ପ୍ରବାସୀଙ୍କ ଲାଗି ଆସିବ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍‌

ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀକୁ ରୋକିବା ଲାଗି ସରକାର ସାରା ଦେଶକୁ ଲକ୍‌ଡାଉନ କରିଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକ ନାହିଁ ନ ଥିବା ସମସ୍ୟା ସାମ୍ନା କରିଛନ୍ତି। ଶ୍ରମିକମାନେ ହଜାର ହଜାର କି.ମି. ପାଦରେ ଚାଲି ଘରକୁ ଫେରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ନୂଆ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍‌ ଆଣିବେ। ୫୦ ହଜାର କୋଟି ଟଙ୍କା ବ୍ୟୟରେ ଏହି ଯୋଜନା ଆସିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଶନିବାର ଉଦ୍‌ଘାଟନ କରିବେ। ଶ୍ରମିକଙ୍କୁ ଆୟର ସହଯୋଗ କରିବା ଲକ୍ଷ୍ୟରେ ଏଭଳି ଏକ ଯୋଜନା ସରକାର ଆଣୁଥିବା ଜଣାପଡିଛି। ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ପ୍ରାଥମିକ ପର୍ଯ୍ୟାୟରେ ୬ ରାଜ୍ୟକୁ ଫୋକସ୍‌ କରାଯିବ। ଏହି ରାଜ୍ୟଗୁଡ଼ିକୁ ଅଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଫେରିଥିବା ଜଣାପଡିଛି।
ଯୋଜନାଟି ଗ୍ରାମୀଣ ଶ୍ରମିକଙ୍କ ସଶକ୍ତୀକରଣ ଲାଗି ଉଦ୍ଦିଷ୍ଟ ହୋଇଥିବା ବେଳେ ୧୨୫ ଦିନ ଲାଗି ରୋଜଗାର ଯୋଗାଣ ଦିଗରେ କାମ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଏକ ଖବରଦାତା କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଭିଡିଓ କନ୍‌ଫରେନ୍ସ ଯୋଗେ ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଶୁଭାରମ୍ଭ କରିବେ। ବିହାରର ଖଗରିଆ ଜିଲା ବେଲଦାପୁର ବ୍ଲକ, ତେଲାହାର ଗ୍ରାମରେ ଏହାକୁ ଆରମ୍ଭ କରାଯିବ। କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଉପସ୍ଥିତ ରହିବେ। ଦେଶର ୧୧୬ ଜିଲାରେ ପ୍ରତି ଜିଲାରେ ହେବାକୁ ଥିବା ଉକ୍ତ ଯୋଜନା କାର୍ଯ୍ୟକାରୀ ହେବ। ଏଥିଲାଗି ଏକ କ୍ୟାମ୍ପେନ ହେବାକୁ ଥିବା ବେଳେ ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଭଳି ରାଜ୍ୟରୁ ପ୍ରତି ରାଜ୍ୟ ପିଛା ୨୫ ହଜାର ଲେଖାଏ ପ୍ରବାସୀଙ୍କୁ ଚୟନ କରାଯାଇଛି। ଏହା ମଧ୍ୟରେ ୨୭ ଆକାଂକ୍ଷୀ ଜିଲା ମଧ୍ୟ ସାମିଲ ରହିଛି ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି।
୬ ରାଜ୍ୟର ୧୧୬ ଜିଲାରେ ଗ୍ରାମଗୁଡ଼ିକ କମନ ସର୍ଭିସ ସେଣ୍ଟର ଏବଂ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଲଞ୍ଚ କାର୍ଯ୍ୟକ୍ରମରେ ଯୋଡ଼ି ହେବେ। ସମସ୍ତ ସାମାଜିକ ଦୂରତ୍ୱ ନିୟମ ମାନି ଏହା ପାଳନ କରାଯିବ। ୧୨ ମନ୍ତ୍ରଣାଳୟର ସହଯୋଗରେ ଯୋଜନାକୁ କାର୍ଯ୍ୟାନ୍ବୟନ କରାଯିବ। ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ, ରାଜପଥ ଏବଂ ସଡ଼କ ପରିବହନ, ଖଣି, ପାନୀୟ ଜଳ ଏବଂ ପରିମଳ, ପରିବେଶ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ନୂତନ ଏବଂ ଅଣ ପାରମ୍ପରିକ ଶକ୍ତି, ଟେଲିକମ୍‌ ଏବଂ ଶକ୍ତି ସାମିଲ ରହିଛି। ୨୫ ଯୋଜନାକୁ ଏକାଠିକରି ନୂଆ ଯୋଜନା ହାତକୁ ନିଆଯାଇଛି। ପ୍ରବାସୀ ଶ୍ରମିକମାନେ ଗ୍ରାମ ପଞ୍ଚାୟତ ଭବନ ନିର୍ମାଣ, ଅଙ୍ଗନଓ୍ବାଡି କେନ୍ଦ୍ର, ଜାତୀୟ ରାଜପଥ, ରେଳ କାର୍ଯ୍ୟ, ଜଳ ସଂରକ୍ଷଣ ପ୍ରକଳ୍ପ ଭଳି ଅନ୍ୟ କାମ କରିବେ। ଯୋଜନାରେ ପଶ୍ଚିମବଙ୍ଗ ସାମିଲ ନାହିଁ। ସେହିଭଳି ବିହାରର ୩୨ ଜିଲା ଏବଂ ଉତ୍ତର ପ୍ରଦେଶର ୧୩ ଜିଲାକୁ ଏଥିରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri