ପ୍ରବାସୀ ଶ୍ରମିକଙ୍କ ଭିଡ, ଖରିଆର ରୋଡ ୭ଘଣ୍ଟା ସଟ୍‌ଡାଉନ

ନୂଆପଡା ଅଫିସ,୧୪ା୫-ଛତିଶଗଡ ସୀମାନ୍ତ ନୂଆପଡା ଜିଲା ଖରିଆରରୋଡରେ ଗୁରୁବାର ସକାଳେ ୧୫ଶହରୁ ଉର୍ଦ୍ଧ୍ୱ ଶ୍ରମିକ ପ୍ରବେଶ କରିବା ପରେ ପ୍ରଶାସନ ତପତ୍ରତା ପ୍ରକାଶ କରିଥିଲା। ଜିଲାପାଳ ମଧୁସ୍ମିତା ସାହୁ ଖରିଆର ରୋଡ ସହରକୁ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟାଯାଏ ସଟଡାଉନ ଘୋଷଣା କରିଥିଲେ। ପୋଲିସ ଏବଂ ଏନଏସି ତରଫରୁ ସମସ୍ତ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ପୂର୍ବକ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। ଏଥିରେ ପଡୋଶୀ ବଲାଙ୍ଗୀର, କଳାହାଣ୍ଡି ଜିଲାର ଶ୍ରମିକମାନେ ଥିବାବେଳେ ସେମାନେ ମହାରାଷ୍ଟ୍ର ଓ ଛତିଶଗଡରୁ ଚାଲିଚାଲି ଆସିଥିଲେ। ଏମାନଙ୍କୁ ୧୨ଟି ବସ୍‌ ଯୋଗେ ସମ୍ପୃକ୍ତ ଜିଲାମାନଙ୍କୁ ପଠାଇ ଦିଆଯାଇଥିବା ଖରିଆର ରୋଡ ଥାନାଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି। ସୂଚନଯୋଗ୍ୟ ଯେ, ପ୍ରବାସୀ ଶ୍ରମିକଙ୍କ ଉପସ୍ଥିତି ଯୋଗୁ ସମଗ୍ର ଜିଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜିଲାରେ ୧୪୪ଧାରା ବଳବତ୍ତର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂମିହୀନଙ୍କୁ ପୋଖରୀ ମଝିରେ ପଟ୍ଟା ପ୍ରଦାନ

ନୂଆପଡ଼ା,୨୩ା୫ (ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଭୂମିହୀନମାନଙ୍କୁ ଚାଷକରି ପରିବାର ପ୍ରତିପୋଷଣ ପାଇଁ ଜମି ଯୋଗାଇଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍‌…

ସୋସିଆଲ ମିଡିଆରେ ଏମିତି ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଶିକ୍ଷକ

ନୂଆପଡ଼ା,୨୩ା୫(ମକାରୁ ବେମାଲ):ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନୂଆପଡ଼ା ଜିଲାର ଜଣେ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସୂଚନା ମୁତାବକ, ନୂଆପଡ଼ା ଜିଲା କୋମନା ବ୍ଲକ…

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

ମାସେ ନ ପୂରୁଣୁ ଡ୍ରେନ୍‌ ଛାତ ଭାଙ୍ଗିଲା: ଦୁର୍ନୀତି ଅଭିଯୋଗ

ନୂଆପଡ଼ା,୨୧ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକରେ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ କୋମନା ସଦର ବଙ୍ଗଳାପଡାଠାରୁ କୋମନା ବ୍ରିଜ୍‌ ପର୍ଯ୍ୟନ୍ତ…

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉକୁ ସମର୍ଥନ ଦେବନାହିଁ: ବୈଠକରେ ଜିଲା ଆଦିବାସୀ କଲ୍ୟାଣ ସଂଘର ନିଷ୍ପତ୍ତି

ନୂଆପଡ଼ା,୨୦ା୫ (ମକାରୁ ବେମାଲ): ସ୍ଥାନୀୟ ସର୍କିଟ ହାଉସଠାରେ ଜିଲା ଆଦିବାସୀ କଲ୍ୟାଣ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାସଂଘ ରାଜ୍ୟ ସଂଯୋଜକ ଈଶ୍ୱର ଚନ୍ଦ୍ର…

ଜଳସେଚନରୁ ବଞ୍ଚତ୍ତ ୪ ଗ୍ରାମର ଚାଷଜମି ଅଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ

ଖଡ଼ିଆଳ,୨୦ା୫ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତର ଦେଓବାହାଲ ଓ ରଜାମୁଣ୍ଡା, ବରଗାଁ ପଞ୍ଚାୟତର ଡୁମେରବାହାଲ ଓ ବେନ୍ଦ୍ରାବାହାଲ ଆଦି ୪ ଗ୍ରାମର ଚାଷ…

ଭାଜପା ନେତାଙ୍କ ଅକାଳ ବିୟୋଗ: ଗାଧୁଆ ଘରେ ପଡ଼ିଯିବାରୁ…

ନୂଆପଡ଼ା,୨୦ା୫ (ମକାରୁ ବେମାଲ):ଭାଜପାର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଧରମବନ୍ଧା ପଞ୍ଚାୟତର ପୂର୍ବତନ ସରପଞ୍ଚ ଓମ୍‌ ପ୍ରକାଶ କଲାରଙ୍କ ମଙ୍ଗଳବାର ଅକାଳ ବିୟୋଗ ଘଟିଛି। ତାଙ୍କୁ ୫୨ବର୍ଷ ହୋଇଥିଲା।…

ଧ୍ରୁବଙ୍କୁ ଅପହରଣ କରିନେଇଥିଲେ ଦାଦନ ସର୍ଦ୍ଦାର: ମାସେ ପରେ ଘଟିଲା…

ନୂଆପଡ଼ା,୧୯ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା ଖଡିଆଳ ଥାନା ତୁକଲା ଗଁାର ଧ୍ରୁବ ଚରଣ ଶବର(୬୫) ଅପହରଣର ମାସେ ପରେ ଆନ୍ଧ୍ରରୁ ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri