୁଡ଼ିକ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା...

ପାକ୍‌ ଆଣବିକ ପ୍ରକଳ୍ପରୁ ତେଜସ୍କ୍ରିୟ ବିକିରଣ ହୋଇନାହିଁ: ଆଇଏଇଏ

ନୂଆଦିଲ୍ଲୀ,୧୬ା୫: ନିକଟରେ ଭାରତ ସହ ହୋଇଥିବା ସାମରିକ ସଂଘର୍ଷ ବେଳେ ପାକିସ୍ତାନର କୌଣସି ଆଣବିକ ପ୍ରକଳ୍ପରୁ ତେଜସ୍କ୍ରିୟ ବିକିରଣ ହୋଇ ନ ଥିବା ଅନ୍ତର୍ଜାତୀୟ ଆଣବିକ...

ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ୧୧୪ ମୃତ

ଖାନ୍‌ ୟୁନିସ୍‌, ୧୬।୫: ଗାଜା ଷ୍ଟ୍ରିପ୍‌ରେ ଗୁରୁବାର ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି, ଯେଉଁଥିରେ ୧୧୪ ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଛି। ଗାଜାସ୍ଥିତ ସ୍ବାସ୍ଥ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri