ପ୍ରବାସୀଙ୍କୁ ପୂରାଇ ଦେବେନି: ସ୍କୁଲ ବାଟରେ ବାଉଁଶ ବାନ୍ଧିଲେ ଗ୍ରାମବାସୀ

ପାଟପୁର,୧୩ା୫-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକକୁ ଆଗକୁ ବହୁ ପ୍ରବାସୀ ଫେରିବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ୧୦୦ଟି ସ୍କୁଲ, କଲେଜରେ କ୍ବାରାଣ୍ଟାଇନ କେନ୍ଦ୍ର ଖୋଲାଯାଇଛି। ହେଲେ କେତେକ ଗ୍ରାମରେ ସୁରଟ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ସ୍କୁଲରେ ରଖିବାକୁ ଗ୍ରାମବାସୀ ବିରୋଧ କରୁଛନ୍ତି। ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତରେ ଥିବା ବିଦ୍ୟାଳୟଗୁଡିକରେ ପ୍ରବାସୀଙ୍କୁ ରଖିବା ପାଇଁ ବିରୋଧ ହେଉଛି। ସିଙ୍ଗିପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଲୋକେ ବାଉଁଶ ବାନ୍ଧିଛନ୍ତି। ଗଞ୍ଜାମ ପୋଲିସ ପକ୍ଷରୁ ରାସ୍ତାରେ ଦ୍ରୁତ ଗତି ନିୟନ୍ତ୍ରଣ ପାଇଁ ହୋଇଥିବା ବ୍ୟାରିକେଡ଼ ଟାଣିଆଣି ଲୋକେ ବିଦ୍ୟାଳୟ ବାଟରେ ରଖିଛନ୍ତି। ଆଗାମୀ ଦିନରେ ସିଙ୍ଗିପୁରରେ ପ୍ରବାସୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ନେଇ ପୁଣି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଇଛି।ସୂଚନାଯୋଗ୍ୟ, ପୂର୍ବରୁ ଗ୍ରାମବାସୀ ସୁରଟ ଫେରନ୍ତାଙ୍କୁ ଧରି ଆସିଥିବା ଏକ ବସ୍‌କୁ ଫେରାଇ ଦେଇଥିଲେ। ଫଳରେ ଏହି ପଞ୍ଚାୟତକୁ ଆସିଥିବା ଲୋକଙ୍କୁ ଅନ୍ୟ ବ୍ଳକରେ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାରୀଙ୍କୁ ସଶ୍ରମ କାରାଦଣ୍ଡ

ଝାରସୁଗୁଡ଼ା ଅଫିସ୍‌,୨୮।୭: ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ଝାରସୁଗୁଡ଼ା ଅତିରିକ୍ତ ଜିଲା ସେସନ୍‌ ଜର୍ଜ ମଦନଲାଲ ଖେଡିଆ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ...

ରୋଗୀଙ୍କୁ ହସ୍ପିଟାଲ ନେଉଥିଲା ବୋଲେରୋ, ଅଧା ରାସ୍ତାରେ ଜଳିଗଲା

ପାଟଣା,୧୬।୪(ସ୍ବ.ପ୍ର.) ୪୯ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଟୋଲଗେଟ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ନିଆଁ...

ଖଇରାରେ ଖାଉଟି ସାମଗ୍ରୀ ବଣ୍ଟନ

ଖଇରା, ୧୩ା୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ପଞ୍ଚାୟତର ଖାଉଟି ସାମଗ୍ରୀ ସୂଚାରୁ ରୁପେ ବଣ୍ଟନ କରାଯାଇଛି। ଡିଲର ପାର୍ବତୀ ବାରିକ ପଞ୍ଚାୟତରେ ୧୧ଟି ୱାର୍ଡରେ ଖାଦ୍ୟ...

ଟ୍ରାଫିକ୍‌ ପୋଲିସର ବଟି ଆଦାୟ ଭିଡିଓ ଭାଇରାଲ

ଯାଜପୁର ଅଫିସ,୨୯ା୧୨: ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀ ହୃଦାନନ୍ଦ ବେହେରାଙ୍କ ବ୍ୟକ୍ତିଗତ ହାଜରରୁ ରିହାତି ଦେବା ତାଙ୍କ ଆବେଦନ ଶୁଣାଣିକୁ ଜାନୁୟାରୀ ୩ ତାରିଖକୁ ଜେଏମ୍‌ଏଫ୍‌ସି...

ରାଜ୍ୟର ୧୨ ହସ୍ପିଟାଲରେ ଏଲ୍‌ଇଡି ଡିସ୍‌ପ୍ଲେ ବୋର୍ଡ ଉନ୍ମୋଚିତ: ସ୍ବାସ୍ଥ୍ୟସେବା ସଂକ୍ରାନ୍ତ ସୂଚନା ପାଇବେ ଜନସାଧାରଣ

ଭୁବନେଶ୍ୱର, ୯ା୮(ବ୍ୟୁରୋ): ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସଚେତନତା ବୃଦ୍ଧି ତଥା ସ୍ବାସ୍ଥ୍ୟସେବା ସମ୍ପର୍କିତ ସମସ୍ତ ଅପ୍‌ଡେଟ୍‌ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ ଓ ପରିବାର...

ଶିଳ୍ପ ଅନୁଷ୍ଠାନକୁ କାର୍ଯ୍ୟକ୍ଷମ କରିବାକୁ ଝାରସୁଗୁଡ଼ା ଜିଲା ପ୍ରଶାସନର ନୂତନ ଗାଇଡ୍‌ଲାଇନ

ଝାରସୁଗୁଡ଼ା ଅଫିସ,୨୪ା୪- ଝାରସୁଗୁଡ଼ା ଜିଲାରେ ଥିବା ସମସ୍ତ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ରଶିଳ୍ପ ଅନୁଷ୍ଠାନ ତଥା ଖଣିଜ ଉପତ୍ାଦନ ପ୍ରତିଷ୍ଠାନ ନିମନ୍ତେ ଗୁରୁବାର ଜିଲା ବିପର୍ଯ୍ୟୟ...

ଭାଜପା ସଙ୍ଗଠକଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ

ଦିଗପହଣ୍ଡି,୨୦ା୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତରେ ପୁଣି ରାଜନୈତିକ ହିଂସା ଘଟିଛି। ଭାଜପାର ସଙ୍ଗଠକ ଟୁନା ପ୍ରଧାନଙ୍କୁ ୩ ଜଣ ଯୁବକ ଆକ୍ରମଣ କରିଛନ୍ତି। ଚାଷଜମିରେ କାମ...

ପରଲୋକରେ ପୂର୍ବତନ ସରପଞ୍ଚ

କର୍ଲାମୁଣ୍ଡା,୧୬ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକ(୪୩)ଙ୍କର ବୁଧବାର ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ଖବର ପାଇବା ପରେ...

Advertisement
Archives

Model This Week