ପ୍ରଧାନ ଶିକ୍ଷକ ନିୟମିତ ସ୍କୁଲ ନ ଆସିବା ଘଟଣା: ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ମାଗିଲେ ବିଇଓ; ଧରିତ୍ରୀ ପ୍ରଭାବ

ଭବାନୀପାଟଣା,୨୮।୮(ସ୍ବ.ପ୍ର.)-କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ସିନ୍ଦିପଦର ପଞ୍ଚାୟତ ବାର୍ଷିକୋଣା ନୂତନ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ରୋହିତ ମାଝି ନିୟମିତ ସ୍କୁଲ ଆସୁ ନ ଥିବା ନେଇ ସ୍କୁଲ ସହକାରୀ ଶିକ୍ଷୟିତ୍ରୀ, ପାଚିକା ତଥା ପରିଚାଳନା କମିଟି ସଭାପତି ଅଭିଯୋଗ କରିଥିଲେ। ଫଳରେ ଏହି ସ୍କୁଲରେ ପାଠପଢା ସହ ମଧ୍ୟାହ୍ନ ଭୋଜନ ପରିଚାଳନାରେ ବ୍ୟାଘତ ସୃଷ୍ଟି ହେଉଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହି ଘଟଣାକୁ ନେଇ ଗତ ୧୮ ତାରିଖ ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ଶିକ୍ଷା ବିଭାଗ ପକ୍ଷରୁ ତପତ୍ରତା ଦେଖିବାକୁ ମିଳିଛି। ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଥୁଆମୂଳ ରାମପୁର ଭାରପ୍ରାପ୍ତ ଶିକ୍ଷାଧିକାରୀ ସଞ୍ଜୀବ ନାଏକ ଏହି ଘଟଣାର ତଦନ୍ତ କରି ସମ୍ପକ୍ତ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ ମାଗିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଲାମ ଖଣିର ଜଙ୍ଗଲ ଅନୁମତି ନେଇ ହୋଇନାହିଁ ଆବେଦନ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ନିକଟରେ ନିଲାମ ହୋଇଥିବା କୌଣସି ଖଣିର ଜଙ୍ଗଲ ଅନୁମତି ସକାଶେ ରାଜ୍ୟ ସରକାର ଆବେଦନ କରିନାହାନ୍ତି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୋମବାର ବିଧାନସଭାରେ ଏନେଇ...

ସମୁଦ୍ରରେ ଭାସି ଯାଉଥିବାବେଳେ ୩ ଉଦ୍ଧାର

ଗୋପାଳପୁର,୩୧ା୧୦-ସମୁଦ୍ରରେ ଭାସି ଯାଉଥିବା ମା’ ପୁଅଙ୍କ ସମେତ ୩ ଜଣଙ୍କୁ ବୁଧବାର ଉଦ୍ଧାର କରାଯାଇଛି। ସେମାନେ ହେଲେ କଲିକତାର ପ୍ରୋବି କୁମାର ଦତ୍ତଙ୍କ ସ୍ତ୍ରୀ ପୋମ୍ପା...

ଶୁକ୍ରବାର ଯୁକ୍ତ୨ କଳା, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ଶୁକ୍ରବାର ଅପରାହ୍ନ ସାଢ଼େ ୩ଟାରେ ପ୍ରକାଶ ପାଇବ।...

ଏମ୍‌ଏସ୍‌ଏମ୍‌ଇ ଓ ପାରାଦୀପ ବନ୍ଦରର ପ୍ରଥମ ସମନ୍ବୟ ବୈଠକ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କ ପାଇଁ ବାଟ ଫିଟିବ

ପାରାଦୀପ,୧୭ା୧୨(ସ୍ବ.ପ୍ର.): ଦେଶର ଦ୍ୱିତୀୟ ବୃହତ ବନ୍ଦର ପାରାଦୀପରେ ଏବେ କେବଳ ଖଣିଜ ପଦାର୍ଥ, ଲୁହା, ଷ୍ଟିଲ ଓ କଣ୍ଟେନର ଆମଦାନୀ-ରପ୍ତାନି ହେଉଛି। କିନ୍ତୁ ଓଡ଼ିଶାର ଶିଳ୍ପୋଦ୍ୟୋଗୀଙ୍କ...

ଅନୁଗୋଳ ମେଡିକାଲ ପରିଦର୍ଶନ କଲେ ୫-ଟି ସଚିବ: ବାହାରୁ ମେଡିସିନ୍‌ କିଣାକୁ ନେଇ ଖପ୍ପା

ଅନୁଗୋଳ ଅଫିସ, ୩୦ା୧୦-ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କିପରି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ମଙ୍ଗଳବାର...

ଅର୍ଥାଭାବ: ନିଜ ରାଜ୍ୟକୁ ଫେରିପାରୁନାହାନ୍ତି ୫ ପରିବାର

କୋରୁକୋଣ୍ଡା, ୨୨ା୫(ଡି.ଏନ୍‌.ଏ.)-ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ୫ଟି ପରିବାରର ପ୍ରାୟ ୨୫ ଜଣ ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପଡ଼ିଆରେ ଗତ ୫ମାସ ତଳେ...

ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ଭୁବନେଶ୍ୱର,୯।୨(ବ୍ୟୁରୋ): କେନ୍ଦ୍ର ପୁଞ୍ଜି ବିନିମେଶ ବିଭାଗ ସଚିବ ତୁହିନ୍‌କାନ୍ତ ପାଣ୍ଡେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ।...

ଅହମଦାବାଦରୁ ଫେରିଲା ଓଡ଼ିଆ ଶ୍ରମିକମାନଙ୍କ ମୃତଦେହ; ଓଡ଼ିଶା:ମୋ ପରିବାର ସଙ୍ଗଠନର ସହାୟତା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଗୁଜରାଟର ଅହମ୍ମଦାବାଦ ସହରରେ କାର୍ଯ୍ୟରତ ଯାଜପୁର ଜିଲାର ଜମାଦାର ଗ୍ରାମ ପଞ୍ଚାୟତର ରେକାବି ବଜାରର ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେମାନେ ହେଉଛନ୍ତି- ଦୟାନିଧି...

Advertisement

BGU

Archives

Model This Week

Why Dharitri