ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି

ଖୋର୍ଦ୍ଧା ଅଫିସ,୩୦ା୧:  ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ମୁଖ୍ୟମନ୍ତ୍ରୀ ଓ ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ୪ ପର୍ଯ୍ୟାୟର ଫଟୋ ଉତ୍ତୋଳନ ଓ ୪ ପର୍ଯ୍ୟାୟର ବିଲ୍‌ ମଞ୍ଜୁର ପାଇଁ ୫ରୁ ୧୦ ହଜାର ଟଙ୍କା ଲାଞ୍ଚ ନିଆଯାଉଛି। ସେହିଭଳି ପୁରୁଣା କାନ୍ଥରେ ଛାତ ପକାଇ ବିଲ୍‌ ମଞ୍ଜୁର କରାଯାଉଛି। ଛାତ ଘର ଲୋକଙ୍କୁ ଆବାସ ଯୋଜନାର କାର୍ଯ୍ୟାଦେଶ ଦିଆଯାଉଥିବାର ଅଭିଯୋଗ ରହିଛି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହେଉଛି।
ଅଭିଯୋଗ ଅନୁସାରେ ୨୦୧୮-୧୯ ଆର୍ଥିକବଷର୍ର୍ରେ ୪ନଂ. ୱାର୍ଡରେ ୩ ଜଣ ସ୍ବଚ୍ଛଳ ବର୍ଗର ଲୋକ କାର୍ଯ୍ୟାଦେଶ ପାଇ ଘର କରିଛନ୍ତି। ୭ନଂ. ୱାର୍ଡରେ ପୁରୁଣା ଘର ଛାତ ପତନ ହୋଇ ରହିଥିଲା। ଅନ୍ୟ ସ୍ଥାନର ନିଅଁ ଖୋଳା ଓ ପ୍ଲିନ୍ଥ ପର୍ଯ୍ୟନ୍ତ ଫଟୋ ଦେଖାଇ ୩ ପର୍ଯ୍ୟାୟ ବିଲ୍‌ କରାଇ ନିଆଯାଇଛି। ପରେ ନୂଆ ଛାତ ପକାଇ ପୁରୁଣା କାନ୍ଥରେ ପ୍ଲାଷ୍ଟର କରାଇ ଅନିୟମିତତାକୁ ଘୋଡାଇବାକୁ ଚେଷ୍ଟା କରାଯାଇଛି। ୧୪ ନଂ. ୱାର୍ଡରେ ୨ଜଣ କୋଠା ଘର ଥିବା ସ୍ବଚ୍ଛଳ ବର୍ଗର ଲୋକଙ୍କୁ କାର୍ଯ୍ୟାଦେଶ ଦେଇ ପୁରୁଣା କୋଠା ଘରକୁ ଲଗାଇ ନୂଆ କୋଠା ଘରରେ ବିଲ୍‌ କରାଯାଇଛି। ୧୬, ୧୦, ୯ ନଂ. ୱାର୍ଡରେ ଜଣେ ଲେଖାଏ ସ୍ବଚ୍ଛଳ ବର୍ଗର ବ୍ୟକ୍ତି ପୁଣି ପୁରଣା କୋଠା ଘର ଥାଇ କାର୍ଯ୍ୟାଦେଶ ପାଇ ନୂଆ ଘର କରିଛନ୍ତି।
ଅସ୍ଥାୟୀ ଅମିନ ସର୍ବେସର୍ବା
ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ସ୍ଥାୟୀ ଅମିନ ଥାଉ ଥାଉ ଜଣେ ଅସ୍ଥାୟୀ ଅମିନ ନିଯୁକ୍ତି ପାଇଛନ୍ତି। ଅସ୍ଥାୟୀ ଅମିନ ରଖିବାକୁ ସରକାରୀ ନିର୍ଦ୍ଦେଶନାମା ନ ଥିବାବେଳେ କିପରି ନିଯୁକ୍ତି ଦିଆଯାଇଛି ତାହା ତଦନ୍ତ ସାପେକ୍ଷ। ତେବେ ଅସ୍ଥାୟୀ ଅମିନ ଆବାସ ଯୋଜନାର ଅନେକ ଅନିୟମିତତାରେ ସମ୍ପୃକ୍ତ ଥିଲେ ମଧ୍ୟ ତାଙ୍କୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ ହେଉଛି। ଅସ୍ଥାୟୀ ଅମିନଙ୍କ କାର୍ଯ୍ୟକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।
ଘର କଲା ପରେ ମିଳୁନି ବିଲ୍‌
ୱାର୍ଡ ନଂ. ୧୫ ପଲଟନପଡିଆରେ ରୁହନ୍ତି ପୁଷ୍ପାରାଣୀ ରାଉତ। ୨୦୧୯ ଫେବୃୟାରୀ ୨୭ରେ ଆବାସ ଯୋଜନାରେ ୭୨୩ ନଂ.ରେ ଘର କରିବା ପାଇଁ କାର୍ଯ୍ୟାଦେଶ ପାଇଥିଲେ। ଇତିମଧ୍ୟରେ ୧୦ ମାସରୁ ଊର୍ଦ୍ଧ୍ୱ ବିତି ଯାଇଛି। ହେଲେ ପୁଷ୍ପାରାଣୀ ଆଦୌ ବିଲ୍‌ ପାଇ ନାହାନ୍ତି। ପୁଷ୍ପାରାଣୀଙ୍କ ଘର ନିିମିଟାଲ ପର୍ଯ୍ୟନ୍ତ ଶେଷ ହୋଇଛି। ଘରର କାର୍ଯ୍ୟକୁ ଅନୁଧ୍ୟାନ କଲେ ପ୍ରଥମ କିସ୍ତିରେ ୪୦ ହଜାର ଓ ୨ୟ କିସ୍ତିରେ ୬୦ ହଜାର ଏପରି ୧ ଲକ୍ଷ ଟଙ୍କା ପାଇ ସାରନ୍ତେଣି। ହେଲେ ଆଜି ଆସ, କାଲି ଆସ କହି ପୁଷ୍ପାରାଣୀଙ୍କୁ ଅଫିସକୁ ଦୌଡା ଯାଉଛି। ଏପରି କି ବିଲ୍‌ ମଞ୍ଜୁର ଓ ଦୁଇ ପର୍ଯ୍ୟାୟର ଫଟୋ ଉତ୍ତୋଳନ ପାଇଁ ଲାଞ୍ଚ ନ ଦେବାରୁ ତାଙ୍କ ବିଲ୍‌ ପଡି ରହିଥିବା ପୁଷ୍ପାରାଣୀ ଅଭିଯୋଗ କରିଛନ୍ତି। ଆଉ କେତେବର୍ଷ ଅପେକ୍ଷା କଲା ପରେ ବିଲ୍‌ ମିଳିବ ବୋଲି ପୁଷ୍ପାରାଣୀ କହିଛନ୍ତି। ତେବେ ସେ ଲାଞ୍ଚ ଆଦୌ ଦେବେ ନାହିଁ ବୋଲି କହିଛନ୍ତି। ୧୦ ଦିନ ଭିତରେ ତାଙ୍କର ବିଲ ନ ଦେଲେ ମ୍ୟୁନିସିପାଲିଟି ସମ୍ମୁଖରେ ଅନଶନ କରିବେ ବୋଲି କହିଛନ୍ତି। ଏ ନେଇ ପୌର ପ୍ରଶାସକ ତଥା ଜିଲାପାଳ ସିତାଂଶୁ ରାଉତ କୁହନ୍ତି, ଆବାସ ଯୋଜନାରେ ଯେଉଁ ଦୁର୍ନୀତି ଅଭିଯୋଗ ଆସିଛି ତା’ର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri