Posted inଜାତୀୟ

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ରାହୁଲଙ୍କୁ ଦେବେଗୌଡ଼ାଙ୍କ ସମର୍ଥନ

ନୂଆଦିଲ୍ଲୀ,୧୯ା୫: ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପରେ ଜେଡିଏସ୍‌ ସୁପ୍ରିମୋ ଦେବେଗୌଡା କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶନିବାର ସମର୍ଥନ କରିଛନ୍ତି। ୮୭ତମ ଜନ୍ମଦିନରେ ସେ ଭେଙ୍କଟେଶ୍ୱର ମନ୍ଦିରରୁ ଫେରି ତିରୁମାଲାରେ ଖବରଦାତାଙ୍କ ସହ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ଅଣଭାଜପା ମେଣ୍ଟରେ ରାହୁଲ ଉପଯୁକ୍ତ ଓ ଆମେ କଂଗ୍ରେସକୁ ସମର୍ଥନ ଦେବୁ ବୋଲି ପ୍ରକାଶ କରିଛନ୍ତି।
ପୁଅ ତଥା କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି, କୁମାରସ୍ବାମୀ ରାହୁଲ ତାଙ୍କ ଦଳର ପସନ୍ଦ ଓ ପ୍ରଧାନମନ୍ତ୍ରୀ ପଦଲାଗି ଉପଯୁକ୍ତ ବୋଲି କହିଛନ୍ତି। ଆମ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପ୍ରକାଶଥାଉ କି, କିଛିଦିନ ପୂର୍ବରୁ ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ ରାହୁଲଙ୍କ ପ୍ରଧାନମନ୍ତ୍ରୀ ପଦକୁ ସମର୍ଥନ କରିଥିଲେ। ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଲାଗି ବିରୋଧୀଙ୍କ ସ୍ବର ଲମ୍ବିବାରେ ଲାଗିଥିବାବେଳେ ଭୋଟ ଫଳାଫଳ ଆସିବା ପରେ ବିରୋଧୀ ମହାମେଣ୍ଟ ଏକାଠି ହୋଇ ପ୍ରଧାନମନ୍ତ୍ରୀ ପଦରେ କାହାକୁ ବସାଯିବ ସେନେଇ ନିଷ୍ପତ୍ତି ନେବେ ବୋଲି କହିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୭ ବର୍ଷରେ ୪ ମହିଳା ମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୨: କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାସୀନ ହେଇଛି। ନିର୍ବାଚନ ପ୍ରଚାର ବେଳେ ଏହି ଦଳ...

ପଶ୍ଚିମବଙ୍ଗରେ ବ୍ୟାନ୍‌ ହେଲା ‘ଦ କେରଲା ଷ୍ଟୋରୀ’

କୋଲକାତା,୮।୫: ବଲିଉଡ୍‌ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାମ ନେଉନି। ଗୋଟିଏ ପଟେ ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ...

ନିର୍ବାଚନରେ ମୋଦିଙ୍କ ପ୍ରସ୍ତାବକ ଥିବା ଡମ ରାଜାଙ୍କ ପରଲୋକ

ବାରାଣସୀ,୨୫।୮: ଉତ୍ତରପ୍ରଦେଶ ବାରଣାସୀ ନିର୍ବାଚନୀ ମଣ୍ଡଳୀର ଏମ୍‌ପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକ ଥିବା କାଶୀର ଡୋମ ରାଜା ଜଗଦୀଶ ଚୌଧୁରୀଙ୍କ ପରଲୋକ ଘଟିଛି।...

ସରକାରୀ ହସ୍ପିଟାଲରେ ସନ୍ତାନ ପ୍ରସବ କଲେ ଆଇଏଏସ୍‌

ରାଞ୍ଚି,୩।୩: ଝାଡଖଣ୍ଡର ଜଣେ ଆଇଏଏସ୍‌ ଅଧିକାରୀ ସରକାରୀ ହସ୍ପିଟାଲାରେ ତାଙ୍କର ଦ୍ୱିତୀୟ ସନ୍ତାନ ପ୍ରସବ କରିବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ରାଞ୍ଚିରୁ ୩୨୦ କିଲୋମିଟର...

ଆଦାନୀ, ମୋଦିଙ୍କ ସମ୍ପର୍କର ତଦନ୍ତ ହେଉ

ନୂଆଦିଲ୍ଲୀ,୧୬ା୩: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ଉପରେ ଆମେରିକୀୟ ଶର୍ଟସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ପ୍ରଘଟ ରିପୋର୍ଟକୁ ନେଇ ଭାରତୀୟ ରାଜନୀତି ଦିନକୁ...

ଭୂତ ପିଲା ଖାଉଛନ୍ତି ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି: ପଶ୍ଚିମବଙ୍ଗ ସରକାର ହରଡ଼ଘଣାରେ…

କୋଲକାତା,୧୨।୪ : ମଧ୍ୟାହ୍ନ ଭୋଜନ ମାମଲାରେ ପଶ୍ଚିମବଙ୍ଗର ସମସ୍ୟା ବଢ଼ିିପାରେ ବୋଲି କୁହାଯାଉଛି। ରାଜ୍ୟରେ ହିସାବଠାରୁ ଅଧିକ ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି ସମ୍ପର୍କରେ...

ସରକାରୀ କାଗଜପତ୍ର ଖାଇଗଲା ଛେଳି, ଆଉ ତା’ ପରେ…

କାନପୁର,୨ା୧୨: ଚୌବେପୁର ବ୍ଲକ କାର୍ଯ୍ୟାଳୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଛେଳି ପାଟିରେ ବ୍ଲକ କାର୍ଯ୍ୟାଳୟର କିଛି ଫାଇଲପତ୍ର ଧରି ପଳାଇଥିଲା। ଏହା...

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ଗାୟକ ସମର ସିଂ ଗିରଫ

ଗାଜିଆବାଦ,୭।୪: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସିଙ୍ଗର ସମର ସିଂଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଛି। ପୋଲିସ ସମର...

Advertisement
Archives

Model This Week