ପ୍ରଧାନମନ୍ତ୍ରୀଙ୍କ ସହ ଚନ୍ଦ୍ରୟାନ-୨ ଅବତରଣ ଦେଖିବେ ସରନ୍ୟା

ତାଳଚେର,୨ା୯(ନି.ପ୍ର.)
ଆସନ୍ତା ୭ ତାରିଖରେ ଚନ୍ଦ୍ରୟାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମୁଖ୍ୟାଳୟରେ ଉପସ୍ଥିତ ରହି ମଧ୍ୟରାତ୍ରିର ଏହି ଅବତରଣ ଦୃଶ୍ୟକୁ ଦେଖିବେ। ତାଙ୍କ ସହ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨ଜଣ ଲେଖାଏ ଶ୍ରେଷ୍ଠ ବିଦ୍ୟାର୍ଥୀ ଉପସ୍ଥିତ ରହିବେ। ଏହି ବିଦ୍ୟାର୍ଥୀଙ୍କ ମଧ୍ୟରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଛାତ୍ରୀ ସରନ୍ୟା ନନ୍ଦ ରହିଛନ୍ତି। ଏଥିପାଇଁ ତାଙ୍କୁ ଇସ୍ରୋ ପକ୍ଷରୁ ବାଙ୍ଗାଲୋର ଆମନ୍ତ୍ରଣ କରାଯାଇଛି। ଅଗଷ୍ଟରେ ଅନୁଷ୍ଠିତ ଅନ୍‌ଲାଇନ ସ୍ପେସ୍‌ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସରନ୍ୟା ଯୋଗ୍ୟ ବିବେଚିତ ହୋଇଥିବାରୁ ଇସ୍ରୋ ପକ୍ଷରୁ ତାଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲା କଣିହାଁସ୍ଥିତ ଏନ୍‌ଟିପିସି ଅର୍ଥ ବିଭାଗ ଏଜିଏମ୍‌ ସମୀର ନନ୍ଦ ଓ ସୁଲଭ ନନ୍ଦଙ୍କ ୨ୟ କନ୍ୟା ସରନ୍ୟା ୨୦୧୭ରେ ସ୍ବଚ୍ଛ ଭାରତ ଉପରେ ଏକ କବିତା ଲେଖି ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରଂଶସାପତ୍ର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ହେବ ପରିବାଚାଷ

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନର ଗୁଣବତ୍ତା ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ଏଣିକି ସ୍କୁଲ ପରିସରରେ ପନିପରିବା ଚାଷ ହେବ।...

ଅନାବଶ୍ୟକ ହମ୍ପ୍‌ସ ହଟିବ

ଯାଜପୁର ଅଫିସ,୧୧ା୫: ରାଜ୍ୟରେ ସଡ଼କ ଦୁର୍ଘଟଣାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିପାଇଁ ସମସ୍ତ ଜିଲାପାଳ, ଏସ୍‌ପି, ଆର୍‌ଟିଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ...

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ବାତ୍ୟା ମୁକାବିଲା ପାଇଁ ୨ ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା ‘ୟାସ୍‌’ ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟ...

ଅଧାରେ ଲଟକିଛି ସାଗରମାଳା ପ୍ରକଳ୍ପ: ୭୦୦ କୋଟି ଟଙ୍କାର ପ୍ରକଳ୍ପକୁ ମିଳୁନି କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ସମୁଦ୍ର ଉପକୂଳର ବିକାଶ କରାଯିବ। ବନ୍ଦରଗୁଡ଼ିକର ଆଧୁନିକୀକରଣ, ଭିତ୍ତିଭୂମିର ଉନ୍ନତି, ବନ୍ଦରକୁ ଯୋଗାଯୋଗର ବିକାଶ, ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରହୁଥିବା ଲୋକ ଏବଂ ସମୁଦ୍ରକୂଳ...

ବାପ-ଝିଅଙ୍କୁ ଚାପିଦେଲା ଟ୍ରକ୍‌

ଖମାର,୧୪ା୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ବାଇକ୍‌ ଉପରେ ଟ୍ରକ୍‌ ଚଢ଼ି ଯିବାରୁ...

ଜୁଲାଇ ୩୧ ପର୍ଯ୍ୟନ୍ତ ଖୋଲିବନି ଖୋର୍ଦ୍ଧା ଜିଲାର ଏହି ୯ ଐତିହ୍ୟସ୍ଥଳୀ

ଭୁବନେଶ୍ୱର,୫ା୭(ବ୍ୟୁରୋ)/ ଖୋର୍ଦ୍ଧା ଅଫିସ – ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲାରେ ଥିବା ୯ଟି ଐତିହ୍ୟ କୀର୍ତ୍ତିରାଜିକୁ ସର୍ବସାଧାରଣଙ୍କ ପାଇଁ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲାରେ...

ପୁରୀ ସମୁଦ୍ରରେ ଡଲ୍‌ଫିନ୍‌

ପୁରୀ ଅଫିସ,୨୭ା୨: ପୁରୀ ସମୁଦ୍ରରେ ବୁଧବାର ସକାଳେ ୩ଟି ଡଲ୍‌ଫିନ ଦେଖାଯାଇଛନ୍ତି। ଉପକୂଳଠାରୁ ମାତ୍ର ୧୦୦ ମିଟର ମଧ୍ୟରେ ଏହି ଡଲଫିନ ଯାଉଥିବାରୁ ପର୍ଯ୍ୟଟକମାନେ ଦେଖି...

୭ ଦିନରେ ଧରାହେଲାଣି ୧୦୯୬ ସ୍କୁଲ ଗାଡ଼ି

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ସ୍କୁଲପିଲାଙ୍କୁ ନେଉଥିବା ବସ୍‌ ଏବଂ ଅନ୍ୟ ଗାଡିଗୁଡ଼ିକର ଫିଟ୍‌ନେସ୍‌ ଉପରେ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛି। ସେଥିଲାଗି କିଛିଦିନ...

Advertisement
Archives

Model This Week