ବୌଦ୍ଧ,୮।୫(ସ୍ବ.ପ୍ର.)-କାଳବୈଶାଖୀ ଯୋଗୁ କ୍ଷତିଗସ୍ତ ହୋଇଥିବା ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ପାଇଁ ଭାଜପା ପକ୍ଷରୁ ଦାବି କରାଯାଇଛି। ଜିଲାରେ ଦୁଇ ଦିନ ତଳେ ପ୍ରବଳ ବେଗରେ ପବନ ବହିବା ଫଳରେ ବହୁ ଚାଳ ଓ ଟିଣ ଛପର ଘର ଭାଙ୍ଗି ପଡିଥିଲା। ଅଧିକାଂଶ ପରିବାର ଏଯାଏ ଭଙ୍ଗାଘରକୁ ଠିଆ କରାଇ ପାରିନାହାନ୍ତି। ପାଲ ତଳେ କିମ୍ବା ସମ୍ପର୍କୀୟଙ୍କ ଘରେ ସେମାନେ ଆଶ୍ରୟ ନେଇଛନ୍ତି। ବଡ଼ ବଡ଼ ଗଛ ଭାଙ୍ଗି ପଡିବା ସହ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି। ଏଥିପାଇଁ ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଅନେକ ଅଞ୍ଚଳ ଅନ୍ଧାରରେ ରହିଛି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ ଚାଲିଛି। କ୍ଷତିଗ୍ରସ୍ତ ଗରିବ ପରିବାରକୁ ସମସ୍ତ ପ୍ରକାର ସାହାର୍ଯ୍ୟ ଯୋଗାଇ ଦେବାକୁ ଜିଲା ଭାଜପା ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି। ସମସ୍ତ ଯୋଗ୍ୟ କ୍ଷତିଗ୍ରସ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇଦେବାକୁ ଜିଲା ସଭାପତି ବିପ୍ରଚରଣ ମହାନ୍ତି ଦାବି କରିଛନ୍ତି।
Posted inଆମ ଜିଲା ଖବର, ବୌଦ୍ଧ View All

ଗୁଟ୍ଖା କାରଖାନାରେ ଅଗ୍ନିକାଣ୍ଡ: ୧୨ ଉଦ୍ଧାର, ଅନେକ ଫସିଥିବା ସନ୍ଦେହ
ସମ୍ବଲପୁର,୨୦।୧୨(ବ୍ୟୁରୋ): ସମ୍ବଲପୁର ପରଧିଆପାଲି ସ୍ଥିତ ଏକ ଗୁଟ୍ଖା କାରଖାନାରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ ୧୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ...

ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ
କାଳିଆପାଣି,୪।୪: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଏକମାତ୍ର ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ। ଯାଜପୁରରେ ପ୍ରଥମ କରୋନା...

ଇମାମୀ ଜଗନ୍ନାଥ ମନ୍ଦିର ୫ମ ପ୍ରତିଷ୍ଠା ଉତ୍ସବ: ୭୦ ଯୋଡ଼ିଙ୍କ ହାତଗଣ୍ଠି ପଡିଲା
ବାଲେଶ୍ୱର ଅଫିସ, ୩୦।୧୧-ବାଲେଶ୍ୱର ଜିଲା ରେମୁଣା ବାଲଗୋପାଲପୁର ଶିଳ୍ପାଞ୍ଚଳସ୍ଥିତ ଇମାମୀନଗର ଶ୍ରୀ ଜଗନ୍ନାଥ ମନ୍ଦିରର ୫ମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପୁରୀ ଜଗନ୍ନାଥ...

ଡିଭାଇଡର ଉପରେ ଚଢିଗଲା ମାଲବାହୀ ଟ୍ରକ୍
ହିଞ୍ଜିଳିକାଟୁ, ୨୭।୩(ଡି.ଏନ.ଏ.): ହିଞ୍ଜିଳିକାଟୁ ବଇଁଚବଣିଆ ଛକ ଏନ୍ଏଚଥ ନଂ- ୫୯ ଉପରେ ଏକ ପଥର ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଯାଇଛି। ଡ୍ରାଇଭର...

୨୫୯ ଦୋକାନ ଉପରେ ଚଢାଉ: ୨୮୪ କେଜି ପଲିଥିନ ଜବତ, ୫୪ ହଜାର ଟଙ୍କା ଜରିମାନା ଆଦାୟ
ଜୟପୁର,୧ା୭ (ନି.ପ୍ର)- ଜୟପୁର ସହରରେ ବେଆଇନ ଭାବେ ପଲିଥିନ କାରବାର ଜୋରସୋରରେ ଚାଲିଛି ା ଏହାକୁ ରୋକିବା ଲାଗି ଏକ ଟିମ୍ ୫ ଦିନ ହେବ...

ମିଲର୍ସ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
ସୋନପୁର,୧୭।୪(ନି.ପ୍ର.) : କରୋନା ମହାମାରୀର ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲା ମିଲର୍ସ ସଂଘ ୫ଲକ୍ଷ ୫୧ହଜାର ଟଙ୍କା ପ୍ରଦାନ କରିଛି। ଶୁକ୍ରବାର ଜିଲାପାଳ ମୋନିଷା...

ପୋଲିସ ଘରୁ ଚୋରି: ସୁନା,ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଜୁନାଗଡ଼,୪।୯(ଡିଏନଏ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମଥୁରା ଗ୍ରାମର ସନ୍ତୋଷ ପଣ୍ଡାଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ତେବେ ସନ୍ତୋଷ ଜିଲାର ଆମପାଣି...

‘ସୌଭାଗ୍ୟ’ର ଭାଗ୍ୟ ବଦଳୁନି
ପାଟଣା,୧୭।୭(ସ୍ବ.ପ୍ର.)-ବଦଳୁନି ‘ସୌଭାଗ୍ୟ’ ଯୋଜନାରେ ଭାଗ୍ୟ। ଏହି ଯୋଜନାରେ ସାମିଲ ହୋଇ ୨୪ ପରିବାର ବିଜୁଳି ଆଲୁଅରୁ ବଞ୍ଚିତ ହୋଇଛନ୍ତି। ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ପୋତି ତାର...