ପ୍ରବାସୀଙ୍କୁ ନେଇ ଆଜି ଆସିବ ଆଉ ଏକ ଟ୍ରେନ୍‌

ବାରିପଦା ଅଫିସ,୨୮ା୫-ଲକ୍‌ଡାଉନ ଯୋଗୁ ବାଙ୍ଗାଲୋରରେ ଫସି ରହିଥିବା ପ୍ରବାସୀମାନଙ୍କୁ ନେଇ ପୁଣି ଏକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଗୁରୁବାର ମୟୂରଭଞ୍ଜ ଜିଲାର ବାରିପଦାକୁ ଆସିବ। ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଏହି ଟ୍ରେନଟି ବାଙ୍ଗାଲୋର ଷ୍ଟେସନରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ବାରିପଦା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଗୁରୁବାର ସକାଳ ୬ଟା ସମୟରେ ବାରିପଦା ଭଞ୍ଜପୁର ଷ୍ଟେଶନରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ ପକ୍ଷରୁ ଭଞ୍ଜପୁର ରେଳଷ୍ଟେଶନରେ ପ୍ରସ୍ତୁତିକୁ ନେଇ ଅଧିକାରୀମାନେ ଅନୁଧ୍ୟାନ କରିଥିଲେ। ଜିଲାକୁ ଆସୁଥିବା ଏହି ପ୍ରବାସୀମାନଙ୍କୁ ବସ୍‌ ଯୋଗେ ସେମାନଙ୍କ ନିଜ ନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରକୁ ପଠାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ମଙ୍ଗଳବାର ତାମିଲନାଡୁରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ୨୮୪ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ଟ୍ରେନ୍‌ ବାରିପଦାରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅବ୍ୟବସ୍ଥା : ଶ୍ୱାସରୁଦ୍ଧ ହୋଇ ମେଡିକାଲ ଗଲେ ବୃଦ୍ଧା

ନାଉଗାଁ,୮ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମାତ୍ର ଏହି ଶିବିରରେ ନାନା ଅବ୍ୟବସ୍ଥା ଦେଖିବାକୁ...

ବୃଦ୍ଧଙ୍କୁ ଆକ୍ରମଣ କରି ତିନି ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର,୧୮।୨(ସ୍ବ.ପ୍ର.): ସିଜେଏମ୍‌ କୋର୍ଟର ଚିଫ ଜୁୁଡିଶିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଶୁକ୍ରବାର ଏକ ମାମଲାର ଶୁଣାଣି କରିଛନ୍ତି। ଜଣେ ଆକ୍ରମଣକାରୀଙ୍କୁ ତିନିବର୍ଷ ଜେଲ ଦଣ୍ଡାଦେଶ କରିବା...

ଗାଈ ଗୋରୁଙ୍କ ଚରାଭୂଇଁ ପାଲଟିଛି ୫୫ନଂ. ଜାତୀୟ ରାଜପଥ: ବଢୁଛି ଦୁର୍ଘଟଣା

ବଅଁରପାଳ,୨୫।୬(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ଓ ନାଲ୍‌କୋ ଅଞ୍ଚଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ଗାଈ ଗୋରୁଙ୍କ ଚରାଭୂଇଁ ପାଲଟିଥିବା ଦେଖାଦେଇଛି। ସକାଳ ଓ ସଞ୍ଜ...

ପାଇପ୍‌ରେ ଆସୁଛି ଦୂଷିତ ପାଣି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ

ଢେଙ୍କାନାଳ ଅଫିସ,୨୬ ।୨-ଢେଙ୍କାନାଳ ପୌରାଞ୍ଚଳର ୫ନଂ. ୱାର୍ଡ ଅଧୀନ ଚାନ୍ଦମାରି ସାହିରେ ଶୁକ୍ରବାର ଦୂଷିତ ପାନୀୟ ଜଳଯୋଗାଣକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାର...

ବ୍ରହ୍ମପୁର ଆଇଟିଆଇକୁ ସ୍କଚ୍‌ ଆୱାର୍ଡ

ବ୍ରହ୍ମପୁର ଅଫିସ୍‌,୨୧ା୩: କରୋନା ସମୟରେ ସଂକ୍ରମଣରୁ ଦୂରେଇ ରହିବା ନିମନ୍ତେ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତ କରି ବ୍ରହ୍ମପୁର ଶିଳ୍ପ ତାଲିମ୍‌ ବୈଷୟିକ ଅନୁଷ୍ଠାନ ୭୨ତମ ସ୍କଚ୍‌...

ଅବହେଳାରୁ ଆକର୍ଷଣ ହରାଉଛି ଚଣ୍ଡୀମନ୍ଦିର

ଯାଜପୁର ଅଫିସ,୭ା୧: ଯାଜପୁର ମାଟିର ଅସ୍ମିତାର ପରିଚୟ ହେଉଛି ଏହାର ମନୋଜ୍ଞ ପ୍ରାକୃତିକ ବିଭବ ଏବଂ ସୁପ୍ରାଚୀନ ଐତିହ୍ୟ। ବରାହ-ବିରଜା କ୍ଷେତ୍ର ନିଜର ଅନନ୍ୟ ସଂସ୍କୃତି,...

ପ୍ରାର୍ଥୀ ଚୟନକୁ ନେଇ ଛକାପଞ୍ଝା

ବାରିପଦା ଅଫିସ,୩ା୩: ମୟୂରଭଞ୍ଜ ଜିଲାରେ ପୌର ନିର୍ବାଚନ ଲାଗି ଉଷ୍ମତା ବଢ଼ି ଚାଲିଛି। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀ ଚୟନ ନେଇ ବିଭିନ୍ନ...

ଗାନ୍ଧୀ ଜୟନ୍ତୀରେ ପ୍ଲାଷ୍ଟିକ ବିରୋଧୀ ସଚେତନତା ବାର୍ତ୍ତା

ଆନନ୍ଦପୁର,୨।୧୦(ସ୍ବ.ପ୍ର.): ପ୍ଲାଷ୍ଟିକ୍‌ ଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହିତ ଜୀବଜଗତ ପ୍ରତି ବିପଦ ଦେଖାଦେଇଛି। ତେଣୁ ସରକାରୀସ୍ତରରେ ପ୍ଲାଷ୍ଟିକ୍‌ ବ୍ୟବହାର ପ୍ରତି ରୋକ ଲଗାଯାଇଛି। ଏହିକ୍ରମରେ...

Advertisement
Archives

Model This Week