ପ୍ରବାସୀଙ୍କୁ ଓଡ଼ିଆଙ୍କୁ ନେଇ ବ୍ରହ୍ମପୁର ଫେରିଲା ୪ ଟ୍ରେନ

ବ୍ରହ୍ମପୁର ଅଫିସ,୨୪।୫-ବ୍ରହ୍ମପୁର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ରବିବାର ଅପରାହ୍ନ ସୁଦ୍ଧା ପହଞ୍ଚିଲା ୪ଟି ଟ୍ରେନ। ପ୍ରଥମ ଟ୍ରେନଟି ତାମିଲନାଡୁରୁ ୮୯୮ ଜଣ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସିଥିବାବେଳେ ଏଥିରେ ଗଞ୍ଜାମ ଜିଲାର ରହିଛନ୍ତି ୬୩୬ ଜଣ। ଦ୍ବିତୀୟ ଟ୍ରେନ ସୁରଟରୁ ୧୬୩୫ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ବେଳେ ଏଥିରେ ଗଞ୍ଜାମ ଜିଲାର ୧୫୭୭ ଜଣ ଅଛନ୍ତି । ସେହିପରି ତୃତୀୟ ଟ୍ରେନ ସୁରଟରୁ ୧୭୪୮ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ବେଳେ ଏଥିରେ ୧୬୯୭ ଜଣ ଗଞ୍ଜାମ ଜିଲାର ରହିଛନ୍ତି। ଚତୁର୍ଥ ଟ୍ରେନ ସୁରଟରୁ ୧୫୮୫ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ବେଳେ ଏଥିରେ ୧୫୩୪ ଜଣ ଗଞ୍ଜାମ ଜିଲାର ରହିଛନ୍ତି। ପ୍ରତ୍ୟେକ ଟ୍ରେନ ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିବା ପରେ ସମସ୍ତଙ୍କର ସ୍କ୍ରିନିଂ କରାଯିବା ପରେ ସ୍ବତନ୍ତ୍ର ବସ ଯୋଗେ ସେମାନଙ୍କୁ କ୍ବାରାଣ୍ଟାଇନ ସେଣ୍ଟରକୁ ପଠାଯାଇଛି। ପ୍ରବାସୀ ଓ କିଭଳି ସୁରକ୍ଷିତ ଭାବେ କ୍ବାରାଣ୍ଟାଇନ ସେଣ୍ଟରକୁ ଯିବେ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରବିବାର ରାତି ସୁଦ୍ଧା ଆଉ ୫ ଟି ଟ୍ରେନ ପହଞ୍ଚିବ ବୋଲି ରେଳବାଇ ମେନେଜର ଦୁର୍ଗା ପ୍ରସାଦ ବ୍ରମହା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୯ରେ ଖୋଲିବ ସ୍କୁଲ: ୧୭ରେ ଶିକ୍ଷକ, କର୍ମଚାରୀ ପରଖିବେ ଗୃହ ସ୍ଥିତି

ବ୍ରହ୍ମପୁର ଅଫିସ, ୧୨।୬: ଖରାଛୁଟି ପରେ ଆସନ୍ତା ୧୯ ତାରିଖରେ ବିଦ୍ୟାଳୟ ଖୋଲିବ । ତେବେ ବିଦ୍ୟାଳୟ ଖୋଲିବା ପୂର୍ବରୁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଗଞ୍ଜାମ...

ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତାରେ ଲହଡ଼ି ମାରୁଛି ବର୍ଷାଜଳ, ଘରେ ପଶିଲା ନର୍ଦ୍ଦମା ପାଣି

ବ୍ରହ୍ମପୁର ଅଫିସ, ୫।୯-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ବିଳମ୍ବିତ ରାତିରୁ ବର୍ଷା ଲାଗି ରହିଛି। ଭୋରରୁ...

ହଷ୍ଟେଲ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀ

ବ୍ରହ୍ମପୁର ଅଫିସ,୨୨ା୮-ବ୍ରହ୍ମପୁର ଉପକଣ୍ଠ ପାରଳା ମହାରାଜା ଇଂଞ୍ଜିନିୟରିଂ କଲେଜରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି ା କିଛିଦିନ ପୂର୍ବେ ଛାତ୍ରାବାସ ସମସ୍ୟା ସମାଧାନ ଦାବିନେଇ ଛାତ୍ରମାନେ...

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ,କାମଚଳା ଅଧ୍ୟକ୍ଷାଙ୍କୁ ପୁଣି ଦାୟିତ୍ୱ

ବ୍ରହ୍ମପୁର ଅଫିସ,୨୮ା୪-ପୁଣି ଥରେ ବଦଳିଲେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷା। ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ଦେବଦତ୍ତା ମିଶ୍ରଙ୍କର କଟକସ୍ଥିତ ଜାତୀୟ କବି ବୀର କିଶୋର (ଜେକେବିକେ)...

କରୋନାରେ ମୃତ୍ୟୁ ସନ୍ଦେହ: କୁଏତରୁ ପୁଅଙ୍କ ମୃତଦେହ ଆଣିବାକୁ ବାପାଙ୍କ ନିବେଦନ

ଛତ୍ରପୁର, ୨୦।୫(ଡି.ଏନ୍‌.ଏ.)- କୁଏତରେ ମଙ୍ଗଳବାର ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ କାଳୀପାଲି ପଞ୍ଚାୟତ ବଡପୁଟି ଗାଁର...

ଦୁର୍ଦ୍ଦିନରେ ଗଞ୍ଜାମର କିଆ ଫୁଲ ଚାଷୀ: ଗଛରେ ନଷ୍ଟ ହେଉଛି ଫୁଲ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ଛତ୍ରପୁର, ୧୨।୪(ଡି.ଏନ୍‌.ଏ.)- ବିଶ୍ୱ ବିଖ୍ୟାତ ଗଞ୍ଜାମ ଜ଼ିଲାର କିଆ ଶିଳ୍ପ କରୋନା ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଚାଷୀମାନେ ଗଛରୁ କିଆ ଫୁଲ ତୋଳିପାରୁନାହାନ୍ତି। ଫଳରେ...

ସାମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ: ବର୍ଷାଋତୁ ଆସିବା ପୂର୍ବରୁ ମରାମତି ଲାଗି ଦାବି

ହିିଞ୍ଜିଳିକାଟୁ,୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମର ସୁନାରୀ ସାହିରେ ସୋମବାର ମଧ୍ୟାହ୍ନରେ ହୋଇଥିବା ସମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ ହୋଇ ଯାଇଛି।...

ଦେଶରେ ଗଞ୍ଜାମ ଜିଲା ପରିଷଦ, ହିଞ୍ଜିଳି ବ୍ଲକ ଶ୍ରେଷ୍ଠ

ଛତ୍ରପୁର/ହିଞ୍ଜିଳିକାଟୁ,୧୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପରିଷଦ ଦେଶରେ ଶ୍ରେଷ୍ଠ ଏବଂ ହିଞ୍ଜିଳି ବ୍ଲକକୁ ଭାରତ ସରକାରଙ୍କ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ...

Advertisement
Archives

Model This Week