ପ୍ରବାସୀ ଶ୍ରମିକଙ୍କ ସଙ୍ଗରୋଧ ବ୍ୟବସ୍ଥା କର

ବରଗଡ଼ ଅଫିସ୍‌,୭।୫-  କରୋନା ସଂକ୍ରମଣରେ ବରଗଡ଼ ଜିଲା ବର୍ତ୍ତମାନ ଗ୍ରୀନ୍‌ ଜୋନ୍‌ରେ ରହିଛି । ଅନ୍ୟପକ୍ଷେ ବରଗଡ଼ ଜିଲା ସୀମାନ୍ତ ଛତିଶଗଡ଼ ପଟୁ ପ୍ରତିଦିନ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ପ୍ରବେଶ କରି ଅନ୍ୟରାଜ୍ୟ ତଥା ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡକୁ ଯାଉଛନ୍ତି । ସେମାନେ ବରଗଡ଼ ଜିଲା ଦେଇ ଯାଉଥିବା ଯୋଗୁ ଏଠାକାର ଢ଼ାବା, ଦୋକାନ, ପୋଖରୀ ଆଦି ବ୍ୟବହାର କରୁଛନ୍ତି । ଏହାସତ୍ତ୍ବେ ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଭାଜପା ଅଭିଯୋଗ କରିଛି । ସମ୍ପୃକ୍ତ ପ୍ରବାସୀ ଶ୍ରମିକଙ୍କ ଉପରେ ନଜର ରଖି ସେମାନଙ୍କୁ ସଙ୍ଗରୋଧ ବ୍ୟବସ୍ଥାରେ ରଖିବା ସହିତ ଖାଦ୍ୟପେୟ, ପରିବହନ ବ୍ୟବସ୍ଥା କରିବାକୁ ଭାଜପା ଦାବି କରିଛି । ଏହି ପରିପ୍ରେକ୍ଷୀରେ ବୁଧବାର ଭାଜପା ପକ୍ଷରୁ ବରଗଡ଼ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଧା ଟପ୍ପୋଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଭାଜପା ଜିଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ସୁରେଶ୍ୱର ଶତପଥୀ ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିବାକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ହଜାର ଲାଞ୍ଚ ନେଇ ଏସଏଆର୍‌ସିଏସ୍‌ ଗିରଫ

ସୋନପୁର,୧୫।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଏସ୍‌ଏଆର୍‌ସିଏସ୍‌ (ଉପ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ) ସୋନପୁର ମଣ୍ଡଳ ଆଶିଷ କୁମାର ରାଉତ ଭିଜିଲାନ୍ସ ଦ୍ୱାରା ମଙ୍ଗଳବାର ଗିରଫ...

ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ୍‌: ୭ ଗିରଫ, ମାରଣାସ୍ତ୍ର ଜବତ

ତାଳଚେର,୧।୯(ନି.ପ୍ର.) – ତାଳଚେରର ବିଭିନ୍ନ ଅଞ୍ଚଳରେ ଲୁଟ ତରାଜ ଚଳାଉଥିବା ଏକ ଡକାୟତି ଗ୍ୟାଙ୍ଗର ୭ ଜଣଙ୍କୁ କଲିୟରୀ ପୋଲିସ ଚଢ଼ାଉ କରି ଶନିବାର ଗିରଫ...

ଅମାନିଆଙ୍କୁ ଦଣ୍ଡ: ଭଦ୍ରକ ସହରରେ ଶତାଧିକ ବାଇକ ଜବତ, ୨ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ

ଭଦ୍ରକ ଅଫିସ, ୭ା୪- ଭଦ୍ରକ ଟାଉନ ପୋଲିସ ଦ୍ୱାରା ମଙ୍ଗଳବାର ସହରର ବିଭିନ୍ନ ଅଞ୍ଚଳରୁ ଶତାଧିକ ବାଇକ ଜବତ କରାଯାଇଛି। ପ୍ରଶାସନିକ କଟକଣା ସତ୍ତ୍ୱେ ବାଇକ୍‌ଧାରୀମାନେ...

ଗାଁ କଲ୍ୟାଣ ସମିତି କାର୍ଯ୍ୟ ନିମନ୍ତେ ରାଜି ନୁହନ୍ତି ଅଙ୍ଗନୱାଡି କର୍ମୀ: ବିଡିଓ, ସିଡିପିଓ ଓ ପ୍ରୋଗ୍ରାମ ଅଧିକାରୀଙ୍କୁ ଦାବିପତ୍ର

ବୋଲଗଡ଼,୧୦ା୭(ଡି.ଏନ୍‌.ଏ.)-ଗାଁ କଲ୍ୟାଣ ସମିତି କାର୍ଯ୍ୟ ଗ୍ରହଣ ନିମନ୍ତେ ଅଙ୍ଗନଓ୍ବାଡି କର୍ମୀମାନେ ରାଜି ହେଉ ନ ଥିବା ଜଣାପଡ଼ିଛି। ଏହି କାର୍ଯ୍ୟରେ ସାମିଲ ନ ହେବା ପାଇଁ...

୩ଦିନରୁ ଭୋକିଲା ପେଟରେ ଶ୍ରମିକ

କେନ୍ଦୁଝର,୨।୪(ସ୍ବ.ପ୍ର.): ପଶ୍ଚିମବଙ୍ଗ ଓ ବିହାରରୁ ପାଖାପାଖି ୩୦ଜଣ ନିର୍ମାଣ ମିସ୍ତ୍ରୀ, ତୁଳା କାମ ଓ କାଠ କାମ ମିସ୍ତ୍ରୀ କାର୍ଯ୍ୟ ସକାଶେ କେନ୍ଦୁଝରକୁ ଆସିଥିଲେ। ଲକ୍‌ଡାଉନ୍‌...

କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ କୋଭିଡ ଯୋଦ୍ଧା: ସଙ୍ଗୀତା ସମସ୍ତଙ୍କ ପାଇଁ ଉଦାହରଣ ଟୁଇଟ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁର ଶିକ୍ଷୟିତ୍ରୀ ତଥା କରୋନା ଯୋଦ୍ଧା ସଙ୍ଗୀତା ପାଣିଗ୍ରାହୀ କରୋନାରୁ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏ ନେଇ...

ଆଠମଲ୍ଲିକ ସହର ରାସ୍ତା ବିପର୍ଯ୍ୟସ୍ତ

ଆଠମଲ୍ଲିକ, ୨୮|୨(ଡି.ଏନ.ଏ.) – ଆଠମଲ୍ଲିକ ସହରରେ ବିଭିନ୍ନ ସ୍ଥାନରେ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଦୀର୍ଘ ଦିନ ହେଲା ଏଗୁଡିକର ମରାମତି କରାଯାଉ ନ ଥିବାରୁ...

କୋର୍ଟ ପରିସରରୁ ଫେରାର ଥିବା ବିଚାରାଧୀନ କଏଦୀ ଗିରଫ

କେନ୍ଦୁଝର, ୨୧।୫(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପରିସରରୁ ଫେରାର ଥିବା ବିଚାରାଧୀନ କଏଦୀ ଟାଉନ ଥାନା ପୋଲିସ ହାତରେ ମଙ୍ଗଳବାର ଧରାପିଡ଼ିଛନ୍ତି। ସେ...

Advertisement

BGU

Archives

Model This Week

Why Dharitri