ପ୍ରବାସୀଙ୍କୁ ସହଯୋଗ ପାଇଁ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ କଲେ ଶକ୍ତି କପୁର

କରୋନା ଭାଇରସ(କୋଭିଡ-୧୯)ର ଭୟାବହତା ସମଗ୍ର ବିଶ୍ୱରେ ଦେଖିବାକୁ ମିଳୁଛି। କରୋନା ଯୋଗୁ ରାଜ୍ୟ ତଥା ଦେଶ ବାହାରେ ଥିବା ଗରିବ ପ୍ରବାସୀମାନେ ଖାଇବାକୁ ନ ପାଇ ଚାଲି ଚାଲି ନିଜ ରାଜ୍ୟକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଏପରିସ୍ଥଳରେ ରାଜ୍ୟ ତଥା କେନ୍ଦ୍ର ସରକାର ସେମାନଙ୍କ ପାଇଁ ସବୁ ପ୍ରକାର ସହଯୋଗ କରୁଥିବା ବେଳେ ସେମାନେ ଲୁଚି ପଳାଉଥିବା ଦେଖିବାକୁ ମିଳୁଛି। ତେବେ ଅନେକ ବଲିଉଡ୍‌ କଳାକାରମାନେ ସେମାନଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ନିଜ ସାମର୍ଥ୍ୟ ଅନୁସାରେ ସେମାନେ ସହଯୋଗ କରିବା ସହ ସୋସିଆଲ ମିଡିଆରେ ସହାନୁଭୂତି ପ୍ରକାଶ କରୁଛନ୍ତି। ତେବେ ଗରିବ ପ୍ରବାସୀଙ୍କ ପାଇଁ ବଲିଉଡ୍‌ କମେଡି କଳାକାର ଶକ୍ତି କପୁର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟକରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଭିଡିଓ ମାଧ୍ୟମରେ ଶକ୍ତି କପୁର ଦିନମଜୁରିଆଙ୍କ ପାଇଁ ଏକ ଗୀତ ସମର୍ପଣ କରିଛନ୍ତି। ଏଥିସହ ସେମାନଙ୍କୁ ସହଯୋଗ ପାଇଁ ସେ ସରକାରଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri