ଶ୍ରୀମନ୍ଦିର ବାହୁଡୁଛନ୍ତି ଶ୍ରୀ ଶ୍ରୀ ଦଧିବାମନ: ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ଛୁଟିଛି ଭକ୍ତଙ୍କ ସୁଅ

ଭଟଲି,୧୨ା୭(ଡି.ଏନ.ଏ.): ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମଠାରେ ପ୍ରସିଦ୍ଧ ବାହୁଡ଼ାଯାତ୍ରା ଲକ୍ଷାଧିକ ଭକ୍ତଙ୍କ ଗହଣରେ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ଜଗତର ନାଥ ମହାପ୍ରଭୁ ଦଧିବାମନ ଗୁଣ୍ଡିଚା ମନ୍ଦିରସ୍ଥ ଜନ୍ମବେଦି(ଆଡ଼ପମଣ୍ଡପ) ଛାଡ଼ି ରଥାରୁଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଏହିଯାତ୍ରା ପାଇଁ ଗୁରୁବାର ମଧ୍ୟରାତ୍ରିରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଙ୍କୁ ତାଙ୍କର ଅତି ପ୍ରିୟ ପୋଡ଼ପିଠାଭୋଗ ଲାଗି କରାଯାଇଥିଲା। ବିରହବିଧୁରା ମହାଲକ୍ଷ୍ମୀଙ୍କୁ ହେରାପଞ୍ଚମୀ ଅବସରରେ ଶ୍ରୀ ମନ୍ଦିର ଫେରିବା ପ୍ରତିଶୃତି ଦେଇଥିବାରୁ ଶୁକ୍ରବାର ପ୍ରତ୍ୟୁଷରୁ ପ୍ରଭୁଙ୍କ ଦୈନିକ ପୂଜାନୀତି ତଥା ପହଡ଼ଭଙ୍ଗ, ଦ୍ୱାରଫିଟା ନୀତି, ମଙ୍ଗଳପ୍ରଦୀପ, ସୂର୍ଯ୍ୟପୂଜା, ଅବକାଶ ନୀତି, ମଇଲମ ଓ ବେଶ ପରିବର୍ତ୍ତନ, ଗୋପାଲବଲ୍ଲଭ ଭୋଗ ଲାଗି, ଦ୍ୱାରପାଳ ପୂଜା, ରୋଷ ପୂଜା, ସକାଲଧୂପ ଅନୁଷ୍ଠିତ ହେବାପରେ ପ୍ରଭୁଙ୍କ ସାହାଣମେଲା ଅନୁଷ୍ଠିତ ହୋଇଥିଲା। ଏହାପରେ ଦଧିବାମନଙ୍କ ବାହୁଡ଼ାଯାତ୍ରା ପାଇଁ ପହଣ୍ଡିପୂଜା ହୋଇଥିଲା। ପହଣ୍ଡିପୂଜା ଓ ମଙ୍ଗଳାର୍ପଣ ଶେଷ ହେବାପରେ ଭଟଲି ଗୌନ୍ତିଆଙ୍କ ଦ୍ୱାରା ଛେରାପହରା ଆରମ୍ଭ ହେବା ସହ ପ୍ରଭୁ ବଡ଼ଦାଣ୍ଡକୁ ବିଜେ କରିିଥିଲେ। ଏହାପରେ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଭୁ ଦଧିବାମନ ଗୁଣ୍ଡିଚାମନ୍ଦିରରୁ ରଥ ନିକଟକୁ ପହଣ୍ଡିରେ ଆସିଥିଲେ। ଶ୍ରଦ୍ଧାଳୁ ଭକ୍ତଙ୍କ ହୁଳହୁଳି, ହରିବୋଳ, ଘଣ୍ଟ, ଶଙ୍ଖ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା। ଭକ୍ତମାନେ ପ୍ରବଳ ଗୁଳୁଗୁଳି ସତ୍ତ୍ୱେ କିଏ ଛତ୍ର, କିଏ ଚନ୍ଦ୍ରାତାପ, କିଏ ଆଳଟ, କିଏ ଚାମର ଧରି ପ୍ରଭୁଙ୍କ ସେବାରେ ଲାଗିପଡ଼ିଥିଲେ। ପ୍ରଭୁଙ୍କ ସମ୍ମୁଖରେ ଅନେକ ସଂକିର୍ତ୍ତନ ଦଳ, ସମ୍ପ୍ରଦା ଦଳ ପ୍ରମୁଖ ନିଜନିଜର କଳା ପ୍ରଦର୍ଶନ ପୂର୍ବକ ପ୍ରଭୁଙ୍କୁ ଆଗେଇ ନେଇଥିଲେ ା ଏହି ପହଣ୍ଡି ବିଜୟ ସମୟରେ ବଡ଼ଦାଣ୍ଡକୁ ଭକ୍ତଙ୍କ ସୁଅ ଛୁଟିଥିଲା । ପରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଙ୍କୁ ରଥରେ ବେଶ କରାଯାଇ ପୂଜାପାଠ ସହ ମଙ୍ଗଳ ଆଳତୀ କରାଯାଇଥିଲାା ଆଳତୀ ପରେ ନବଜନ୍ମିତ ଶିଶୁମାନଙ୍କୁ ପରମ୍ପରା ଅନୁଯାୟୀ ରଥଛୁଆଁ ଯାଇଥିଲା। ଏହାସହ ରଥରେ ଘୋଡ଼ଯଚାହୋଇ ଡାହୁକ(ସାରଥୀ) ତାଙ୍କର ଗୀତ ବୋଳିବା ପରେ ରଥ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲା ା ଶ୍ରଦ୍ଧାଳୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପରିମାଣର ପୋଲିସ ସୁରକ୍ଷାବଳୟ ମ୍ଯଯରେ ରଥଟଣା ହୋଇଥିଲା । ଦିନ ପ୍ରାୟ ୨ଟାରେ ରଥଟଣା ଆରମ୍ଭ ହୋଇଥିବା ବେଳେ ପ୍ରାୟ ୫ଟାରେ ରଥପଡ଼ିଆରେ ରଥ ପହଞ୍ଚିବ ବୋଲି ଜଣାପଡ଼ିଛି।
ପ୍ରକାଶଯୋଗ୍ୟ, ଶନିବାର ପ୍ରଭୁ ଦଧିବାମନ ଶ୍ରୀମନ୍ଦିର ରତ୍ନ ସିଂହାସନରେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

Dharmendra Pradhan Love Story: ରାଜନୀତି ପଛରେ ଲୁଚିଥିବା ପ୍ରେମ କାହାଣୀ! ମଞ୍ଚରୁ ଆରମ୍ଭ ହୋଇଥିଲା….

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପ୍ରତି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ସାଜିଛନ୍ତି । ତାଙ୍କ ରାଜନୈତିକ ଯାତ୍ରା ସହିତ, ତାଙ୍କ ବ୍ୟକ୍ତିଗତ ଜୀବନର…

ମୋତେ ଚୁମ୍ବନ ଦେଇ… କରଣଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସାନଭି ତଲୱାର ଅଭିନେତା କରଣ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ‘ୟେ କହାନ ଆ ଗୟେ ହମ’ ଟିଭି ଶୋ’ର ଶୁଟିଂ ସମୟରେ…

ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ଘୋଷଣା କରୁ କରୁ ସକ୍ରିୟ ହୋଇଉଠିଲେ କେନ୍ଦ୍ର ସରକାର: ଏହି ୪ ରାଜ୍ୟରେ ହେବ…

ନୂଆଦିଲ୍ଲୀ,୨୩।୭: ନିଟ୍‌ ପ୍ରଶ୍ନପତ୍ର ଜାଲିଆତି ବା ଲିକ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଫାଷ୍ଟ ଟ୍ରାକ୍‌ କୋର୍ଟ ଗଠନ କରିବାର ଘୋଷଣା କରାଯିବା ପରେ କେନ୍ଦ୍ର…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri