ପ୍ରବାସୀଙ୍କ ଲାଗି ଆସିବ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍‌

ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀକୁ ରୋକିବା ଲାଗି ସରକାର ସାରା ଦେଶକୁ ଲକ୍‌ଡାଉନ କରିଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକ ନାହିଁ ନ ଥିବା ସମସ୍ୟା ସାମ୍ନା କରିଛନ୍ତି। ଶ୍ରମିକମାନେ ହଜାର ହଜାର କି.ମି. ପାଦରେ ଚାଲି ଘରକୁ ଫେରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ନୂଆ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍‌ ଆଣିବେ। ୫୦ ହଜାର କୋଟି ଟଙ୍କା ବ୍ୟୟରେ ଏହି ଯୋଜନା ଆସିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଶନିବାର ଉଦ୍‌ଘାଟନ କରିବେ। ଶ୍ରମିକଙ୍କୁ ଆୟର ସହଯୋଗ କରିବା ଲକ୍ଷ୍ୟରେ ଏଭଳି ଏକ ଯୋଜନା ସରକାର ଆଣୁଥିବା ଜଣାପଡିଛି। ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ପ୍ରାଥମିକ ପର୍ଯ୍ୟାୟରେ ୬ ରାଜ୍ୟକୁ ଫୋକସ୍‌ କରାଯିବ। ଏହି ରାଜ୍ୟଗୁଡ଼ିକୁ ଅଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଫେରିଥିବା ଜଣାପଡିଛି।
ଯୋଜନାଟି ଗ୍ରାମୀଣ ଶ୍ରମିକଙ୍କ ସଶକ୍ତୀକରଣ ଲାଗି ଉଦ୍ଦିଷ୍ଟ ହୋଇଥିବା ବେଳେ ୧୨୫ ଦିନ ଲାଗି ରୋଜଗାର ଯୋଗାଣ ଦିଗରେ କାମ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଏକ ଖବରଦାତା କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଭିଡିଓ କନ୍‌ଫରେନ୍ସ ଯୋଗେ ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଶୁଭାରମ୍ଭ କରିବେ। ବିହାରର ଖଗରିଆ ଜିଲା ବେଲଦାପୁର ବ୍ଲକ, ତେଲାହାର ଗ୍ରାମରେ ଏହାକୁ ଆରମ୍ଭ କରାଯିବ। କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଉପସ୍ଥିତ ରହିବେ। ଦେଶର ୧୧୬ ଜିଲାରେ ପ୍ରତି ଜିଲାରେ ହେବାକୁ ଥିବା ଉକ୍ତ ଯୋଜନା କାର୍ଯ୍ୟକାରୀ ହେବ। ଏଥିଲାଗି ଏକ କ୍ୟାମ୍ପେନ ହେବାକୁ ଥିବା ବେଳେ ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଭଳି ରାଜ୍ୟରୁ ପ୍ରତି ରାଜ୍ୟ ପିଛା ୨୫ ହଜାର ଲେଖାଏ ପ୍ରବାସୀଙ୍କୁ ଚୟନ କରାଯାଇଛି। ଏହା ମଧ୍ୟରେ ୨୭ ଆକାଂକ୍ଷୀ ଜିଲା ମଧ୍ୟ ସାମିଲ ରହିଛି ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି।
୬ ରାଜ୍ୟର ୧୧୬ ଜିଲାରେ ଗ୍ରାମଗୁଡ଼ିକ କମନ ସର୍ଭିସ ସେଣ୍ଟର ଏବଂ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଲଞ୍ଚ କାର୍ଯ୍ୟକ୍ରମରେ ଯୋଡ଼ି ହେବେ। ସମସ୍ତ ସାମାଜିକ ଦୂରତ୍ୱ ନିୟମ ମାନି ଏହା ପାଳନ କରାଯିବ। ୧୨ ମନ୍ତ୍ରଣାଳୟର ସହଯୋଗରେ ଯୋଜନାକୁ କାର୍ଯ୍ୟାନ୍ବୟନ କରାଯିବ। ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ, ରାଜପଥ ଏବଂ ସଡ଼କ ପରିବହନ, ଖଣି, ପାନୀୟ ଜଳ ଏବଂ ପରିମଳ, ପରିବେଶ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ନୂତନ ଏବଂ ଅଣ ପାରମ୍ପରିକ ଶକ୍ତି, ଟେଲିକମ୍‌ ଏବଂ ଶକ୍ତି ସାମିଲ ରହିଛି। ୨୫ ଯୋଜନାକୁ ଏକାଠିକରି ନୂଆ ଯୋଜନା ହାତକୁ ନିଆଯାଇଛି। ପ୍ରବାସୀ ଶ୍ରମିକମାନେ ଗ୍ରାମ ପଞ୍ଚାୟତ ଭବନ ନିର୍ମାଣ, ଅଙ୍ଗନଓ୍ବାଡି କେନ୍ଦ୍ର, ଜାତୀୟ ରାଜପଥ, ରେଳ କାର୍ଯ୍ୟ, ଜଳ ସଂରକ୍ଷଣ ପ୍ରକଳ୍ପ ଭଳି ଅନ୍ୟ କାମ କରିବେ। ଯୋଜନାରେ ପଶ୍ଚିମବଙ୍ଗ ସାମିଲ ନାହିଁ। ସେହିଭଳି ବିହାରର ୩୨ ଜିଲା ଏବଂ ଉତ୍ତର ପ୍ରଦେଶର ୧୩ ଜିଲାକୁ ଏଥିରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri