ପ୍ରବାସୀ ଶ୍ରମିକଙ୍କୁ ନିଜ ସହରକୁ ଛଡ଼ାଯିବନି

ନୂଆଦିଲ୍ଲୀ,୨୮ା୪: କରୋନା ମହାମାରୀ ଯୋଗୁ ଲୋକମାନେ ଆତଙ୍କରେ ଅଛନ୍ତି। ଲକ୍‌ଡାଉନ୍‌ ଲାଗୁହେବା ପରେ ଅନେକ ଲୋକ କାମଧନ୍ଦା ହରାଇବା ସହ ପେଟକୁ ଦାନା ଯୋଗାଡ଼କରିବା ଓ ପରିବାର ପୋଷିବା କଷ୍ଟକର ହୋଇପଡ଼ିଛି। ପରିସ୍ଥିତିକୁ ଦେଖି ଅନେକ ପ୍ରବାସୀ ନିଜ ସହରକୁ ଫେରିଆସିବା ଲାଗି ଉଦ୍ୟମ କରୁଛନ୍ତି। ଏଥିଲାଗି ମହାରାଷ୍ଟ୍ର ଭଳି କେତେକ ରାଜ୍ୟ ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି। ତେବେ କରୋନା ସ୍ଥିତି ଯୋଗୁ ଏବେ କୌଣସି ପ୍ରବାସୀଙ୍କୁ ନିଜ ରାଜ୍ୟ ବା ସହରକୁ ଯିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାଦ୍ୱାରା ଭୟଙ୍କର ସ୍ବାସ୍ଥ୍ୟ ସଙ୍କଟ ଦେଖାଦେବାର ଆଶଙ୍କା ରହିଥିବା ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଉତ୍ତରରେ କହିଛନ୍ତିି। ଭାରତରେ ଏବେ ୧.୩୬ ନିୟୁତ କର୍ମଜୀବୀ ଥିବାବେଳେ ଏହାର ଅଧା ଅଣକୃଷି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସମସ୍ତ ପ୍ରବାସୀ ଯେଉଁଠାରେ ଅଛନ୍ତି, ସେହିଠାରେ ହିଁ ରହିବେ। ସେମାନଙ୍କ ରହିବା, ଖାଇବା ଆଦି ସମସ୍ତ କାର୍ଯ୍ୟ ସ୍ଥାନୀୟ ସରକାର ବୁଝିବେ। ସେମାନଙ୍କୁ ନିଜ ସହର କିମ୍ବା ଗ୍ରାମକୁ ଯିବା ଲାଗି ଅନୁମତି ଦେବାର ଅର୍ଥ ଭୂତାଣୁ ସଂକ୍ରମଣକୁ ପ୍ରୋତ୍ସାହନ କରିବା ଭଳି। ବହୁ ଲୋକଙ୍କ ଜୀବନ ଏଥିରେ ଯିବା ଆଶଙ୍କା ରହିଛି ବୋଲି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା କେନ୍ଦ୍ର ରିପୋର୍ଟରେ ଦର୍ଶାଯାଇଛି।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩୭,୯୭୮ ରିଲିଫ କ୍ୟାମ୍ପ ନିର୍ମାଣ କରାଯାଇଛି ଓ ଏଥିରେ ପ୍ରାୟ ୧୪.୩ ଲକ୍ଷ ଲୋକ ରହୁଛନ୍ତି। ଏଥିସହ ୨୬,୨୨୫ଟି ଫୁଡ୍‌ କ୍ୟାମ୍ପ ଖୋଲାଯାଇଛି। ପ୍ରାୟ ୧.୩୪ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଯାଉଛି। ତେଣୁ ପ୍ରବାସୀମାନେ ନିଜ ସହରକୁ ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର କହିଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସହ ସୋମବାର ଭିଡିଓ କନ୍‌ଫରେନ୍ସିଂରେ ଏକାଧିକ ମୁଖ୍ୟମନ୍ତ୍ରୀ ପ୍ରବାସୀଙ୍କୁ ସ୍ବତନ୍ତ୍ର ଭାବେ ସେମାନଙ୍କ ସହରକୁ ଯିବା ଲାଗି ସହାୟତା ସହ ଅନୁମତି ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ। ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏନେଇ କେନ୍ଦ୍ର ସହ ଆଲୋଚନା କରାଯାଇ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ଫେରିଯିବା ଲାଗି ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଥିବା ବେଳେ ପ୍ରବାସୀମାନେ ନିଜ ସହରକୁ ଫେରିବା ବାଟ ବନ୍ଦ ହୋଇଯାଇଛି। ତେବେ ପ୍ରବାସୀ ଶ୍ରମିକଙ୍କ ଲାଗି କି ବ୍ୟବସ୍ଥା କରାଯାଇଛି, ସେ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ଲାଗି କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri